Advertisement
Photo Details/zeeodisha/odisha2419882
photoDetails0hindi

Today Horoscope: ଆଜି ଶୁଭ ଇନ୍ଦ୍ରଯୋଗ, ଜାଣନ୍ତୁ ୧୨ ଟି ରାଶିର କେମିତି କଟିବ ଦିନ?

8th September 2024 Horoscope: ସେପ୍ଟେମ୍ବର ୮ ତାରିଖ ଭାଦ୍ରପଦ ଶୁକ୍ଳ ପକ୍ଷର ଆଜି ପଞ୍ଚମ ଦିନ। ଏହି ତିଥିରେ ମଧ୍ୟାହ୍ନ ୧୨ଟା ୫ ମିନିଟ୍ ପର୍ଯ୍ୟନ୍ତ ଇନ୍ଦ୍ରଯୋଗର ସଂଯୋଗ ସୃଷ୍ଟି ହେଉଛି। ସ୍ୱାତୀ ନକ୍ଷତ୍ର ମଧ୍ୟ ଅପରାହ୍ନ ୩ଟା ୩୧ ପର୍ଯ୍ୟନ୍ତ ରହିବ। ଶୁଭ କାର୍ଯ୍ୟ ପାଇଁ ଆଜି ଅଭିଜିତ୍ ମୁହୂର୍ତ୍ତ ୧୧ଟା ୫୦ରୁ ୧୨ଟା ୪୦ ମିନିଟ୍ ପର୍ଯ୍ୟନ୍ତ ରହିଛି। ତେବେ କୌଣସି ପ୍ରକାର ଶୁଭ କାର୍ଯ୍ୟ ନ କରିବା ପାଇଁ ରାହୁ କାଳ ସମୟ ସନ୍ଧ୍ୟା ୧୬ଟା ୫୩ରୁ ୧୮ଟା ୨୬ ମିନିଟ୍ ପର୍ଯ୍ୟନ୍ତ ରହିବ। ତୁଳା ରାଶିରେ ଚନ୍ଦ୍ର ଗ୍ରହ ରହିଛି। ଆଜି, ସେପ୍ଟେମ୍ବର ୮, ରବିବାର, ୧୨ ଟି ରାଶିର ଦିନଟି କେମିତି ରହିବ? କ'ଣ ପଦକ୍ଷେପ ଗ୍ରହଣ କରାଯିବା ଉଚିତ? ଆସନ୍ତୁ ଜାଣିବା ଜ୍ୟୋତିଷ ଡକ୍ଟର ସଞ୍ଜୀବ ଶର୍ମାଙ୍କ ସୂଚନାରୁ।

1/12
ମେଷ ରାଶି ବୈବାହିକ ସୁଖ ଶାନ୍ତି ବୃଦ୍ଧି ପାଇବ। ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ଆସିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସକାଳେ ବିଜ ମନ୍ତ୍ର ଜପ କରନ୍ତୁ, ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

2/12
ବୃଷ ରାଶି ମନରେ ଉତ୍ଥାନ-ପତନ ଆସିବ। ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ । ପାରିବାରିକ ମାନ ସମ୍ମାନ ବୃଦ୍ଧି ପାଇବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସକାଳେ ସୂର୍ଯ୍ୟଙ୍କ ବିଜ ମନ୍ତ୍ର ଜପ କରନ୍ତୁ। ଗରିବ ଝିଅକୁ ଆଜି ବସ୍ତ୍ର ଦାନ କରନ୍ତୁ।

3/12
ମିଥୁନ ରାଶି ଚାକିରି କ୍ଷେତ୍ରରେ ପରିବର୍ତ୍ତନ, ଜୀବିକା କ୍ଷେତ୍ରରେ ଉନ୍ନତି ହେବାର ସମ୍ଭାବନା ରହିଛି। ଅର୍ଥନୈତିକ ସ୍ଥିତିରେ ସୁଧାର ଆସିବ। ସୃଜନଶୀଳ ପ୍ରୟାସ ସଫଳ ହେବ। ସକାଳେ ଗାଈକୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

4/12
କର୍କଟ ରାଶି ମନ ଅଶାନ୍ତ ହୋଇପାରେ। ଧନହାନୀ ହେବାର ସମ୍ଭାବନା ରହିଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସକାଳେ ଚନ୍ଦ୍ରଙ୍କ ବିଜ ମନ୍ତ୍ର ଜପ କରନ୍ତୁ। ଶିବଲିଙ୍ଗ ଉପରେ ମୋତି ଅର୍ପଣ କରନ୍ତୁ।

