ବିସିସିଆଇର ନୂଆ ବସ ହେବେ 'ଦାଦା', ରାତାରାତି ଏମିତି ପଲଟିଲା ବାଜି
Advertisement
Article Detail0/zeeodisha/odisha585225

ବିସିସିଆଇର ନୂଆ ବସ ହେବେ 'ଦାଦା', ରାତାରାତି ଏମିତି ପଲଟିଲା ବାଜି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ଏଥିରେ ଆଉଁ ଦ୍ୱିମତ ନାହିଁ । ବର୍ତ୍ତମାନ କେବଳ ବାକି ରହିଗଲା ଔପଚାରିକ ଘୋଷଣା । କାରଣ ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ବିରୋଧରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହିଁ । ତେଣୁ ଦେଖିବାକୁ ଗଲେ ସେ ହିଁ ବୋର୍ଡର ଆଗାମୀ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । 

  • ବିସିସିଆଇର ନୂଆ ଅଧ୍ୟକ୍ଷ ହେବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।
  • ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ବିରୋଧରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହିଁ ।
  • ବିସିସିଆଇ ଅଧ୍ୟକ୍ଷ ପଦ ରେସରେ ବୃଜେଶ ପଟେଲଙ୍କୁ ପଛକୁ ପକାଇ ଏହି ବାଜି ମାରି ନେଇଛନ୍ତି ଗାଙ୍ଗୁଲି ।

Trending Photos

ବିସିସିଆଇର ନୂଆ ବସ ହେବେ 'ଦାଦା', ରାତାରାତି ଏମିତି ପଲଟିଲା ବାଜି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ଏଥିରେ ଆଉଁ ଦ୍ୱିମତ ନାହିଁ । ବର୍ତ୍ତମାନ କେବଳ ବାକି ରହିଗଲା ଔପଚାରିକ ଘୋଷଣା । କାରଣ ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ବିରୋଧରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହିଁ । ତେଣୁ ଦେଖିବାକୁ ଗଲେ ସେ ହିଁ ବୋର୍ଡର ଆଗାମୀ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । 

ବିସିସିଆଇ ଅଧ୍ୟକ୍ଷ ପଦ ରେସରେ ବୃଜେଶ ପଟେଲଙ୍କୁ ପଛକୁ ପକାଇ ବାଜି ମାରି ନେଇଛନ୍ତି ଗାଙ୍ଗୁଲି । ଏହାପୂର୍ବରୁ ବୃଜେଶଙ୍କୁ ଏନ ଶ୍ରୀନିବାସ ସମର୍ଥନ ପ୍ରଦାନ କରୁଥିଲେ, ଯେଉଁଥି ପାଇଁ ସେ ଅଧ୍ୟକ୍ଷ ପଦର ପ୍ରବଳ ଦାବିଦାର ଥିଲେ । କିନ୍ତୁ ଗାଙ୍ଗୁଲିଙ୍କ ନା'କୁ ନେଇ ସମସ୍ତଙ୍କ ସହମତି ହେବାରୁ ତାଙ୍କ ଦାବିଦାର ଶେଷ ହୋଇଯାଇଛି । 
ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କୁ ବିସିଆଇର ସଚିବ ପଦ ମିଳିବ ନିଶ୍ଚିତ ରହିଛି । ସେହିପରି ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଓ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁରଙ୍କ ଛୋଟ ଭାଇ ଅରୁଣ ଧୁମଲ ମଧ୍ୟ କୋଷାଧ୍ୟକ୍ଷ ହେବା ସୁନିଶ୍ଚିତ ବୋଲି ଜଣାପଡିଛି ।    

ମଙ୍ଗଲବାର ଗାଙ୍ଗୁଲି ଏହି ସମସ୍ତ ଭାବି ଅଧିକାରୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁମାନେ ତାଙ୍କ ଟିମର ସଦସ୍ୟ ହେବେ । ଏହି ଫଟୋରେ ଜୟ ଶାହା, ଜୟେଶ ଜର୍ଜ, ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ଅରୁଣ ଧୁମଲ ଓ ମହିମ ବର୍ମା ଅଛନ୍ତି । 

ଏହି ଫଟୋରେ ଲେଖାଯାଇଛି ଯେ, ବିସିଆଇର ନୂଆ ଟିମ....ଆଶା କରୁଛି ଆମେ ମିଳିମିଶି ଭଲ କାମ କରି ପାରିବୁ । ଏଥିପାଇଁ ଅନୁରାଗ ଠାକୁରଙ୍କୁ ଧନ୍ୟବାଦ ଜଣାଉଛୁ । ଗାଙ୍ଗୁଲିଙ୍କ ପାଇଁ ଏହି ସଫଳତା ପାଇଁ ଏତେଟା ସହଜ ନଥିଲା । ରବିବାର ମୁମ୍ବାଇର ଏକ ପାଞ୍ଚ ମହଲା ହୋଟେଲରେ ବିସିସିଆଇ ଅଧ୍ୟକ୍ଷ ବାଛିବା ପାଇଁ ବୈଠକ ହୋଇଥିଲା । ଯେଉଁଥିରେ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର ଓ ଏନ ଶ୍ରୀନିବାସନ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।  କିନ୍ତୁ ଶେଷ ମୁହୂର୍ତ୍ତରେ ଅଧ୍ୟକ୍ଷ ପଦ ପାଇଁ ଦାଦା ହିଁ ବାଜି ମାରି ନେଇଥିଲେ ।