ଘରକୁ ଫେରିଲେନି, ସକାଳୁ ମିଳିଲା ମୃତଦେହ
Advertisement

ଘରକୁ ଫେରିଲେନି, ସକାଳୁ ମିଳିଲା ମୃତଦେହ

ଡାକ୍ତର ଜଣଙ୍କ ହାଇଦ୍ରାବାଦର ଶାଦନଗରରେ ରୁହନ୍ତି ।  ୨୬ ବର୍ଷୀୟ ଏହି ଡାକ୍ତର ଘର ଠାରୁ ୩୦ କି.ମି ଦୂରରେ ଥିବା ଏକ  ଭେଟେନାରୀ ହସ୍ପିଟାଲରେ କାମ କରନ୍ତି । ସେ ପ୍ରତ୍ୟେକ ଦିନ ହାଇଦ୍ରାବାଦ-ବେଙ୍ଗାଲୁରୁ ନ୍ୟାସନାଲ ହାଇୱେ ସ୍ଥିତ ଟୋଣ୍ଡୁପଲ୍ଲୀ ଟୋଲ ପ୍ଲାଜାରେ ନିଜର ଟୁ ହ୍ୱିଲର ଗାଡ଼ି ପାର୍କ କରନ୍ତି ।

ପ୍ରତୀକାତ୍ମକ ଫଟୋ

ସୁଭଦ୍ରା ବେହେରା, ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜଣେ ମହିଳା ଭେଟେନାରୀ ଡାକ୍ତରଙ୍କୁ ହତ୍ୟା କରାଯାଇଛି । ୨୬ ବର୍ଷୀୟ ଭେଟେନାରୀ ଡାକ୍ତରଙ୍କୁ ବିଳମ୍ବିତ ରାତିରେ । ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଡାକ୍ତରଙ୍କ ପୋଡ଼ା ମୃତଦେହ ଗୁରୁବାର ସକାଳୁ ମିଳିଛି । ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଡାକ୍ତର ଜଣଙ୍କ ହାଇଦ୍ରାବାଦର ଶାଦନଗରରେ ରହୁଥିଲେ । ୨୬ ବର୍ଷୀୟ ଏହି ଡାକ୍ତର ଘର ଠାରୁ ୩୦ କି.ମି ଦୂରରେ ଥିବା ଏକ  ଭେଟେନାରୀ ହସ୍ପିଟାଲରେ କାମ କରୁଥିଲେ । ସେ ପ୍ରତ୍ୟେକ ଦିନ ହାଇଦ୍ରାବାଦ-ବେଙ୍ଗାଲୁରୁ ନ୍ୟାସନାଲ ହାଇୱେ ସ୍ଥିତ ଟୋଣ୍ଡୁପଲ୍ଲୀ ଟୋଲ ପ୍ଲାଜାରେ ନିଜର ଟୁ ହ୍ୱିଲର ଗାଡ଼ି ପାର୍କ କରୁଥିଲେ । ଏବଂ ସେଠାରୁ କ୍ୟାବ ନେଇ ହସ୍ପିଟାଲ ପର୍ଯ୍ୟନ୍ତ ଯାଉଥିଲେ ।

ହେଲେ ବୁଧବାର ରାତି ଥିଲା ଡାକ୍ତରଙ୍କ ପାଇଁ କାଳରାତି । ସେ ବୁଧବାର ନିଜ ଗାଡ଼ିକୁ  ଟୋଲପ୍ଲାଜାରେ ପାର୍କ କରିଥିଲେ । ଆଉ ତା ପରେ ହସ୍ପିଟାଲ ବାହାରିଥିଲେ । ଆଉ ରାତି ୯ଟା ୨୨ ସେ ନିଜ ଭଉଣୀକୁ ଫୋନ କରି କହିଥିଲେ ଯେ ତାଙ୍କ ଗାଡ଼ି ଟାୟାର ପଙ୍କଚର ହୋଇଯାଇଛି । କେହି ଜଣେ ବ୍ୟକ୍ତି ତାଙ୍କୁ ସାହଯ୍ୟ କରିବେ ବୋଲି କହିଛନ୍ତି । 

ହେଲେ ପୁଣି କିଛି ସମୟ ପରେ ଫୋନ କରି କହିଲେ କି ସାହାଯ୍ୟ ପାଇଁ ରହୁଥିବା ବ୍ୟକ୍ତି ଜଣକ କହୁଛନ୍ତି  ଆଖପାଖରେ ଥିବା ସବୁ ଦୋକାନ ବନ୍ଦ ହୋଇଯାଇଛି ଗାଡ଼ି ପଙ୍କଚର ଠିକ କରିବା ପାଇଁ ଅନ୍ୟ କେଉଁ ଜାଗାକୁ ନେବାକୁ ପଡ଼ିବ । ତାଙ୍କୁ ଡ଼ର ଲାଗୁଛି । ସେ ତାଙ୍କ ଭଉଣୀକୁ କହିଲେ କି ଫୋନ କାଟିବୁନି ମୋତେ ଏଠି ଡ଼ର ଲାଗୁଛି । ସବୁ ଲୋକ ମୋତେ ଘୁରୁଛନ୍ତି ।

ଆଉ ତାପରେ ତାଙ୍କ ଫୋନ ସ୍ୱିଚ ଅଫ୍ ହୋଇଯାଇଥିଲା । ଘର ଲୋକେ ବାରମ୍ବାର ତାଙ୍କ ନମ୍ବରକୁ କଲ ଲଗାଇ ନିରାଶ ହୋଇଥିଲେ । ପରେ ପୋଲିସ ପାଖରେ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ହେଲେ ଗୁରୁବାର ସକାଳୁ ଏକ ଫ୍ଲାଇଓଭର ତଳୁ ଡାକ୍ତରଙ୍କ ମୃତଦେହ ମିଳିଥିଲା । ଶମସାବାଦ ଡିସିପି ପ୍ରକାଶ ରେଡ୍ଡୀ କହିଛନ୍ତି ଯେ, "ଭେଟେନାରୀ ଡାକ୍ତରଙ୍କୁ କିରୋସିନ ଢାଳି ଜଳାଇ ଦିଆଯାଇଛି । ଏହି ଘଟଣାର ଯାଞ୍ଚ ପାଇଁ ୧୦ଟି ଟିମ୍ ଗଠନ କରାଯାଇଛି ।" ହାଇଦ୍ରାବାଦ ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।