5/12
ସିଂହ ରାଶି ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ହେବ। ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ। ଶୁଭ ସମାଚାର ପାଇବେ। ସକାଳେ ସୂର୍ଯ୍ୟଙ୍କ ବିଜ ମନ୍ତ୍ର ଜପ କରନ୍ତୁ। ଗାଈକୁ ଗୁଡ଼ ଓ ରୁଟି ପ୍ରଦାନ କରନ୍ତୁ ।

6/12
କନ୍ୟା ରାଶି ବ୍ୟବସାୟରୁ ଆୟ ବୃଦ୍ଧି ହୋଇପାରେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପାରିବାରିକ ଉତ୍ସବରେ ଅଂଶଗ୍ରହଣ କରିବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ସକାଳେ ଗାଈକୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ଆହତ ଗାଈକୁ ଚିକିତ୍ସା କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

7/12
ତୁଳା ରାଶି ମନ ନିରାଶ ଓ ଅସନ୍ତୁଷ୍ଟ ରହିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ। ସରକାରଙ୍କ ସହଯୋଗ ପାଇବେ। ମା'ଙ୍କୁ ସମ୍ମାନ ଦିଅନ୍ତୁ। ସକାଳେ କୁନି ଝିଅକୁ ଖାଇବାକୁ ଦିଅନ୍ତୁ। ଧଳା ବସ୍ତ୍ର ଦାନ କରନ୍ତୁ ଏବଂ ସୂର୍ଯ୍ୟଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

8/12
ବିଛା ରାଶି ଶିକ୍ଷାଗତ କାର୍ଯ୍ୟରେ ଆନନ୍ଦଦାୟକ ଫଳ ମିଳିବ। ପାରିବାରିକ ମାନ ସମ୍ମାନ ବୃଦ୍ଧି ପାଇବ। ମାନ ସମ୍ମାନ ବୃଦ୍ଧି ପାଇବ। ସକାଳେ ହନୁମାନ ଚାଳିସା ପାଠ କରନ୍ତୁ। ମାଙ୍କଡ଼କୁ କଦଳୀ କିମ୍ବା ଗୁଡ଼ ଚଣା ଖାଇବାକୁ ଦିଅନ୍ତୁ।

9/12
ଧନୁ ରାଶି ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବେ। ସମ୍ପର୍କ ଆହୁରି ଘନିଷ୍ଠ ହେବ। ଆର୍ଥିକ ସଫଳତା ପାଇବେ। ପିତାମାତାଙ୍କ ଆଶୀର୍ବାଦରେ ଘରୁ ବାହାରକୁ ଯାଆନ୍ତୁ। ଆହତ ଗାଈର ଚିକିତ୍ସା କରନ୍ତୁ। ଗାଈକୁ ଖାଇବାକୁ ଦିଅନ୍ତୁ।

10/12
ମକର ରାଶି ମନ ଅଶାନ୍ତ ରହିବ। ବିରୋଧୀମାନେ ସକ୍ରିୟ ରହିବେ। ଲମ୍ବା ଯାତ୍ରା ର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଅନ୍ୟର ଦୁଃଖରେ ସାମିଲ ହେବାର ସୁଯୋଗ ପାଇବେ। ସକାଳୁ ସୂର୍ଯ୍ୟଙ୍କୁ ପାଣି ଦିଅନ୍ତୁ। ଶନିଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

11/12
କୁମ୍ଭ ରାଶି ମନରେ ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଲମ୍ବା ଯାତ୍ରାର ସମ୍ଭାବନା ରହିଛି। ସକାଳେ ପିତାଙ୍କ ଆଶୀର୍ବାଦ ନିଅନ୍ତୁ। ଖରା ଜାଳି ଆହତ ଗାଈର ଚିକିତ୍ସା କରନ୍ତୁ।

12/12
ମୀନ ରାଶି ଆନନ୍ଦ ବୃଦ୍ଧି ହୋଇପାରେ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଉପହାର କିମ୍ବା ମାନ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ଆଜି ଉତ୍ସବର ବାତାବରଣ ରହିବ। ସକାଳେ ଗୋଟିଏ ଗାଈକୁ ୪ଟି ରୁଟିରେ ହଳଦୀ ମିଶାଇ ଖାଇବାକୁ ଦିଅନ୍ତୁ। ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଦିଅନ୍ତୁ।       (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)