ହନୀ ଟ୍ରାପରେ ଓଡ଼ିଆ ଯବାନ
Advertisement
Article Detail0/zeeodisha/odisha593570

ହନୀ ଟ୍ରାପରେ ଓଡ଼ିଆ ଯବାନ

ମହୁଜାଲରେ ଓଡ଼ିଆ ଯବାନ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ଯେବେ ସାମନା କରିବାର ଶକ୍ତି ନ ଥାଏ । ଯେବେ ସାମନାକୁ ଆସିବାର ଔକାତ ନ ଥାଏ । ସେବେ ପିଠି ପଛରେ ଚାଲେ ଚାଲବାଜି । ବାଜିରେ ଲାଗେ ଯବାନଙ୍କ ସାହସ ସହ ଶକ୍ତି ।

ପୁଣି ଥରେ ହନୀ ଟ୍ରାପ୍ । ମାନେ ମହୁ ଆଶାରେ ମହୁମାଛି ଫଣାରେ ପଡ଼ିଛନ୍ତି ଯବାନ । ଆଉ ଏହା ଅତି ଚିନ୍ତାଜନକ ମଧ୍ୟ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ, ଆମ ଦେଶର ଶତ୍ରୁ ଆମ ଯବାନଙ୍କୁ ତାଙ୍କର ଏହି ଧୃତତା ଭିତରେ ଫସାଇଛନ୍ତି । ଏଥର ମାମଲା ମଧ୍ୟପ୍ରଦେଶ ନୁହେଁ, ରାଜସ୍ଥାନ ସହ ଯୋଡ଼ି ହୋଇଛି । ଦେଶ ସୀମାନ୍ତ ଅଞ୍ଚଳ ସହ ଯୋଡ଼ି ହୋଇଥିବାରୁ ଏହା ଆହୁରି ସମ୍ବେଦନଶୀଳ । ଧରାପଡ଼ିଥିବା ଦୁଇ ଯବାନଙ୍କୁ ପଚରାଉଚରା କରାଯାଉଛି । କିନ୍ତୁ ଆପଣଙ୍କ ପାଇଁ ବହୁତ ଜରୁରୀ । ପୂରା ମାମଲାକୁ ବୁଝିବାର ଆଉ ଜାଣିବାର । ତେବେ ଏହି ଘଟଣାରେ ପ୍ରଥମେ ଆପଣ ଦେଖନ୍ତୁ ଆମର ସ୍ୱତନ୍ତ୍ର ରିପୋର୍ଟ । ପରେ ଆମେ କହିବୁ ଦନୀ ଟ୍ରାପର ପୂରା ଖେଳ ।

