ଦିଲ୍ଲୀ ହିଂସାକୁ ନେଇ ପଦାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ...
Advertisement

ଦିଲ୍ଲୀ ହିଂସାକୁ ନେଇ ପଦାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ...

ପଦାରେ ପଡ଼ିଲା ଦିଲ୍ଲୀ ପୋଲିସର ଅପାରଗତା । ଦୋଷ ମୁଣ୍ଡାଇବ କିଏ ?

ଦିଲ୍ଲୀ ହିଂସାକୁ ନେଇ ପଦାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ...

ନୂଆଦିଲ୍ଲୀ: ଗତ ରବିବାର ଦେଖା ଦେଇଥିବା ଚାଞ୍ଚଲ୍ୟକର ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ବିଜେପି ନେତା କପିଲ ମିଶ୍ରାଙ୍କ ଟ୍ୱିଟ ପରେ ଗୁଇନ୍ଦା ସଂସ୍ଥା ଦିଲ୍ଲୀ ପୋଲିସକୁ ୬ଥର ଆଲର୍ଟ ଜାରି କରିଥିଲା। ମାତ୍ର ପୋଲିସ ଏହାକୁ ଅଣଦେଖା କରିଥିଲା। ଏପରିକି ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବାରେ ମଧ୍ୟ ବିଫଳ ହୋଇଥିଲା ଦିଲ୍ଲୀ ପୋଲିସ। ଯାହାର ଫଳ ଆଜି ସମସ୍ତଙ୍କ ସାମ୍ନାରେ। 

ସୂଚନାଯୋଗ୍ୟ ବିଜେପି ନେତା କପିଲ ମିଶ୍ରା ରବିବାର ସିଏଏ ସପକ୍ଷରେ ମୌଜପୁରରେ ଏକତ୍ରିତ ହେବା ପାଇଁ ଏକ ଟ୍ୱିଟ କରିଥିଲେ।  ଦିନ ପ୍ରାୟ ୩ଟା ସମୟରେ ମୌଜପୁରରେ ଏକତ୍ରିତ ହେବାକୁ କହିଥିଲେ। ସେଠାରୁ ଏକ ରାଲି କରିବାକୁ ମଧ୍ୟ ଶ୍ରୀ ମିଶ୍ରା ଟ୍ୱିଟରେ ଉଲ୍ଲେଖ କରିଥିଲେ। ତେବେ ଏହି ଟ୍ୱିଟ ଆସିବା ପରେ ଓ୍ୱାୟରଲେସ ଫୋନ ମାଧ୍ୟମରେ ଗୁଇନ୍ଦା ସଂସ୍ଥା ଉତ୍ତର ପୂର୍ବ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲା। ସେଠାରେ ବିପୁଳ ପରିମାଣରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ଗୁଇନ୍ଦା ବିଭାଗ। 

ଗୁଇନ୍ଦା ଦେଇଥିବା ଆର୍ଲଟକୁ ଦିଲ୍ଲୀ ପୋଲିସ ସ୍ୱିକାର କରିଛି। ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ନାମକୁ ଗୋପନ ରଖି କହିଛନ୍ତି କି, ଦିଲ୍ଲୀ ପୋଲିସ ନିକଟରୁ ଏହି ଗୁଇନ୍ଦା ସଂସ୍ଥାର ଆଲର୍ଟ ଆସିଥିଲା। ମାତ୍ର ଏହାକୁ ଗୁରୁତର ସହ ନେଇ ନଥିଲା ଦିଲ୍ଲୀ ପୋଲିସ । ସେ ଆଙୁରି ମଧ୍ୟ କହିଛନ୍ତି କି, ରବିବାର ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କପିଲ ମିଶ୍ରା  ଲୋକମାନଙ୍କୁ ଉସୁକାଇବା ଭଳି ଭାଷଣ ଦେଇଥିଲେ। 

କପିଳ କହିଥିଲେ କି, ତିନି ଦିନ ଆପଣଙ୍କୁ ସମୟ ଦିଆଯାଉଛି। ତିନି ଦିନ ମଧ୍ୟରେ ଜାଫରାବାଦ ଓ ଚାନ୍ଦବାଗ ରାସ୍ତା ଖାଲି ହେବା ଦରକାର। ଯଦି ଦିଲ୍ଲୀ ପୋଲିସ ଏହି ରାସ୍ତାକୁ ଖାଲି କରି ନ ପାରେ, ତେବେ ଆମେ ଏହାକୁ ଖୋଲିବୁ। ସମୟ ପରେ ଆମକୁ ଆଉ ବୁଝାଇବ ନାହିଁ। ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି କହିଥିଲେ କପିଲ। ଏହା ସହିତ ସେହିଦିନ ସନ୍ଧ୍ୟା ୫ଟା ସମୟରେ ଆଉ ଏକ ଟ୍ୱିଟ କରି ଲୋକମାନଙ୍କୁ ହିଂସା ଘଟାଇବାକୁ ପ୍ରୋତ୍ସାହିତ କରିଥିଲେ ବୋଲି ପୋଲିସ ଅଧିକାରୀ କହିଥିଲେ। ଏହାପରେ ସେହିଦିନ ରାତିରେ ହିଂସା ଉଗ୍ରରୂପ ନେଇଥିଲା ଓ ବୁଧବାର ସୁଦ୍ଧା ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ।