ଦିନରେ ଶସ୍ତା ଓ ରାତିରେ ମହଙ୍ଗା ହେବ ବିଦ୍ୟୁତ ଦର
Advertisement

ଦିନରେ ଶସ୍ତା ଓ ରାତିରେ ମହଙ୍ଗା ହେବ ବିଦ୍ୟୁତ ଦର

ଗୋଟିଏ ଦିନରେ ବିଜୁଳିର ପୃଥକ ପୃଥକ ଦର ସ୍ଥିର କରାଯିବାର ଯୋଜନା ରହିଛି । ଚାହିଦା ଓ ଯୋଗାଣ ଅନୁସାରେ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ବିଜୁଳିର ଦର କଣ ହେବ, ତାହା ସ୍ଥିର କରାଯିବ । 

ଦିନରେ ଶସ୍ତା ଓ ରାତିରେ ମହଙ୍ଗା ହେବ ବିଦ୍ୟୁତ ଦର

ନୂଆଦିଲ୍ଲୀ: ଏବେ ଗୋଟିଏ ଦିନରେ ବିଜୁଳିର ବ୍ୟବହାର ଉପରେ ଅଲଗା ଅଲଗା ଦରରେ ଟଙ୍କା ଦେବାକୁ ପଡ଼ିବ । ସକାଳ, ମଧ୍ୟାହ୍ନ ଓ ରାତିରେ ବିଜୁଳି ଦର  ଅଲଗା ଅଲଗା ଭାବେ ସ୍ଥିର କରାଯିବାର ପଥ ପରିଷ୍କାର ହୋଇଯାଇଛି । ମିଳିତ ସୂଚନା ମୁତାବକ, ଶକ୍ତି ମନ୍ତ୍ରାଳୟର ପ୍ରସ୍ତାବକୁ PMO ତରଫରୁ ସବୁଜ ସଙ୍କେତ ମିଳି ସାରିଛି । ଏହି ଯୋଜନାକୁ ୨ ମାସରେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଗୋଟିଏ ଦିନରେ ବିଜୁଳିର ପୃଥକ ପୃଥକ ଦର ସ୍ଥିର କରାଯିବାର ଯୋଜନା ରହିଛି । ଚାହିଦା ଓ ଯୋଗାଣ ଅନୁସାରେ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ବିଜୁଳିର ଦର କଣ ହେବ, ତାହା ସ୍ଥିର କରାଯିବ । ମୁଖ୍ୟତଃ ଶକ୍ତି ମନ୍ତ୍ରାଳୟ TOD ଅର୍ଥାତ ଟାଇମ ଅଫ ଡେ ଟ୍ୟାରିଫ ଉପରେ ପ୍ରସ୍ତାବ ପ୍ରସ୍ତୁତ କରିଛି । ମିଳିତ ସୂଚନା ମୁତାବକ, ଶକ୍ତି ମନ୍ତ୍ରାଳୟର ଏହି ପ୍ରସ୍ତାବକୁ ପିଏମଓ ସବୁଜ ସଙ୍କେତ ପ୍ରଦାନ କରିଛି ଓ ଏହାକୁ ଆଗକୁ ବଢ଼ାଇବାର ନିର୍ଦ୍ଦେଶ ଦେଇଛି ।

ପାୱାର ଓ ରିନୁଏୱଲ ଏନର୍ଜି ସେକ୍ଟର ସମ୍ୱନ୍ଧିତ ଏକ ସମୀକ୍ଷା ବୈଠକ ହୋଇଛି । ଏହି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି । ଏହା ସୁନିଶ୍ଚିତ କରାଯାଇଛି ଯେ ସମସ୍ତ ସେକ୍ଟରର ଗ୍ରାହକଙ୍କ ପାଇଁ ଏହି ପ୍ରସ୍ତାବ ଲାଗୁ ହେବ । ଏହା ଉପରେ ଶକ୍ତି ମନ୍ତ୍ରାଳୟ କହିଛି ଯେ ଏହା ଆଗାମୀ ୨ ମାସ ମଧ୍ୟରେ ଲାଗୁ କରିବାର ଅଛି । ଏଥିପାଇଁ ରାଜ୍ୟ ସହ ସହମତି ହେବାର ଆବଶ୍ୟକତା ରହିଛି ।