ଭାରତ ସହ ସିଧା ଟକ୍କର ଦେବାକୁ କାହାର ଶକ୍ତି ନାହିଁ । ଶତ୍ରୁ ଅନେକ ଉଦ୍ୟମ କରୁ, ତଥାପି ଆମ ଯବାନଙ୍କ ମଜବୁତ ଲକ୍ଷ୍ୟ ଓ ହୃଦୟ ଆଗରେ । ତାଙ୍କର ସବୁ ଚେଷ୍ଟା ଚକମା ଖାଇ ଫେଲ୍ ମାରିବ । ଖାସ୍ ଏହି କାରଣରୁ ଶତ୍ରୁ କେବେ ବି ଆମ ସହ ସିଧା ଟକ୍କର ଦେବାକୁ ସାହସ କରୁନି । କିନ୍ତୁ କେବଳ ଏହି ସାହସିକତା ଆମକୁ ସୁରକ୍ଷିତ ରଖି ପାରିବ ନାହିଁ । ଏଥିଲାଗି ସତର୍କତା ଅବଲମ୍ବନ କରିବା ଓ ଧୃତତାକୁ ବୁଝିବା ମଧ୍ୟ ଜରୁରୀ । କାରଣ ଆମ ଦେଶର ଯେଉଁ ସବୁ ଶତ୍ରୁ ଅଛନ୍ତି । ସେମାନେ ଆମକୁ ହଇରାଣ କରିବାକୁ ଓ ନିଜର ନାପାକ ଲକ୍ଷ୍ୟ ପୂରଣ କରିବାକୁ କେବଳ ଧୃତତାର ହିଁ ସାହାର ନେଉଛନ୍ତି । ଆଉ ସେ ଧୃତତା ପାଇଁ ଯାହା ସବୁଠାରୁ ମୁଖ୍ୟ ହତିଆର ପାଲିଟିଛି । ତାହା ହେଲା ହନୀଟ୍ରାପ୍ । ପୁଣିଥରେ ପ୍ରେମ ସମ୍ପର୍କର ଏହି ରାକ୍ଷସ ନାଁ ଚର୍ଚ୍ଚାକୁ ଆସିଛି । ପୁଣିଥରେ ସେନାର ଯବାନ ଏହି ଫାଶରେ ପଡ଼ିଛନ୍ତି । ଆଉ ପୁଣିଥରେ ଦେଶର ସୁରକ୍ଷା ପ୍ରସଙ୍ଗ ବାଜିରେ ଲାଗିଛି । ଭାରତୀୟ ସେନାର ଦୁଇଜଣ ଯବାନ ପାକିସ୍ତାନୀ ସେନାର ଗୋଇନ୍ଦା ଏଜେନ୍ସି, ISI ଜାଲରେ ପଡ଼ି  ହନୀଟ୍ରାପର ଶିକାର ହୋଇଛନ୍ତି । ପୋଖରାନରେ ମୁତୟନ ଦୁଇଜଣ ଯବାନ, ସେଠାରେ ମୁତୟନ ଅନ୍ୟ ସୈନିକଙ୍କ ଗତିବିଧି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ପାକିସ୍ତାନ ପହଞ୍ଚାଇଛନ୍ତି।

ଇଣ୍ଟେଲିଜେନ୍ସ ବ୍ୟୁରୋ ବା IBର ତଥ୍ୟ ଆଧାରରେ ମଳିଥିବା ସୂଚନାକୁ ଭିତ୍ତିକରି, ସେନାର ଗୋଇନ୍ଦା ପୋଲିସ ଛୁଟିରେ ଯାଇଥିବା ଦୁଇଜଣ ଯବାନଙ୍କୁ ପୋଖରାନରୁ ଯୋଧପୁର ଯାଇଥିବା ରାସ୍ତା ମଝିରୁ ଉଠାଇ ନେଇଥିଲେ । ଜେରା ପାଇଁ ଉଭୟଙ୍କୁ ଜୟପୁର ଅଣାଯାଇଛି । ସେଠାରେ ସବୁ ଗୋଇନ୍ଦା ସଂସ୍ଥା ଏକାଠି ହୋଇ ବିଭିନ୍ନ ଦଫାରେ ପଚରାଉଚରା କରୁଛନ୍ତି । ସେନା ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ପୋଖରାନରେ ମୁତୟନ ଭାରତୀୟ ସେନାର ଗୋଟିଏ ୟୁନିଟର ଦୁଇ ଜଣ ଯବାନ ହନୀଟ୍ରାପର ଜାଲରେ ଫସିଯାଇଛନ୍ତି । ଆଉ ସେହି ଦୁଇ ଯବାନ, ପୋଖରାନ ଫାଇରିଂ ରେଞ୍ଜରେ ମୁତୟନ ଯବାନଙ୍କ ଗତିବିଧି ସମ୍ପର୍କିତ ତଥ୍ୟ ଭିନ୍ନ ଭିନ୍ନ ମାଧ୍ୟମ ଜରିଆରେ ପାକିସ୍ତାନ ପଠାଇଛନ୍ତି । କିଛିଦିନ ତଳେ IB ଜାଣିବାକୁ ପାଇଥିଲା ଯେ, ପୋଖରାନ ସମ୍ପର୍କିତ କିଛି ଗୋପନୀୟ ସୂଚନା ଓ ତଥ୍ୟ ଲିକ୍ ହୋଇଛି । ଏହାପରେ IB ନିଜର ପୂରା ନଜର ଏହି ଇଲାକା ଉପରେ କେନ୍ଦ୍ରୀଭୂତ କରିଥିଲା । ଯାଞ୍ଚବେଳେ ଜଣାପଡ଼ିଥିଲା ଦୁଇ ଯବାନ କିଛି ତଥ୍ୟ ଲିକ୍ କରି ବାହାରକୁ ପଠାଇଛନ୍ତି । ଦୁଇ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଶାର ହୋଇଥିବା ବେଳେ ଅନ୍ୟଜଣେ ମଧ୍ୟପ୍ରଦେଶର ବାସିନ୍ଦା । ଏହି ଦୁଇ ଯବାନ ଛୁଟି ନେଇ ପୋଖରାନରୁ ବାହାରି ସାରିଥିଲେ । ଏହାପରେ IB ସୂଚନା ଆଧାରରେ ସକ୍ରିୟ ହୋଇସାରିଥିବା ସେନାର ଗୋଇନ୍ଦା ପୋଲିସ ଟିମ୍ ଉଭୟେ ଜୋଧପୁର ପହଞ୍ଚିବା ଆଗରୁ । ନିଜ କବଜାକୁ ନେଇଥିଲେ । ଶତ୍ରୁଙ୍କୁ ସବୁବେଳେ କେବଳ ଯୁଦ୍ଧ କ୍ଷେତ୍ରରେ ପରାଜିତ କରାଯାଇପାରେନା । ଗୋଇନ୍ଦା ଭିତ୍ତିରେ ମଧ୍ୟ ଶତ୍ରୁକୁ ମାତ୍ ଦେଇ ହୁଏ । ଆଉ ଏହି ଗୋଇନ୍ଦାଗିରି ଖେଳରେ ବହୁତ ବଡ଼ ଭୂମିକା ନିଭାଇଥାଏ ହନୀଟ୍ରାପ୍ । 

