ଓଡିଶା ଇଣ୍ଟରନାସନାଲ ସେଣ୍ଟର ପକ୍ଷରୁ ପୁରୀ ସଦଭାବନା ସମ୍ମିଳନୀ କକ୍ଷରେ ସେମାନଙ୍କୁ ଶ୍ରୀମନ୍ଦିରର ଛତିଶା ନିଯୋଗ ମହାନାୟକ କ୍ରିୟାଯୋଗ ଆଶ୍ରମର ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ସମ୍ବର୍ଦ୍ଧନା କରିଥିଲେ ।
Trending Photos
ପୁରୀ: ପାକିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ପୁରୀରେ ଭବ୍ୟ ସମ୍ବର୍ଦ୍ଧନା । ଓଡିଶା ଇଣ୍ଟରନାସନାଲ ସେଣ୍ଟର ପକ୍ଷରୁ ପୁରୀ ସଦଭାବନା ସମ୍ମିଳନୀ କକ୍ଷରେ ସେମାନଙ୍କୁ ଶ୍ରୀମନ୍ଦିରର ଛତିଶା ନିଯୋଗ ମହାନାୟକ କ୍ରିୟାଯୋଗ ଆଶ୍ରମର ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ସମ୍ବର୍ଦ୍ଧନା କରିଥିଲେ । ସେମାନେ ପୁରୀ ଆସି ବେଶ ଖୁସି ଅନୁଭବ କରିଛନ୍ତି । ତେବେ ପାକିସ୍ତାନ ର ସିନ୍ଧ ଯାଗାରେ ମହିଳା ଓ ଯୁବତୀ ସମସ୍ତେ ସୁରକ୍ଷିତ ରହିଥିବା ବେଳେ ସେଠି ମଧ୍ୟ ହିନ୍ଦୁମାନେ ସୁରକ୍ଷିତ ରହିଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କର ଭାରତରେ ନାଗରିକ ସଂଶୋଧନ ବିଧେୟକ ଖୁବ ସ୍ୱାଗତଯୋଗ୍ୟ ପଦକ୍ଷେପ । ଦେଶ ପାଇଁ ଯାହା କରାଯାଉଛି ତାହା ଅତି ସୁନ୍ଦର କାର୍ଯ୍ୟ।
ସେପଟେ ପାକିସ୍ଥାନରେ ଶିଖମାନଙ୍କୁ ଆକ୍ରମଣ ଘଟଣାରେ ସେମାନେ କହିଛନ୍ତି ଯେଉଁଠି ନିଜେ ସୁରକ୍ଷିତ ସେଠି ଅନ୍ୟକୁ ସୁରକ୍ଷିତ ରଖିବା ଦରକାର । ଇମ୍ରାନ ଖାଁଙ୍କ ସରକାର ଭଲ କରୁଛନ୍ତି । ତେଣୁ ଜଗନ୍ନାଥଙ୍କ କୃପାରୁ ପାକିସ୍ତାନରେ ହିନ୍ଦୁମାନେ ସୁରକ୍ଷିତ ରହିଛନ୍ତି । ତେଣୁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନୀ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ଓ ଭିସା ଦେବା ସହ ପୁରୀରେ ଯେଭଳି ସମ୍ମାନୀତ କରାଗଲା ତାହା ବେଶ ସ୍ମରଣୀୟ ବୋଲି କହିଛନ୍ତି । ଭାରତ ସବୁବେଳେ ଅତିଥି ଦେବୋ ଭବଃର ନାରା ଦେଇଥିବା ବେଳେ ଏମାନଙ୍କୁ ସମ୍ବର୍ଦ୍ଧନା ତାର ଏକ ଉଦାହରଣ ବୋଲି କହିଛନ୍ତି ବିଧାୟକ । କେବଳ ଚଳିତ ବର୍ଷରେ ସେମାନେ ପୁରୀ ଆସିଛନ୍ତି ତାହା ନୁହେଁ ପ୍ରତିବର୍ଷ ପୁରୀ ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଉଛନ୍ତି ଏହି ପାକିସ୍ତାନୀ ହିନ୍ଦୁ ନାଗରିକ।