ଖୁବ ଶୀଘ୍ର କପିଲ ଶର୍ମାଙ୍କ ଶୋକୁ ଫେରିବେ ସୁନୀଲ !
Advertisement
Article Detail0/zeeodisha/odisha613900

ଖୁବ ଶୀଘ୍ର କପିଲ ଶର୍ମାଙ୍କ ଶୋକୁ ଫେରିବେ ସୁନୀଲ !

ଛୋଟ ପରଦାରେ ଦୁଇଜଣ କମେଡିକୁ ନେଇ ଯେତିକି ଫେମସ ନୁହନ୍ତି, ସେମାନଙ୍କର ବନ୍ଧୁତା ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ଏହି ଦୁଇ କଳାକାର

 ଖୁବ ଶୀଘ୍ର କପିଲ ଶର୍ମାଙ୍କ ଶୋକୁ ଫେରିବେ ସୁନୀଲ !

ନୂଆଦିଲ୍ଲୀ: ଛୋଟ ପରଦାର ଦୁଇ ଶ୍ରେଷ୍ଠ କମେଡ଼ିଆନ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର । ଏହି ଦୁଇ ଜଣ ଦୀର୍ଘ ସମୟ ଧରି ଛୋଟ ପରଦାରେ ନଜର ଆସିଥିଲେ । ଛୋଟ ପରଦାରେ ଦୁଇଜଣ କମେଡିକୁ ନେଇ ଯେତିକି ଫେମସ ନୁହନ୍ତି, ସେମାନଙ୍କର ବନ୍ଧୁତା ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ଏହି ଦୁଇ କଳାକାର ।କପିଲ ଶର୍ମାଙ୍କ ଶୋରେ ସୁନୀଲ ଏକାଧିକ ଚରିତ୍ରରେ ନଜର ମଧ୍ୟ ଆସି ସାରିଛନ୍ତି । ତେବେ କିଛି ମତଭେଦ ପାଇଁ ଅନେକ ଦିନରୁ ଅଲଗା ହୋଇ ରହିଛନ୍ତି ।ସେବେଠାରୁ ଏହି ଦୁଇ ଜଣଙ୍କୁ ଦର୍ଶକ ଟିଭି ପରଦାରେ ଦେଖିବା ପାଇଁ ଏକ ପ୍ରକାର ଚାହିଁ ରହିଛନ୍ତି । ତେବେ ଦର୍ଶକଙ୍କ ଏହି ଅପେକ୍ଷା ଶେଷ ହେବା ଭଳି ଲାଗୁଛି ।

ନିକଟରେ ଏହି ଦୁଇଜଣଙ୍କର ଏକ ଫଟୋ ବେଶ ଭାଇରାଲ ହୋଇଛି । ଉଭୟ କପିଲ ଓ ସୁନୀଲ  ନିକଟରେ ସଲମାନଙ୍କ ସହିତ ନଜର ଆସିଛନ୍ତି । ଗତ ୨୦ ତାରିଖରେ ସଲମାନଙ୍କ ଭାଇ ସୋହେଲ ଖାନ  ନିଜ ଜନ୍ମ ଦିନ ଅବସରରେ ଏହି ଦୁଇ ଜଣଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ଦୁଇ ଜଣ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ସେଠାରେ ଉପସ୍ଥିତ ହୋଇଥିଲେ । ଉଭୟ ସଲମାନଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ । ଏହି ଫଟୋକୁ ଖୋଦ କପିଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଥିଲେ । ତେବେ ଏହି ଫଟୋ ଭାଇରାଲ ହେବା ପରେ ସେମାନଙ୍କ ମଧ୍ୟରେ ଥିବା ଶତ୍ରୁତା ଦୁର ହେଇ ଗଲାଣି ବୋଲି ଦର୍ଶକ ଆଶା କରିଛନ୍ତି । 

ତେବେ ସୋହେଲଙ୍କ ଏହି ଜନ୍ମଦିନ ପାର୍ଟିରେ ବଲିଉଡ଼ ଇଣ୍ଡଷ୍ଟ୍ରୀରେ ଅନେକ ବଡ଼ ବଡ଼ ଅଭିନେତା ମଧ୍ୟ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଙ୍ଗଦ ବେଦୀ, ନେହା ଧୁପିଆ, ହିମେଶ ରେଶମିୟା, ରିତେଶ ଦେଶମୁଖ, ଜେନେଲିଆ ଦେଶମୁଖଙ୍କ ସହିତ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।