ଟାଟାରୁ ମିଳିଲା ବିଜେପିକୁ ୩୫୬ କୋଟିର ଚାନ୍ଦା, ଦଳୀୟ ସାଂସଦ ଉଠାଇଲେ ପ୍ରଶ୍ନ
Advertisement

ଟାଟାରୁ ମିଳିଲା ବିଜେପିକୁ ୩୫୬ କୋଟିର ଚାନ୍ଦା, ଦଳୀୟ ସାଂସଦ ଉଠାଇଲେ ପ୍ରଶ୍ନ

ରାଜ୍ୟସଭା ସାଂସଦ ସୁବ୍ରମଣୀୟ ସ୍ୱାମୀ ବିଜେପି ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ଚାନ୍ଦାକୁ ବିଜେପିକୁ ଘେରିଛନ୍ତି ସେ । ଏହାକୁ ନେଇ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଏହି ଟ୍ୱିଟରେ ସେ କହିଛନ୍ତି ଯେ ଟାଟା ବିଜେପିକୁ ପ୍ରଚୁର ପରିମାଣରେ ଚାନ୍ଦା ପ୍ରଦାନ କରିଛି । 

ଟାଟାରୁ ମିଳିଲା ବିଜେପିକୁ ୩୫୬ କୋଟିର ଚାନ୍ଦା, ଦଳୀୟ ସାଂସଦ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ନିଜ ଦଳକୁ ପୁଣିଥରେ ଟାର୍ଗେଟ କଲେ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣୀୟ ସ୍ୱାମୀ । ଏଥର ଦଳକୁ ମିଳୁଥିବା ଚାନ୍ଦାକୁ ନେଇ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ସେ । ଚଳିତ ବର୍ଷ ଅର୍ଥାତ ୨୦୧୮-୧୯ ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପ)କୁ ବର୍ତ୍ତମାନ ଯାଏ ସର୍ବମୋଟ ୮୦୦ କୋଟି ଟଙ୍କାର ଚନ୍ଦା ମିଳି ସାରିଛି । କ୍ଷମତାଧାରୀ ଦଳ ବିଜେପି ଏହାର ସୂଚନା ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଜମା କରିଛି । 

ଏହାପରେ ରାଜ୍ୟସଭା ସାଂସଦ ସୁବ୍ରମଣୀୟ ସ୍ୱାମୀ ବିଜେପି ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ଚାନ୍ଦାକୁ ବିଜେପିକୁ ଘେରିଛନ୍ତି ସେ । ଏହାକୁ ନେଇ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଏହି ଟ୍ୱିଟରେ ସେ କହିଛନ୍ତି ଯେ ଟାଟା ବିଜେପିକୁ ପ୍ରଚୁର ପରିମାଣରେ ଚାନ୍ଦା ପ୍ରଦାନ କରିଛି । ଯଦି ସରକାର ଏୟା ଇଣ୍ଡିଆର କମାନ ଟାଟାକୁ ହସ୍ତାନ୍ତରିତ କରାଗଲେ ଏହା କନଫିଲକ୍ଟ ଅଫ ଇନଟ୍ରେଷ୍ଟ ହେବ । ସ୍ୱାମୀଙ୍କ ଏହି ଟ୍ୱିଟ ବୁଧବାର ସକାଳ ୯.୪୩ରେ କରାଯାଇଥିଲା । ଏହା ପରେ ଏହି ଟ୍ୱିଟ ଉପରେ ୮୧୮ ରିଟ୍ୱିଟ ଆସି ଯାଇଛି । ଏହାସହ ଏଥିରେ ୬ ହଜାର ଲାଇକ୍ସ ମିଳିଛି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ବିଜେପି ନିଜର ଚାନ୍ଦାର ସଂପୂର୍ଣ୍ଣ ତଥ୍ୟ ନିର୍ବାଚନ ଆୟୋଗକୁ ଅକ୍ଟୋବର ୩୧ରେ ପ୍ରଦାନ କରି ସାରିଛି । ଏହା ଅନୁସାରେ ବିଜେପିକୁ ଚଳିତ ବର୍ଷ ଚେକ ଓ ଅନଲାଇନ ପେମେଣ୍ଚ ମାଧ୍ୟମରେ ୮ ଶହ କୋଟିରୁ ଅଧିକ ଟଙ୍କା ଚାନ୍ଦା ଆକାରରେ ମିଳିଛି । ଅନ୍ୟପକ୍ଷେ କଂଗ୍ରେସକୁ କେବଳ ୧୪୬ କୋଟି ଟଙ୍କା ମିଳିଛି । ବିଜେପିକୁ ସବୁଠାରୁ ଅଧିକ ଟାଟା ସମୂହ ଦ୍ୱାରା ନିୟନ୍ତ୍ରିଣ ସଂସ୍ଥା ପ୍ରୋଗ୍ରେସିବ ଇଲେକ୍ଟୋରଲ ଟ୍ରଷ୍ଟ ପ୍ରଦାନ କରିଛି । ଏହି ରାଶି ହେଉଛି ୩୫୬ କୋଟି ଟଙ୍କା ।