ଭାରତର କାର୍ଯ୍ୟାନୁଷ୍ଠାନରେ ପାକ୍ ଛାନିଆ, ଧ୍ୱଂସର ସତ୍ୟତା ଲୁଚାଇବାକୁ ଲାଗିପଡିଛି ସେନା
Advertisement
Article Detail0/zeeodisha/odisha587396

ଭାରତର କାର୍ଯ୍ୟାନୁଷ୍ଠାନରେ ପାକ୍ ଛାନିଆ, ଧ୍ୱଂସର ସତ୍ୟତା ଲୁଚାଇବାକୁ ଲାଗିପଡିଛି ସେନା

କ୍ରମାଗତ ଅସ୍ତ୍ରବିରତ ଉଲଙ୍ଘନ କରିଚାଲିଛି ପାକିସ୍ତାନ । ବିଗତ ଗୋଟିଏ ସପ୍ତାହ ଧରି ସୀମାରେ ଲଗାତର ଗୁଳି ବର୍ଷଣ କରି ଚାଲିଥିଲା ପାକ୍ ସେନା । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ସେନାର ପାଲଟା ଆକ୍ରମଣରେ ପାକିସ୍ତାନ ଆତଙ୍କିତ ହୋଇ ପଡିଛି । 

PAK ARMY

ନୂଆଦିଲ୍ଲୀ: କ୍ରମାଗତ ଅସ୍ତ୍ରବିରତ ଉଲଙ୍ଘନ କରିଚାଲିଛି ପାକିସ୍ତାନ । ବିଗତ ଗୋଟିଏ ସପ୍ତାହ ଧରି ସୀମାରେ ଲଗାତର ଗୁଳି ବର୍ଷଣ କରି ଚାଲିଥିଲା ପାକ୍ ସେନା । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ସେନାର ପାଲଟା ଆକ୍ରମଣରେ ପାକିସ୍ତାନ ଆତଙ୍କିତ ହୋଇ ପଡିଛି । 

ଭାରତର ପାଲଟା ଆକ୍ରମଣରେ ପାକ୍ ସେନାର ୬ ଯବାନ ନିହତ ହୋଇଛି । ୩ଟି ଆତଙ୍କୀ କ୍ୟାମ୍ପ ଧ୍ୱଂସ ହେବା ସହ ଆତଙ୍କୀ ମଧ୍ୟ ନିପାତ ହୋଇଛି । ଯାହାର ସତ୍ୟତା ଲୁଚାଇବାକୁ ପାକ୍ ଲାଗିପଡିଛି । ଭାରତୀୟ ସେନା ଦ୍ୱାରା ପିଓକେରେ କରାଯାଇଥିବା ବଡ଼ କାର୍ଯ୍ୟାନୁଷ୍ଠାନକୁ ଲୁଚାଇବାକୁ ପ୍ରୟାସ କରୁଛି ପାକିସ୍ତାନର ସେନା ଓ ମିଡିଆ । 

ଭାରତ ତରଫରୁ କରାଯାଇଥିବା ପାଲଟା ଆକ୍ରମଣରେ ପିଓକରେ ବହୁ ଆତଙ୍କୀ କ୍ୟାମ୍ପ ଧ୍ୱସ୍ତ ହୋଇଥିଲା । ଅନ୍ୟପକ୍ଷେ ପାକ୍ ସେନା ଏହାକୁ ଅସ୍ୱୀକାର କରିଛି । ସେନାର ପ୍ରବକ୍ତା ଆସିଫ ଗଫୁର ରବିବାରରୁ ହିଁ ଭାରତ ବିରୋଧରେ ଟ୍ୱିଟ କରୁଛନ୍ତି । ସେ ଦାବି କରିଛନ୍ତି ଯେ, ଭାରତ ଯେଉଁ ଆତଙ୍କୀ କ୍ୟାମ୍ପ ଧ୍ୱଂସ କରିବା କଥା କହୁଛି, ସେଥିରେ କୌଣସି ସତ୍ୟତା ନାହିଁ । ପିଓକେରେ ଏପରି କୌଣସି କ୍ୟାମ୍ପର ଅସ୍ତିତ୍ୱ ହିଁ ନାହିଁ । ଏତିକି ନୁହଁ ସେ ବିଦେଶୀ ମିଡିଆକୁ ଏହାର ନିରୀକ୍ଷଣ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି । 

ପାକିସ୍ତାନ ସେନାର ମିଛ ସହ ସେଠାକାର ଗଣମାଧ୍ୟମ ମଧ୍ୟ ସାଥ୍ ଦେଉଛି । ସେନା ପ୍ରମୁଖ ବିପିନ ରାଓତ କହିଛନ୍ତି ଯେ, ଭାରତର ଏକଶନରେ ୫-୬ ପାକ୍ ସେନାର ଯବାନ ନିହତ ହୋଇଛନ୍ତି । କିନ୍ତୁ ସେଠାକାର ମିଡିଆ ଏହାକୁ ଲୁଚାଉଛି । ଆଉଁ କ୍ରମାଗତ ଦାବି କରୁଛି ଯେ, ପାକିସ୍ତାନର ଏକଶନରେ ଭାରତରେ ବହୁତ କ୍ଷତି ହୋଇଛି । ଏହାସହ ବହୁ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ବୋଲି ପାକ୍ ମିଡିଆ ଦାବି କରିଛି । ଏତିକି ନୁହଁ ସେଠାକାର ମିଡିଆ ଫେକ୍ ଫଟୋକୁ ଭାଇରାଲ କରୁଛି । ୨୦୧୪ରେ ଭାରତରେ ହୋଇଥିବା ନକ୍ସଲ ଆକ୍ରମଣର ଏକ ଫଟୋକୁ ପାକ୍ ମିଡିଆ ରବିବାରର ଫଟୋ ବୋଲି କହୁଛି ।  

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ରବିବାର ପାକିସ୍ତାନ ଜମ୍ମୁ କାଶ୍ମୀରର କୁପୱାଡା ସ୍ଥିତ ତଙ୍ଗାଧର ସେକ୍ଟରରେ ଅସ୍ତ୍ର ବିରତି ଉଲଙ୍ଘନ କରିଥିଲା ।  ଏଥିରେ ୨ ଭାରତୀୟ ଯବାନ ଶହୀଦ ହୋଇଥିଲେ ।  ଏହା ବ୍ୟତୀତ ୧ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।  ଅନ୍ୟପଟେ ସେନାର ଯବାନ ସମେତ ୮ ଜଣ ଆହତ ହୋଇଥିଲା  ।