ହନୀଟ୍ରାପ୍ କ'ଣ?

ଏ ନାଁର ଶୁଦ୍ଧ ଅର୍ଥ ହେଉଛି । ହନୀ ମାନେ ମହୁ ଓ ଟ୍ରାପ୍ ମାନେ ଜାଲ । ଅର୍ଥାତ୍ ଏହା ଏକ ଏମିତି ମିଠା ଜାଲ । ଯେଉଁଥିରେ ଫଶିବା ବାଲା ନିଜେ ବି ଅନ୍ଦାଜ ଲଗାଇପାରେନି । ବାସ୍ତବରେ ସେ କେଉଁଠି ଫଶିଯାଇଛି । ଆଉ କାହାର ଶିକାର ହେବାକୁ ଯାଉଛି । ସୁନ୍ଦରୀ ମହିଳା ଓ ଯୁବତୀମାନେ ସୋସିଆଲ୍ ମିଡିଆ ସହାୟତାର ସେନାର ଯବାନ ଓ ଅଧିକାରୀଙ୍କୁ ତାଙ୍କ ସୌନ୍ଦର୍ଯ୍ୟଭରା ଶରୀର ଦେଖାଇବା ଆଳରେ ଆଗ ଫସାନ୍ତି । ଆଉ ପରେ ତାଙ୍କ ନିଟକରୁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିନେଇଥାନ୍ତି । ପାକିସ୍ତାନୀ ଗୋଇନ୍ଦା ଏଜେନ୍ସି ପ୍ରାୟତଃ ଭାରତୀୟ ସ୍ଥଳ ସେନା, ବାୟୁସେନା ଓ ନୌସେନା ସହ ଜଡ଼ିତ ଯବାନ ଓ ଅପିସରଙ୍କୁ ହନୀ ଟ୍ରାପରେ ଫସାଇବାକୁ ଉଦ୍ୟମ କରିଆସୁଛି ।