କୋହଳ ହେଲା ଏସଓପି, ଏଣିକି ସବୁଦିନ ଜଗା ଦର୍ଶନ
Advertisement

କୋହଳ ହେଲା ଏସଓପି, ଏଣିକି ସବୁଦିନ ଜଗା ଦର୍ଶନ

ଏସଓପିରେ (SOP) ହେଲା କୋହଳ। ଆଗାମୀ ଦିନରେ ସାନିଟାଇଜେସନ (Sanitization) ପାଇଁ କୌଣସି ରବିବାର ହେବ ନାହିଁ ଶ୍ରୀମନ୍ଦିର (Sri Mandir) ବନ୍ଦ। ସପ୍ତାହରେ ତିନିଦିନ ଶ୍ରୀମନ୍ଦିରକୁ କରାଯିବ ସାନିଟାଇଜେସନ। ସିଂହଦ୍ଵାର ଦେଇ ପ୍ରବେଶ ଓ ତିନିଦ୍ୱାର ଦେଇ ଭକ୍ତମାନେ କରିବେ ପ୍ରସ୍ତାନ। ଆସନ୍ତା ରବିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେ

କୋହଳ ହେଲା ଏସଓପି, ଏଣିକି ସବୁଦିନ ଜଗା ଦର୍ଶନ

ସଞ୍ଜୟ ମହାପାତ୍ର, ପୁରୀ: ଏସଓପିରେ (SOP) ହେଲା କୋହଳ। ଆଗାମୀ ଦିନରେ ସାନିଟାଇଜେସନ (Sanitization) ପାଇଁ କୌଣସି ରବିବାର ହେବ ନାହିଁ ଶ୍ରୀମନ୍ଦିର (Sri Mandir) ବନ୍ଦ। ସପ୍ତାହରେ ତିନିଦିନ ଶ୍ରୀମନ୍ଦିରକୁ କରାଯିବ ସାନିଟାଇଜେସନ। ସିଂହଦ୍ଵାର ଦେଇ ପ୍ରବେଶ ଓ ତିନିଦ୍ୱାର ଦେଇ ଭକ୍ତମାନେ କରିବେ ପ୍ରସ୍ତାନ। ଆସନ୍ତା ରବିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେଶ (Padmabesa) ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ପ୍ରତି ରବିବାର ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। 

ସପ୍ତାହରେ ତିନିଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ। ଆନନ୍ଦବଜାରରେ ମହାପ୍ରସାଦ ସେବନ କଟକଣା ହଟିଲା। ଆନନ୍ଦବଜାରରେ ମହାପ୍ରସାଦ ପାଇପାରିବେ ଭକ୍ତ। ତମାଖୁ ସେବନ କରୁଥିବା ଭକ୍ତଙ୍କ ଉପରେ ପୂର୍ବରୁ ଏକ ହଜାର ଟଙ୍କା ଫାଇନ ଥିଲେ ମଧ୍ୟ ଏବେ ଏକ ସ୍କ୍ୱଡ ଗଠନ ହୋଇ ହେବ ଫାଇନ ଆଦାୟ। ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ। ପଲିଥିନ ବାହାରିଲେ ଶହେ ଟଙ୍କା ଆଦାୟ କରାଯିବ। ଦ୍ୱିପଦାନ ଏକ ଡେଜିଂନେଟେଡ ପ୍ଲେସରେ କରିପାରିବେ। ଦର୍ଶନ ବ୍ଯବସ୍ଥାରେ ପୁରୀବାସୀଙ୍କ ପାଇଁ ରହିବନି ସ୍ୱତନ୍ତ୍ର ବ୍ଯବସ୍ଥା। ସମସ୍ତ ଭକ୍ତ ସକାଳ ୬ଟାରୁ ପ୍ରବେଶ କରିପାରିବେ। 

ସେପଟେ ରୁପାଦ୍ୱର ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ଦେଲେ ମୁଖ୍ୟ ପ୍ରଶାସକ। ଖୁବଶୀଘ୍ର ରୁପାଦ୍ୱର ନେଇ ଆରମ୍ଭ ହେବ ପ୍ରକ୍ରୀୟା। ଏଏସଆଇ ସହ ଆଲୋଚନା କରାଯାଇ ନିସ୍ପତ୍ତି ନିଆଯିବ। ଏଠାରେ ରୂପା ଆସିଲେ ତାକୁ ସୁରକ୍ଷା ଦେବା ସହ ନିର୍ମାଣ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯିବ। ଏପର୍ଯ୍ୟନ୍ତ ଡିଜାଇନ ଫାଇନାଲ ହୋଇନାହିଁ। ରୂପା ଆସି ପହଞ୍ଚିଲେ ଖୁବଶୀଘ୍ର ଡିଜାଇନ ପ୍ରସ୍ତୁତ ହେବ। ମହାପ୍ରଭୁଙ୍କ ସ୍ୱର୍ଣ୍ଣାଳଙ୍କାର ମଧ୍ୟ ଦାତାଙ୍କ ଦ୍ୱାରା କରାଯିବ। ସେଥିପାଇଁ ପରିଚାଳନା କମିଟି ସଦସ୍ଯ ମାନେ ମୁମ୍ବାଇ ଯାଇ ଦାତାଙ୍କ ସହ ଆଲୋଚନା କରିଛନ୍ତି।