ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ବ୍ରାଜିଲ ଗସ୍ତରେ PM ମୋଦି
Advertisement

ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ବ୍ରାଜିଲ ଗସ୍ତରେ PM ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ତମ ବ୍ରିକ୍ସ ଶିଖର ସମ୍ମିଳନୀ ସାମିଲ ହେବା ପାଇଁ ମଙ୍ଗଳବାର ବ୍ରାଜିଲ ଗସ୍ତରେ ଯାଇଛନ୍ତି । ବ୍ରିକ୍ସ ଶିଖର ସମ୍ମିଳନୀ ୧୩-୧୪ ନଭେମ୍ୱର ଯାଏ ବ୍ରାଜିଲରେ ଆୟୋଜିତ ହେବାର ଅଛି । ଏଥର ଏହି ସମ୍ମିଳନୀରେ ଥିମ ହେଉଛି 'ନବୋନ୍ମେଷୀ ଭବିଷ୍ୟ ପାଇଁ ଆର୍ଥିକ ବୃଦ୍ଧି' । 

ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ବ୍ରାଜିଲ ଗସ୍ତରେ PM ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ତମ ବ୍ରିକ୍ସ ଶିଖର ସମ୍ମିଳନୀ ସାମିଲ ହେବା ପାଇଁ ମଙ୍ଗଳବାର ବ୍ରାଜିଲ ଗସ୍ତରେ ଯାଇଛନ୍ତି । ବ୍ରିକ୍ସ ଶିଖର ସମ୍ମିଳନୀ ୧୩-୧୪ ନଭେମ୍ୱର ଯାଏ ବ୍ରାଜିଲରେ ଆୟୋଜିତ ହେବାର ଅଛି । ଏଥର ଏହି ସମ୍ମିଳନୀରେ ଥିମ ହେଉଛି 'ନବୋନ୍ମେଷୀ ଭବିଷ୍ୟ ପାଇଁ ଆର୍ଥିକ ବୃଦ୍ଧି' । 

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ବୟାନ ଜାରି କରି କୁହାଯାଇଛି ଯେ ପିଏମ ମୋଦି ଷଷ୍ଠ ଥର ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଯାଇଛନ୍ତି । ସେ ପ୍ରଥମ ଥର ୨୦୧୪ରେ ବ୍ରାଜିଲରେ ଫୋର୍ଟଲୀଜାରେ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ । ମୋଦି ବ୍ରାଜିଲ ଗସ୍ତ ପୂର୍ବରୁ ଟ୍ୱିଟ କରି କହିଛନ୍ତି ଯେ ମୁଁ ୧୩-୧୪ ଯାଏ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଯାଉଛି । ଏହି ଶିଖର ସମ୍ମିଳନର ଥିମ ହେଉଛି ନବୋନ୍ମେଷୀ ଭବିଷ୍ୟ ପାଇଁ ଆର୍ଥିକ ବୃଦ୍ଧି ।  ମୁଁ ବ୍ରିକ୍ସ ନେତାଙ୍କ ସହ ବିବିଧ ବିଷୟ ଉପରେ ବ୍ୟାପକ ସହଯୋଗ ସମ୍ୱନ୍ଧରେ ଚର୍ଚ୍ଚାକୁ ନେଇ ଆଶାବାନ ରହିଛି ।

ଏହି ଗସ୍ତରେ ଭାରତର ଉଦ୍ୟୋଗପତିଙ୍କ ଏକ ବଡ ପ୍ରତିନିଧି ମଣ୍ଡଳ ମଧ୍ୟ ଉପସ୍ଥିତ ରହି ପାରେ । ଏହି ପ୍ରତିନିଧି ମଣ୍ଡଳ ବ୍ରିକ୍ସ ବିଜନେସ ଫୋରମରେ ବିଶେଷ ରୂପେ ସାମିଲ ହେବ । ଯେଉଁଠି ୫ଟି ଦେଶର ବ୍ୟବସାୟୀକ ସମୁଦାୟ  ଉପସ୍ଥିତ ରହିବେ । ପିଏମ ମୋଦି ଋଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ପୃଥକ ପୃଥକ ଭାବେ ସାକ୍ଷାତ କରିବେ । ସେମାନେ ବ୍ରିକ୍ସ ଶିଖର ସମ୍ମିଳନୀର ସମାପନ ଉତ୍ସବରେ ସାମିଲ ହେବେ । ବ୍ରିକ୍ସ ହେଉଛି ୫ଟି ବିକାଶଶୀଳ ଦେଶର ସମୂହ, ଯେଉଥିରେ ବ୍ରାଦିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ ରହିଛି ।