Advertisement
Article Detail0/zeeodisha/odisha692835
Zee OdishaOther Newsସରକାରଙ୍କ ଏହି ଯୋଜନା ଅଧିନରେ ପାଇବେ ଏତିକି ଟଙ୍କା

ସରକାରଙ୍କ ଏହି ଯୋଜନା ଅଧିନରେ ପାଇବେ ଏତିକି ଟଙ୍କା

କୋରୋନା ସଂକଟ ସମୟରେ ସରକାର ଦୁଇଟି ଯୋଜନା ଚଳାଇଛନ୍ତି। ଏହି ଯୋଜନା ଗୁଡ଼ିକ ହେଉଛି ଆତ୍ମନିର୍ଭରଶୀଳ ଭାରତ ଅଧିନରେ ଭାରତ ଅର୍ଥନୈତିକ ପ୍ୟାକେଜ୍ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଏହି ଦୁଇଟି ଯୋଜନାରେ ବିଶେଷ କରି ସାଧାରଣ ଲୋକ ଓ ଗରିବ ଏବଂ କୃଷକମାନଙ୍କୁ ଉପକୃତ ହେଉଛନ୍ତି । ତେବେ ସରକାର ଅସଂଗଠିତ କ୍ଷେତ୍ର କର୍ମଚାରୀଙ୍କ ପାଇଁ ପେନସନ ଯୋ

ସରକାରଙ୍କ ଏହି ଯୋଜନା ଅଧିନରେ ପାଇବେ ଏତିକି ଟଙ୍କା

ନୂଆଦିଲ୍ଲୀ: କୋରୋନା ସଂକଟ ସମୟରେ ସରକାର ଦୁଇଟି ଯୋଜନା ଚଳାଇଛନ୍ତି। ଏହି ଯୋଜନା ଗୁଡ଼ିକ ହେଉଛି ଆତ୍ମନିର୍ଭରଶୀଳ ଭାରତ ଅଧିନରେ ଭାରତ ଅର୍ଥନୈତିକ ପ୍ୟାକେଜ୍ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଏହି ଦୁଇଟି ଯୋଜନାରେ ବିଶେଷ କରି ସାଧାରଣ ଲୋକ ଓ ଗରିବ ଏବଂ କୃଷକମାନଙ୍କୁ ଉପକୃତ ହେଉଛନ୍ତି । ତେବେ ସରକାର ଅସଂଗଠିତ କ୍ଷେତ୍ର କର୍ମଚାରୀଙ୍କ ପାଇଁ ପେନସନ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି। ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମନ୍ ଧନ ଯୋଜନା, ଯେଉଁଥିରେ ୬୦ବର୍ଷ ପୂରଣ ହେବା ପରେ ଆପଣଙ୍କୁ ମାସକୁ ୩ ହଜାର ଟଙ୍କା ପେନସନ ମିଳିବ ।

ଏହି ଯୋଜନା ଅଧୀନରେ ଅଳିଆ ଉଠାଉଥିବା ବ୍ୟକ୍ତି, ଘରୋଇ ଶ୍ରମିକ, ରିକ୍ସା ଡ୍ରାଇଭର, ଧୋବା ଏବଂ କୃଷି ଶ୍ରମିକମାନେ ଲାଭ ପାଇବେ। ଏହା ବ୍ୟତୀତ, ଯଦି ହିତାଧିକାରୀ ପେନସନ ଚାଲିଥିବା ସମୟରେ ମୃତ୍ୟୁ ହୁଏ, ତେବେ ସେ ପାଇଥିବା ପେନ୍‌ସନ୍‌ର ୫୦ ପ୍ରତିଶତ ତାଙ୍କ ପତି କିମ୍ବା ପତ୍ନୀଙ୍କୁ ମିଳିବ ।

ଭାରତରେ ପ୍ରାୟ ୪୨ କୋଟି ଲୋକ ଅଣସଂଗଠିତ କ୍ଷେତ୍ର ସହିତ ଜଡିତ । ଏହି ଲୋକମାନେ ଯୋଜନାର ଲାଭ ଭରପୁର ଉଠାଇବାକୁ ସୁଯୋଗ ରହିଛି। ତଥ୍ୟ ଅନୁଯାୟୀ, ମେ ୬ ପର୍ଯ୍ୟନ୍ତ ପ୍ରାୟ ୬୪.୫ ଲକ୍ଷ ଲୋକ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ଏହା ଅଧୀନରେ ପଞ୍ଜୀକରଣର ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହେବା ଉଚିତ୍ । ଏହି ଯୋଜନା ଅଧୀନରେ, ଅଣସଂଗଠିତ କ୍ଷେତ୍ରର ଯେକୌଣସି ଶ୍ରମିକ, ଯାହାର ବୟସ ୪୦ ବର୍ଷରୁ କମ୍ ଏବଂ କୌଣସି ସରକାରୀ ଯୋଜନାର ଲାଭ ଉଠାଉ ନଥିବେ, ସେହିମାନେ ଏହାର ଲାଭ ଉଠାଇ ପାରିବେ । ତେବେ ଏହି ଉପଭୋକ୍ତା ମାସିକ ଆୟ ୧୫ ହଜାରରୁ ଅଧିକ ହେବା ଉଚିତ୍ ନୁହେଁ ।

Add Zee News as a Preferred Source

ଯଦି ୧୮ ବର୍ଷ ବୟସରେ କେହି ଏହି ଯୋଜନାରେ ଯୋଗଦେବେ, ତେବେ ସେମାନଙ୍କୁ ମାସକୁ ୫୫ ଟଙ୍କା ଜମା କରିବାକୁ ପଡିବ । ସେହିଭଳି ୨୯ ବର୍ଷୀୟାଙ୍କୁ ୧୦୦ ଟଙ୍କା ଏବଂ ୪୦ ବର୍ଷ ବୟସ୍କ ଶ୍ରମିକଙ୍କୁ ୨୦୦ ଟଙ୍କା ଦେବାକୁ ପଡିବ । ଏହା ହେଉଛି ସର୍ବାଧିକ ପ୍ରିମିୟମ୍ । ଏହି ରାଶି ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଜମା କରିବାକୁ ପଡିବ ।

About the Author