ଆତ୍ମସମର୍ପଣ କଲେ ଆଜମ ଖାନ ଓ ତାଙ୍କ ପରିବାର
Advertisement
Article Detail0/zeeodisha/odisha646353

ଆତ୍ମସମର୍ପଣ କଲେ ଆଜମ ଖାନ ଓ ତାଙ୍କ ପରିବାର

ଆଜମ ଖାନଙ୍କ ସହିତ ତାଙ୍କ ପତ୍ନୀ ତାଞ୍ଜିନ ଫାତିମା ଓ ପୁଅ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କଲେ ଆଜମ ଖାନ ଓ ତାଙ୍କ ପରିବାର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ସହିତ ତାଙ୍କ ପତ୍ନୀ ତାଞ୍ଜିନ ଫାତିମା ଓ ପୁଅ ଆତ୍ମସମର୍ପଣ କରିଛନ୍ତି। ବୁଧବାର ରାମପୁରର ଏକ ସ୍ୱତନ୍ତ୍ର ଅଦାଲତରେ ଆଜି ଆଜମ ଖାନ ଓ ତାଙ୍କ ପରିବାର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଫଳରେ ଅଦାଲତ ତିନି ଜଣଙ୍କୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୭ ମସିହାରେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଆସିବା ପରେ ଆଜମ ଖାନଙ୍କ ବିରୋଧରେ ୮୦ରୁ ଊର୍ଦ୍ଧ୍ୱ ମାମଲା ରାଜ୍ୟର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ତାଙ୍କ ବିରୋଧିରେ ୮୦ରୁ ଊର୍ଦ୍ଧ୍ୱ ମାମଲା ଚାଲିଛି। ଏହା ମଧ୍ୟରୁ ଅନେକ ମାମଲାରୁ ଶୁଣାଣି କରି ଅଦାଲତରେ ହାଜର ହେବାକୁ କୋର୍ଟ୍ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ଆଜମ ଖାନ ଥାନାରେ ଆତ୍ମସମର୍ପଣ କରିଛନ୍ତି। ତେବେ ଆଗୁଆ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇ ଯାଇଥିବା ଜଣାପଡ଼ିଛି। 

ତେବେ ବୁଧବାର ଆଜମ ଖାନ ନିଜ ପରିବାର ସହିତ ଏଡ଼ିଜେ ଧିରେନ୍ଦ୍ର କୁମାରଙ୍କ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ଏହା ପୂର୍ବରୁ ଆଜମ ଖାନ ଓ ତାଙ୍କ ପତ୍ନୀ ଏବଂ ପୁଅ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରାଯାଇଥିଲା। ରାମପୁରର ଏହି ସ୍ୱତନ୍ତ୍ର ଅଦାଲତ ଆଜମ ଖାନ, ତାଙ୍କ ପତ୍ନୀ ତଞ୍ଜିନ ଫାତିମ ଓ ପୁଅ ଅବ୍ଦୁଲ୍ଲାଙ୍କୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ମାର୍ଚ୍ଚ ଦୁଇ ତାରିଖରେ ସେମାନଙ୍କ ବିରୋଧରେ ଶୁଣାଣି ହେବ।