ଦାୟିତ୍ୱ ନେଲେ, ଶୁଣାଣି ପାଇଁ ରାଜି ହେଲେ...
Advertisement
Article Detail0/zeeodisha/odisha598105

ଦାୟିତ୍ୱ ନେଲେ, ଶୁଣାଣି ପାଇଁ ରାଜି ହେଲେ...

ପ୍ରଧାନ ବିଚାରପତି ଭାବରେ ଶପଥ ନେବା ପରେ ଜଷ୍ଟିସ ବୋବଡେଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦେଶର ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଚିଦାମ୍ବରମ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଭାବରେ ଶପଥ ନେବା ପରେ ଜଷ୍ଟିସ ବୋବଡେଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦେଶର ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଚିଦାମ୍ବରମ । 

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ଏସଏ ବୋବଡେ । ଆଉ ଏହାପରେ ତାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପି। ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ସମ୍ମତି ପ୍ରକାଶ କରିଛନ୍ତି । ଆସନ୍ତାକାଲି କିମ୍ବା ବୁଧବାର ଏହାର ଶୁଣାଣି କରିଯିବ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । 

ପୂର୍ବରୁ ସିବିଆଇ ମାମଲାରେ ଚିଦାମ୍ବରମଙ୍କୁ ଜାମିନ ମିଳିସାରିଛି । ହେଲେ ଗତ ୧୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ(ଇଡି) ମାମଲାରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଜାମିନ ଖାରଜ କରିଦେଇଥିଲେ । ନଭେମ୍ୱର ୨୭ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଏହି ସମୟରେ ଅଦାଲତ କହିଥିଲେ, ''ମାମଲା ବହୁତ ଗମ୍ଭୀର ଅଟେ । ଅଭିଯୁକ୍ତଙ୍କ ଏହି ମାମଲାରେ ମୁଖ୍ୟ ଭୂମିକା ମଧ୍ୟ ରହିଛି ।'' 

ଦିଲ୍ଲୀ ହାଇକୋର୍ଟ ଏହା ମଧ୍ୟ କହିଥିଲେ, ଯଦି ଏହି ମାମଲାରେ ଚିଦାମ୍ବରମଙ୍କୁ ଜାମିନ ଦିଆଯିବ, ତେବେ ସମାଜକୁ ଏକ ନକରାତ୍ମକ ସନ୍ଦେଶ ଯିବ । ଆଇଏନଏକ୍ସ ମିଡିଆ ବେଆଇନ ଅର୍ଥ କାରବାର ଯୋଗୁଁ ଦେଶକୁ ଆର୍ଥିକ କ୍ଷେତ୍ରରେ କ୍ଷତି ହୋଇଥିବା କହିଥିଲେ କୋର୍ଟ । ପ୍ରଥମେ ସିବିଆଇ ଏବଂ ପରେ ଇଡି ଦ୍ୱାରା ଗିରଫ ହୋଇ ଗତ ୩ ମାସ ହେଲା ତିହାର ଜେଲରେ ଅଛନ୍ତି ଚିଦାମ୍ବରମ । 

ଆହୁରି ବି ପଢନ୍ତୁ; ଓଡ଼ିଶାର କେଉଁ ମମାଲର ଶୁଣାଣି କରିଛନ୍ତି ନୂଆ ବିଚାରପତି ବୋବଡେ