ଓଡିଆ ବୀର ଯବାନଙ୍କ ବିରଳ ବିଶ୍ୱ ରେକର୍ଡ
Advertisement

ଓଡିଆ ବୀର ଯବାନଙ୍କ ବିରଳ ବିଶ୍ୱ ରେକର୍ଡ

ସଂଗ୍ରାମ ଏଭଳି ଏକ ବିରଳ ରେକର୍ଡ ପ୍ରତିଷ୍ଠା କରି ରାଜ୍ୟ ତଥା ଦେଶର ଗୌରବ ଅର୍ଜନ କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ମାନିତ କରିବାକୁ ଦାବି ହୋଇଛି ।

ଓଡିଆ ବୀର ଯବାନଙ୍କ ବିରଳ ବିଶ୍ୱ ରେକର୍ଡ

ସନ୍ଦୀପ୍ତ ରାୟ, ଯାଜପୁର: ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଓଡିଆ ଯବାନଙ୍କ  ବିରଳ ବିଶ୍ୱ ରେକର୍ଡ । ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ଡେୟାର ଡେଭିଲ ସୋରେ ବୁଲେଟ ଉପରେ ୧୧ ପୁଂଟ ସିଡି ଉପରେ ଓଲଟା ଚଢ଼ି ୧୨୮ କିମି ଯାତ୍ରା କରି ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି  ଓଡିଆ ଯବାନ ସଂଗ୍ରାମ କେଶରୀ ଜେନା । ପୂର୍ବରୁ ବିଏସଏଫ ଯବାନ ଅବଦେଶ ସିଂ ୬୮ କିଲୋମିଟର ଯାତ୍ରା କରି ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ । ସଂଗ୍ରାମ ଏଭଳି ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିବା ପରେ ନିଜ ସହକର୍ମୀଙ୍କ ଠାରୁ ଆରମ୍ଭ କରି ଦେଶ ବିଦେଶରୁ ଅନେକ ଶୁଭେଚ୍ଛା ପହଞ୍ଚିବାରେ ଲାଗିଛି । ସଂଗ୍ରାମ ବୁଲେଟ ଉପରେ ୧୧ ପୁଂଟ ଉଚ୍ଚ ସିଡି ଉପରେ ଚଢ଼ି ଓଲଟା ଠିଆ ହୋଇ ୪ ଘଂଟା ୨୯ ମିନିଟ୍ ୪୫ ସେକେଣ୍ଡ ରହି ୧୨୮ କିଲୋମିଟର ପରିକ୍ରମା କରିଥିଲେ ।   

fallbackସଂଗ୍ରାମ ଯାଜପୁର ବରୀରେ ନିଜ ଜନ୍ମମାଟିରେ  ପହଞ୍ଚିବା ପରେ ଉଚ୍ଛର୍ସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂଗ୍ରାମଙ୍କୁ ଏକ ଖୋଲା ଜିପରେ ନିଜ ଜନ୍ମମାଟି ବାଲିଆକୁ ନିଆଯାଇଥିଲା । ରାସ୍ତାରେ ବିଭିନ୍ନ ବ୍ୟକ୍ତିବିଶେଷ,ସଂଗଠନ ଓ ହଜାର ହଜାର ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସଂଗ୍ରାମଙ୍କ ଏଭଳି ବିରଳ ରେକର୍ଡ ପଂଳରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ମାଟି ନାଁ ଆଜି ବିଶ୍ୱ ଦରବାରରେ ପହଂଚିପାରିଛି । ବାଲିଆ ପଂଚାୟତ ପକ୍ଷରୁ ସମସ୍ତ ସ୍ୱାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରାଯାଇଥିଲା ।

fallbackସଂଗ୍ରାମ ନିଜ ଘରେ ପହଞ୍ଚିବା ପରେ ମା ବନ୍ଦାପନା କରିବା ସହିତ ପୁଅ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । କଠିନ ପରିଶ୍ରମ ଓ ପରିବାର ଲୋକଙ୍କ ସହଯୋଗ ଏବଂ ଆର୍ଶିବାଦ ପଂଳରେ ସଂଗ୍ରାମଙ୍କୁ ଏଭଳି ସପଂଳତା ମିିଳିପାରିଛି । ସଂଗ୍ରାମଙ୍କ ଏହି ରେକର୍ଡ ସଂପର୍କରେ ଦେଶ ବିଦେଶର ଅନେକ ଗଣମାଧ୍ୟମରେ ମଧ୍ୟ ସ୍ଥାନ ପାଇଛି । ଗିନିଜ ବୁକ ଅପଂ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଘଟଣା ସମଗ୍ର ଓଡିଆ ମାନଙ୍କୁ ଗର୍ବିତ କରିଛି । ସଂଗ୍ରାମ ଏଭଳି ଏକ ବିରଳ ରେକର୍ଡ ପ୍ରତିଷ୍ଠା କରି ରାଜ୍ୟ ତଥା ଦେଶର ଗୌରବ ଅର୍ଜନ କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ମାନିତ କରିବାକୁ ଦାବି ହୋଇଛି ।