ଜେଏନୟୁ ହିଂସା ଘଟଣାରେ ସଭାପତି ଓ ବାମପନ୍ଥୀଙ୍କ ସମ୍ପୃକ୍ତି ରହିଛି: ଦିଲ୍ଲୀ ପୋଲିସ
Advertisement

ଜେଏନୟୁ ହିଂସା ଘଟଣାରେ ସଭାପତି ଓ ବାମପନ୍ଥୀଙ୍କ ସମ୍ପୃକ୍ତି ରହିଛି: ଦିଲ୍ଲୀ ପୋଲିସ

  ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ହିଂସାରେ ପୋଲିସ କିଛି ଛାତ୍ରଛାତ୍ରୀଙ୍କ ଫଟୋଚିତ୍ର ପ୍ରକାଶ କରିଛି। ଏହା ସହିତ ହିଂସାରେ ସେମାନଙ୍କର ସମ୍ପୃକ୍ତି ରହିଥିବା ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି। ତେବେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବା ଜଣାପଡ଼ିଛି।   ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି ପୋଲିସ।  

ଜେଏନୟୁ ହିଂସା ଘଟଣାରେ ସଭାପତି ଓ ବାମପନ୍ଥୀଙ୍କ ସମ୍ପୃକ୍ତି ରହିଛି

ନୂଆଦିଲ୍ଲୀ:  ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ହିଂସାରେ ପୋଲିସ କିଛି ଛାତ୍ରଛାତ୍ରୀଙ୍କ ଫଟୋଚିତ୍ର ପ୍ରକାଶ କରିଛି। ଏହା ସହିତ ହିଂସାରେ ସେମାନଙ୍କର ସମ୍ପୃକ୍ତି ରହିଥିବା ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି। ତେବେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବା ଜଣାପଡ଼ିଛି।   ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି ପୋଲିସ।  

ହିଂସା ଘଟଣାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀ ଜୟ ତିକ୍ରି ହିଂସାରେ ସାମିଲ ଥିବା କିଛି ଛାତ୍ରଛାତ୍ରୀଙ୍କ ଫଟୋ ଜାରି କରିଛି। ଯେଉଁମାନେ ଏହି ଘଟଣାରେ ସାମିଲ ଥିଲେ ସେମାନଙ୍କ ନାମ ମଧ୍ୟ ସେ ପ୍ରକାଶ କରିଛନ୍ତି। ତେବେ କାହାକୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ସେମାନଙ୍କୁ ନୋଟିସ ଜାରି କରାଯିବ। ପରେ ସେମାନେ ଥାନାରେ ହାଜର ନ ହେଲେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।  

ଅଧିକ ପଢନ୍ତୁ: ଜେଏନୟୁ ହିଂସା: ପୋଲିସକୁ ଦୋଷ ଦେଲେ ଆଇଶି

ତେବେ ସେ ଜାରି କରିଥିବା ଫଟୋ ମଧ୍ୟରେ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଆଇଶି ଘୋଷଙ୍କ ଫଟୋ ମଧ୍ୟ ରହିଛି। ଏହା ସହିତ ଚୁନମୁନ କୁମାର, ଲିଟ୍ରେଚର ଏବଂ କଲଚରାଲ ଷ୍ଟଡ଼ିଜର ଛାତ୍ର ପ୍ରିୟା ରଞ୍ଜନ, ସୁଚେତା ତାଲୁକଦାର, ଭାସ୍କର ବିଜୟ, ପଙ୍କଜ ମିଶ୍ରା, ଯୋଗେନ୍ଦ୍ର ଭରଦ୍ୱାଜ, ପ୍ରିୟ ରଞ୍ଜନ, ବିକାଶ ପଟେଲ, ଡୋଲନ ସାମନ୍ତଙ୍କ ନାମ ପ୍ରକାଶ କରିଛି।  

ପୋଲିସ କହିଛି ଯେ, ଜେଏନୟୁ ଛାତ୍ର ସଂଗଠନର ଏକ ବଡ଼ ଅଂଶ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଥିଲା। ତେବେ ଏସଏଫଆଇ, ଏଆଇଏସଏଫ, ଏଆଇଏସଏ ଏବଂ ଡିଏସଏଫ ଓ ସେମାନଙ୍କ ସହିତ ସମ୍ପୃକ୍ତ ଥିବା ସଂଗଠନ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି। ଏହି ସଂଗଠନ ଗୁ଼ଡ଼ିକ ୩ ତାରିଖରେ ସର୍ଭର ରୁମରୁ ଇଣ୍ଟରନେଟ ସଂଯୋଗକୁ ବିଚ୍ଛିନ୍ନ କରିଥିଲେ। ଫଳରେ ଆମମାନଙ୍କୁ ସିସିଟିଭି ଫୁଟେଜ ମିଳିପାରିନାହିଁ। ତେବେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ ୩ଟି ମାମଲା ରୁଜୁ ହୋଇ ସାରିଲାଣି ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି।