• ଦେଶରେ ଦୈନିକ କୋରୋନା ସଂକ୍ରମଣ ୨ ଲକ୍ଷ ପାର୍
  • ଦେଶରେ ଗତ ଦିନକରେ ୨ ଲକ୍ଷ ୭୩୮ ସଂକ୍ରମିତ ଚିହ୍ନଟ
  • କୋରୋନାରେ ୧ ହଜାର ୩୮ ଜଣଙ୍କ ମୃତ୍ୟୁ
  • ଗତ ଦିନକରେ କୋରୋନାରୁ ୯୩ ହଜାର ୫୨୮ ସୁସ୍ଥ
  • ଦେଶରେ ସଂକ୍ରମତି ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୪, ୫୬୪କୁ ବୃଦ୍ଧି
  • କୋରୋନାରୁ ମୋଟ ୧ କୋଟି ୨୪ ଲକ୍ଷ ୨୯, ୫୬୪ ସୁସ୍ଥ
  • ଦେଶରେ ୧୪ ଲକ୍ଷ ୭୧, ୮୭୭ କୋରୋନା ସଂକ୍ରମିତ ସକ୍ରିୟ
  • କୋରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩, ୧୨୩କୁ ବୃଦ୍ଧି
  • ଆଜି ଯାଏ ୧୧ କୋଟି ୪୪ ଲକ୍ଷ ୯୩, ୨୩୮ଜଣଙ୍କୁ ଟିକାକରଣ
  • ଦେଶରେ ଗତ ଦିନକରେ ୧୩ ଲକ୍ଷ ୮୪, ୫୪୯ ନମୁନା ପରୀକ୍ଷା

ତାଇକୋଣ୍ଡ ଏକାଡେମି ପକ୍ଷରୁ ବେଲ୍ଟ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଏଥିରେ ମୁଖ୍ୟ ଅତିଥିଭାବେ ଓଡିଶା ତାଇକୋଣ୍ଡ ଆସୋସିଏସନ ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ ।

ତାଇକୋଣ୍ଡ ଏକାଡେମି ପକ୍ଷରୁ ବେଲ୍ଟ ପ୍ରଦାନ ଉତ୍ସବ ଅନୁଷ୍ଠିତ

ହିମାଂଶୁ ଶେଖର ସାହୁ,ବୌଦ୍ଧ: ବୌଦ୍ଧ ଜିଲ୍ଲା ସଦରମହକୁମା ସ୍ଥିତ ଷ୍ଟାଡିୟମ ପରିସରରେ ଥିବା ଇନଡୋର ଷ୍ଟାଡିୟମରେ ସ୍ଥାନୀୟ ତାଇକୋଣ୍ଡ ଏକାଡେମି ପକ୍ଷରୁ ଏକ ବେଲ୍ଟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଓଡିଶା ତାଇକୋଣ୍ଡ ଆସୋସିଏସନ ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । 

ବୌଦ୍ଧ ଜିଲ୍ଲାର ବିଭିନ୍ନ ଛାତ୍ରଛାତ୍ରୀ ମାନେ ତାଇକୋଣ୍ଡ ଶିକ୍ଷା ଲାଭ କରି ଜାତୀୟ ସ୍ତରରେ ତଥା ବିହାର, ରାଞ୍ଚିର ବିର୍ସାମୁଣ୍ଡା ଷ୍ଟାଡିୟମରେ ଛାତ୍ର ନରସିଂହ ପାଲ ଓ ସମିତ ଦେହୁରୀ  ଅଂଶ ଗ୍ରହଣ କରିଥିବାବେଳେ  ରାଜ୍ୟରେ କଟକ ଠାରେ ହୋଇଥିବା ପ୍ରତିଯୋଗିତାରେ ଶ୍ରୀରାମ ସେଠୀ ଅଂଶ ଗ୍ରହଣ କରି  ସେମାନଙ୍କ ଉତ୍ତମ  ପାରଦର୍ଶୀତା ଦେଖାଇଥିବା ତାଇକୋଣ୍ଡ ପଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା  ଦିଆଯାଇଥିଲା । ଏହି ଅବସରରେ ଅମନ କୁମାର ସାହୁ ଙ୍କ ବ୍ଲ୍ୟୁ ଓାନ ବେଲ୍ଟ ପ୍ରଦାନ କରାଯାଇଥିବାବେଳେ ୨୧ ଜଣ ଙ୍କୁ  ବ୍ଲ୍ୟୂ ବେଲ୍ଟ, ୧୧ ଜଣଙ୍କୁ ଗ୍ରୀନ ବ୍ଲ୍ୟୂ ବେଲ୍ଟ, ୪ ଜଣ ଙ୍କୁ ଗ୍ରୀନ  ବେଲ୍ଟ ଏବଂ ୧୨ ଜଣ ଛାତ୍ରଛାତ୍ରୀ ଙ୍କୁ ୟେଲୋ ବେଲ୍ଟ ପ୍ରଦାନ କରାଯାଇଥିବା ଆୟୋଜକ ପକ୍ଷରୁ ସୁଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ବହୁ ଖେଳପ୍ରେମୀ  ଓ ଆଥଲେଟିକ ପ୍ରେମୀ  ମାନେ ଯୋଗଦେଇଥିଲେ ।