ଏଣିକି ଗୁଗୁଲରେ ସହଜ ହେବ ଓଡ଼ିଆ
Advertisement

ଏଣିକି ଗୁଗୁଲରେ ସହଜ ହେବ ଓଡ଼ିଆ

ନିଜ ମାତୃଭାଷା ଓଡ଼ିଆରେ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ  ଆପଣ ଖୋଜି ପାରିବେ ସବୁକିଛି...

ଏଣିକି ଗୁଗୁଲରେ ସହଜ ହେବ ଓଡ଼ିଆ

ମନୋଜ ମହାନ୍ତି, ନୂଆଦିଲ୍ଲୀ: ଓଡିଆବାସୀଙ୍କ ଓ ଓଡ଼ିଆଭାଷା ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ଓଡ଼ିଶା ଭାଷାକୁ ସପୋର୍ଟ କରିବ ଗୁଗୁଲ । ଓଡ଼ିଶାରେ ସର୍ଚ୍ଚ କରିହେବ , ଭଏସ ସର୍ଚ୍ଚ ମଧ୍ୟ କରିହେବ । ଏଣିକି ଆପଣଙ୍କୁ ଆଉ ଅଲଗା ଭାଷାରେ ଗୁଗୁଲରେ ଟାଇପ କରିବାକୁ ପଡ଼ିବନି, ନିଜ ମାତୃଭାଷା ଓଡ଼ିଆରେ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ  ଆପଣ ଖୋଜି ପାରିବେ. ଓଡ଼ିଆ ଭାଷାକୁ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ସ୍ଥାନିତ କରିବାକୁ ସରକାର ଓ ଗୁଗୁଲ ମଧ୍ୟରେ ଆସନ୍ତା ଏପ୍ରିଲ ମାସରେ ଚୁକ୍ତିନାମା ସ୍ୱାକ୍ଷର ହେବାକୁ ଯାଉଛି ।

ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ପରେ ଏଥିଲାଗି ଗୁଗୁଲ ରାଜି ହୋଇଛି । ଆସନ୍ତା ମାସରେ ଏ ନେଇ ସରକାର ଓ ଗୁଗୁଲ ମଧ୍ୟରେ ଏକ ଚୁକ୍ତି ହେବ । ଏହା ଫଳରେ ଓଡ଼ିଆ ଭାଷା ପ୍ରସାର ଆହୁରି ଦ୍ରୁତ ହୋଇପାରିବ ବୋଲି ଆଶା କରାଯାଉଛି ।

ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ସ୍ଥାନୀୟ ଭାଷାରେ ବିଷୟବସ୍ତୁ ସୃଷ୍ଟି କରିବାରେ ଗୁଗୁଲ୍ ସକ୍ଷମ ହୋଇଛି | ପୂର୍ବରୁ ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଗୁଗୁଲ୍ ଫର୍ ଇଣ୍ଡିଆ ଇଭେଣ୍ଟର ପଞ୍ଚମ ସଂସ୍କରଣରେ ଏହି ନିଷ୍ପତ୍ତି ନେଇଥିଲା  । ଓଡିଆ ବ୍ୟତୀତ ଉର୍ଦ୍ଦୁ ଏବଂ ପଞ୍ଜାବୀ ସହିତ ଆଉ ଦୁଇଟି ଭାରତୀୟ ଭାଷା ମଧ୍ୟ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଅନ୍ତର୍ଭୂକ୍ତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ, ଗୁଗୁଲ୍ ସର୍ଚ୍ଚ ଭାରତରେ ମୋଟ ବାରଟି ଭାଷାରେ ଉପଲବ୍ଧ ହେଉଛି  ।

ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଓଡ଼ିଆ ଭାଷା ସ୍ଥାନ ପାଇବା ପରେ ଏହି ସୁବିଧ ଉପଲବ୍ଧ ହେବ...
୧. ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଥିବା ଯେ କୈଣସି ଭାଷାକୁ ଓଡ଼ିଆ ଭାଷାରେ ଅନୁବାଦ କରିପାରିବେ ।
୨. ଆପଣ ଯଦି ଇଂଲିଶ ଭାଷାରେ ଦୁର୍ବଳ ଅଛନ୍ତି, ତେବେ ଏହା ଆପଣଙ୍କୁ ନିଶ୍ଚିତ ସାହାଯ୍ୟ କରିବ ।
୩. କୌଣସି ଶଦ୍ଧକୁ ବୁଝି ନ ପାରିଲେ କିଛି କ୍ଷଣ ଭିତରେ ଏହା ଜଣାଇ ଦେବ ।
୪. ସମଗ୍ର ବିଶ୍ୱରେ ରହୁଥିବା ଓଡ଼ିଆମାନଙ୍କ ପାଇଁ  ଏହା ନିଶ୍ଚିତ ସାହାଯ୍ୟ କରିବ ।