ସୋନୁ ଘୋଷକୁ NSA ଲଗାଇଲା ଝାରସୁଗୁଡ଼ା ପୋଲିସ
Advertisement
Article Detail0/zeeodisha/odisha615051

ସୋନୁ ଘୋଷକୁ NSA ଲଗାଇଲା ଝାରସୁଗୁଡ଼ା ପୋଲିସ

ବ୍ରଜରାଜନଗରର ବହୁ ଚର୍ଚ୍ଚିତ ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ହାର୍ଡକୋର ଅପରାଧୀ ସୋନୁ ଘୋଷୁ NSA ଲଗାଇଲା ଝାରସୁଗୁଡ଼ା ପୋଲିସ । ସୁରକ୍ଷା ଦୃଷ୍ଟିରୁ ସୋନୁ ଘୋଷକୁ ଜାତୀୟ ସୁରକ୍ଷା ଆଇନ (NSA) ଲଗାଇଲା ଝାରସୁଗୁଡ଼ା ପୋଲିସ।  ଏନେଇ ସୂଚନା ଦେଲେ ଝାରସୁଗୁଡ଼ା ଏସପି ଅଶ୍ୱିନୀ କୁମାର ମହାନ୍ତି । 

ଫାଇଲ ଫଟୋ

ଝାରସୁଗୁଡ଼ା: ବ୍ରଜରାଜନଗରର ବହୁ ଚର୍ଚ୍ଚିତ ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ହାର୍ଡକୋର ଅପରାଧୀ ସୋନୁ ଘୋଷୁ NSA ଲଗାଇଲା ଝାରସୁଗୁଡ଼ା ପୋଲିସ । ସୁରକ୍ଷା ଦୃଷ୍ଟିରୁ ସୋନୁ ଘୋଷକୁ ଜାତୀୟ ସୁରକ୍ଷା ଆଇନ (NSA) ଲଗାଇଲା ଝାରସୁଗୁଡ଼ା ପୋଲିସ।  ଏନେଇ ସୂଚନା ଦେଲେ ଝାରସୁଗୁଡ଼ା ଏସପି ଅଶ୍ୱିନୀ କୁମାର ମହାନ୍ତି । 

ଗତ ଜୁଲାଇ ୨୪ ତାରିଖରେ ବ୍ରଜରାଜନଗର ବସଷ୍ଟାଣ୍ଡରେ ଚାରିଜଣ ଯୁବକ ଆସି ଅମିତ ଧଳଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ପରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସୋନୁ ଘୋଷକୁ ପଶ୍ଚିମବଙ୍ଗର ସିଆଲଦହଠାରୁ ଗିରଫ କରିଥିଲା ଝାରସୁଗୁଡ଼ା ପୋଲିସ। ତେବେ ସୋନୁ ଘୋଷ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲା। 

ଗତ ନଭେମ୍ବର ୫ ତାରିଖରେ ସୋନୁ ଘୋଷର ସାନ ଭାଇ ମଣ୍ଟୁ ଘୋଷଙ୍କୁ ଅମିତ ଧଳର ସମ୍ପର୍କୀୟ  ଭିମା ଧଳ ଏବଂ ଦୁଇଜଣ ସହଯୋଗୀ ମିଶି ଏକ ହୋଟେଲରେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ମୁଖ୍ୟ ଷଡ଼ଯନ୍ତ୍ର କାରୀ ଭାବରେ ଅମିତ ଧଳର ବଡ଼ଭାଇ ଆଦିତ୍ୟ ଧଳ,  ସମ୍ପର୍କୀୟ ଭିମା ଧଳ, ଦୁଇ ଜଣ ସହଯୋଗୀ ଏବଂ ଅମିତ ଧଳର ବାପା ଆଦିତ୍ୟ ଧଳକୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ଅମିତ ଧଳ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ମାମଲାରେ  ସୋନୁ ଘୋଷ ଏବେ ଚୌଦ୍ୱାର ଜେଲରେ ଅଛି । ସୋନୁର ନାମରେ ୫୦ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି । ଜିଲ୍ଲାର ସୁରକ୍ଷା ଦୃଷ୍ଟିରୁ ସୋନୁ ଘୋଷକୁ NSA ଲଗେଇଛି ଝାରସୁଗୁଡ଼ା ପୋଲିସ ।