close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜିତିଲେ ଆଦିତ୍ୟ, ମୁଖ୍ୟମନ୍ତ୍ରୀ ପଦ ଦାବି କଲା ଶିବସେନା

ଆଜି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ତେବେ ମହାରାଷ୍ଟ୍ରରେ ଜନାଦେଶ ବିଜେପି-ଶିବସେନା ମେଣ୍ଟକୁ ଯିବା ଏକପ୍ରକାର ସ୍ପଷ୍ଟ ହେବାକୁ ବସିଲାଣି । ଆଉ ଏହାରି ଭିତରେ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି । ୱର୍ଲି ଆସନରୁ ବିଜୟୀ ହୋଇଛନ୍ତି ଶିବସେନା ପ୍ରାର୍ଥୀ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଆଉ ଏହା ପରେ ହିଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିଛି ଶିବସେନା । 

ଜିତିଲେ ଆଦିତ୍ୟ, ମୁଖ୍ୟମନ୍ତ୍ରୀ ପଦ ଦାବି କଲା ଶିବସେନା
ପୁଅ ଆଦିତ୍ୟ ଠାକରେର ବିଜୟ ପରେ ଖୁସି ମନାଉଛନ୍ତି ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ତେବେ ମହାରାଷ୍ଟ୍ରରେ ଜନାଦେଶ ବିଜେପି-ଶିବସେନା ମେଣ୍ଟକୁ ଯିବା ଏକପ୍ରକାର ସ୍ପଷ୍ଟ ହେବାକୁ ବସିଲାଣି । ଆଉ ଏହାରି ଭିତରେ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି । ୱର୍ଲି ଆସନରୁ ବିଜୟୀ ହୋଇଛନ୍ତି ଶିବସେନା ପ୍ରାର୍ଥୀ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଆଉ ଏହା ପରେ ହିଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିଛି ଶିବସେନା । 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମେଣ୍ଟକରି ମଇଦାନକୁ ଓହ୍ଲାଇଥିବା ବିଜେପି-ଶିବସେନାକୁ ଯଦିଓ ବହୁମତ ମିଳିବା ଏକପ୍ରକାର ସ୍ପଷ୍ଟ ହେଉଛି, ତେବେ ଏହାରି ଭିତରେ ଅନ୍ୟ ଏକ ବିବାଦ ମୁଣ୍ଡ ଟେକିଲାଣି । କାହିଁକିନା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ୱର୍ଲି ଆସନରୁ ବିଜୟୀ ହେବା ପରେ ହିଁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର କହିଲାଣି । 

ଶିବସେନାର ବରିଷ୍ଠ ନେତା ସୁଶୀଲ ସିନ୍ଧେ କହିଛନ୍ତି , ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳୁ । ଆଦିତ୍ୟ ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବରେ ନିର୍ବାଚନ ଲଢି ୬୭ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ର ଶିବସେନାରୁ ମୁଖ୍ୟମନ୍ତ୍ରୀ ଦେଖିବାକୁ ଚାହୁଁଛି । ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳୁ ବୋଲି ଦାବି କରିଛନ୍ତି ସିନ୍ଧେ । 

ବିଜେପି ଓ ଶିବସେନା ମେଣ୍ଟ କରିବା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଆଦିତ୍ୟ ଠାକରେ ଜିତିବା କ୍ଷଣି ହିଁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ଆରମ୍ଭ କରିଦେଇଛି । ଯାହା ସମସ୍ତଙ୍କୁ ଚକିତ କରୁଛି । 

ତେବେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଆଦିତ୍ୟ । ୬୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି । ଆଦିତ୍ୟ ନିଜ ପରିବାରର ପ୍ରଥମ ସଦସ୍ୟ, ଯିଏ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇଛନ୍ତି । ଯଦିଓ ଦୀର୍ଘ ବର୍ଷ ଧରି ଠାକରେ ପରିବାର ମହାରାଷ୍ଟ୍ର ରାଜନୀତିରେ ନିଜ ପତିଆରା ଜାହିର କରିଆସିଛନ୍ତି, ତେବେ ପୂର୍ବରୁ କେହି ପ୍ରତ୍ୟକ୍ଷ ନିର୍ବାଚନକୁ ଆସୁନଥିଲେ । କାହିଁକିନା ଏହା ହିଁ ଥିଲା ଦିବଙ୍ଗତ ନେତା ବାଲ ଠାକରେଙ୍କ ଆଭିମୁଖ୍ୟ । 

ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଚାଲୁଥିଲେ ଆଦିତ୍ୟ । ଏହି ଆସନରୁ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ଲଢୁଥିଲେ ଏନସିପି ନେତା ସୁରେଶ ମାନେ । ସେ ଶିବସେନାଠାରୁ ୬୭ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି । ଶିବସେନା ଗଡ ଭାବରେ ପରିଚିତ ୱର୍ଲି ଆସନରେ ଗତ ୨୦୧୪ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ୬୦ ହଜାର ଭୋଟରେ ବିଜୟୀ ହୋଇଥିଲା । ଏପଟେ ଏହି ବିଜୟ ସହ ଆଦିତ୍ୟ ଆରମ୍ଭ କରିଛନ୍ତି ନିଜର ପ୍ରତ୍ୟକ୍ଷ ରାଜନୀତି କ୍ୟାରିୟର ।