ଦୀପାବଳି ଦିନ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଙ୍ଘନ, ଭାରତୀୟ ସେନାର ମୁହଁତୋଡ଼ ଜବବା
Advertisement

ଦୀପାବଳି ଦିନ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଙ୍ଘନ, ଭାରତୀୟ ସେନାର ମୁହଁତୋଡ଼ ଜବବା

ପାକିସ୍ତାନ ତାର ବଦମାସୀ ଛାଡିବାକୁ ନାରାଜ । ପ୍ରାୟ ଦିନ ଭାରତ-ପାକ୍ ନିୟନ୍ତ୍ରଣ ରେଖାରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ଚାଳିଛି ପାକିସ୍ତାନୀ ସେନା । ଯାହାର ମୁହଁତୋଡ଼ ଜବାବ ମଧ୍ୟ ଦେଉଛି ଭାରତୀୟ ସେନା । ଦୀପାବଳି ଦିନରେ ମଧ୍ୟ ପାକିସ୍ତାନ ତରଫରୁ ସୀମାରେ କରାଯାଉଛି ଅସ୍ତ୍ର ବିରତି ଉଲ୍ଲଙ୍ଘନ । ଏଲଓସି ନିକଟସ୍ଥ ରାଜୌରୀ ଜିଲ୍ଲାର ସୁନ୍ଦରବନ ସେକ୍ଟରରେ ଫାଇରିଂ ଜାରି ରଖିଛି ପାକ୍ ସେନା ।  

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶ୍ରୀନଗର: ପାକିସ୍ତାନ ତାର ବଦମାସୀ ଛାଡିବାକୁ ନାରାଜ । ପ୍ରାୟ ଦିନ ଭାରତ-ପାକ୍ ନିୟନ୍ତ୍ରଣ ରେଖାରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ଚାଳିଛି ପାକିସ୍ତାନୀ ସେନା । ଯାହାର ମୁହଁତୋଡ଼ ଜବାବ ମଧ୍ୟ ଦେଉଛି ଭାରତୀୟ ସେନା । ଦୀପାବଳି ଦିନରେ ମଧ୍ୟ ପାକିସ୍ତାନ ତରଫରୁ ସୀମାରେ କରାଯାଉଛି ଅସ୍ତ୍ର ବିରତି ଉଲ୍ଲଙ୍ଘନ । ଏଲଓସି ନିକଟସ୍ଥ ରାଜୌରୀ ଜିଲ୍ଲାର ସୁନ୍ଦରବନ ସେକ୍ଟରରେ ଫାଇରିଂ ଜାରି ରଖିଛି ପାକ୍ ସେନା ।  

ଏହି ଫାଇରିଂରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି ।  ଅନ୍ୟପକ୍ଷେ ଭାରତୀୟ ଯବାନ ମଧ୍ୟ ପାକିସ୍ତାନକୁ ଉଚିତ ଜବାବ ଦେଉଛନ୍ତି । ଶନିବାର ଶ୍ରୀନଗରରେ ଆତଙ୍କବାଦୀ ଦ୍ୱାରା ଗ୍ରେନେଡ ମାଡ଼ରେ ୬ ଜଣ ଭାରତୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ)ର ଯବାନ ଆହତ ହୋଇଛନ୍ତି । ଏହା ବ୍ୟତୀତ ପାକିସ୍ତାନ ତରଫରୁ କରାଯାଇଥିବା ଫାଇରିଂରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି ।   

ଅନ୍ୟପକ୍ଷେ ଆଜି ଦୀପାବଳୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ସେଠାରେ ସେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଏହି ଅବସରରେ ସେ ଯବାନଙ୍କୁ ମିଠା ଖୁଆଁଇ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।  

ଅକ୍ଟୋବର ୨୦ରେ ପାକିସ୍ତାନ ଜମ୍ମୁ କାଶ୍ମୀରର କୁପୱାଡା ସ୍ଥିତ ତଙ୍ଗାଧର ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଥିଲା ।  ଏଥିରେ ୨ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହା ବ୍ୟତୀତ ୧ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।  ଅନ୍ୟପଟେ ସେନାର ଯବାନ ସମେତ ୮ ଜଣ ଆହତ ମଧ୍ୟ ହୋଇଥିଲେ । 

ରିପୋର୍ଟ ଅନୁସାରେ ବର୍ତ୍ତମାନ ସୀମାରେ ପରିସ୍ଥିତି ଭଲ ନାହିଁ ।  ପାକ୍ ସେନା କ୍ରମାଗତ ତଙ୍ଗାଧର, ନୌଗାମ ଓ କୁପୱାଡାରେ ଫାଇରିଂ କରୁଛି ।  ଯାହାର ଜୋରଦାର ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି ।  ଭାରତୀୟ ସେନାଙ୍କ ଜବାବୀ ଆକ୍ରମଣରେ ପିଓକେରେ ବହୁତ କ୍ଷତି ହୋଇଛି । ଅନ୍ୟପକ୍ଷେ ପାକ୍ ସେନାର ଆକ୍ରମଣରେ  ସର୍ବାଧିକ କ୍ଷୟକ୍ଷତି ଚିତ୍ରକୂଟ ଗାଁରେ ହୋଇଛି ।  ଯେଉଁଠି ପାକିସ୍ତାନ ପକ୍ଷରୁ ଫାଇରିଂ ହେବାରୁ ୬ ଘର ଭାଙ୍ଗିଯାଇଛି ।