ବିରାଟ ବାହିନୀ ରଚିଲା ଇତିହାସ, କୌଣସି ଟିମ କରିପାରିନି ଏପରି କମାଲ
Advertisement

ବିରାଟ ବାହିନୀ ରଚିଲା ଇତିହାସ, କୌଣସି ଟିମ କରିପାରିନି ଏପରି କମାଲ

ରାଞ୍ଚି ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଇତିହାସ ରଚିଛି ବିରାଟ ବାହିନୀ । ଏହାସହ ଟିମ ଇଣ୍ଡିଆ ସିରିଜକୁ ୩-୦ରେ ଜିତି ନେଇଛି । ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନମ୍ବର ୧ ତାଲିକାରେ ରହିଥିବା ଭାରତ ଯେଉଁ କାରନାମା କରି ଦେଖାଇଛି, ତାହା ବିଶ୍ୱର ଅନ୍ୟ କୌଣସି ଦଳ ଆଜି ପର୍ଯ୍ୟନ୍ତ କରି ଦେଖାଇ ପାରିନାହିଁ । 

VIRAT KOHLI IN PIC

ନୂଆଦିଲ୍ଲୀ: ରାଞ୍ଚି ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଇତିହାସ ରଚିଛି ବିରାଟ ବାହିନୀ । ଏହାସହ ଟିମ ଇଣ୍ଡିଆ ସିରିଜକୁ ୩-୦ରେ ଜିତି ନେଇଛି । ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନମ୍ବର ୧ ତାଲିକାରେ ରହିଥିବା ଭାରତ ଯେଉଁ କାରନାମା କରି ଦେଖାଇଛି, ତାହା ବିଶ୍ୱର ଅନ୍ୟ କୌଣସି ଦଳ ଆଜି ପର୍ଯ୍ୟନ୍ତ କରି ଦେଖାଇ ପାରିନାହିଁ । 

ଭାରତୀୟ ଟିମ ଘରୋଇ ମାଟିରେ ଇତିହାସ ରଚି ବିଶ୍ୱ ରେକର୍ଡ କରିଛି । ରାଞ୍ଚି ଟେଷ୍ଟର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକାକୁ ଇଂନିସ ଓ ୨୦୨ ରନରେ ପରାଜିତ କରିଛି । ଏହାସହ ଭାରତ ୩ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନସ୍ୱିପ କରି ନିଜ ନାଁରେ କରି ନେଇଛି । ଚତୁର୍ଥ ଦିନରେ ଭାରତକୁ କେବଳ ୨ ୱିକେଟର ଆବଶ୍ୟକତା ଥିଲା । ଯାହା ଦ୍ୱିତୀୟ ଓଭରରେ ହାସଲ କରି ନେଇଥିଲା ବିରାଟ ବାହିନୀ । 

ଦକ୍ଷିଣ ଆଫ୍ରିକା ବିରୋଧରେ ସିରିଜ ଜିତିବା ସହ ଭାରତୀୟ ଟିମ ଘରୋଇ ମାଟିରେ କ୍ରମାଗତ ୧୧ଟି ଟେଷ୍ଟ ସିରିଜ ଜିତିବାର ବିଶ୍ୱ ରେକର୍ଡ ନିଜ ନାଁରେ କରି ନେଇଛି । ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାଁରେ ରହିଥିଲା । କଙ୍ଗାରୁ ଟିମ ନିଜ ଘରୋଇ ମାଟିରେ ଲଗାତର ୧୦-୧୦ଟି ଟେଷ୍ଟ ସିରିଜ ଜିତିବାର ରେକର୍ଡ କରିଥିଲା । 

ଇଂଲଣ୍ଡ ହାତରେ ୨୦୧୨ରେ ଘରୋଇ ଟେଷ୍ଟ ସିରିଜ ହାରିବା ପରେ ଭାରତ ନିଜ ଘରେ ବର୍ତ୍ତମାନ ଯାଏ କୌଣସି ଟେଷ୍ଟ ସିରିଜ ହାରି ନାହିଁ । ବର୍ତ୍ତମାନ ଯାଏ ଭାରତର ବିଜୟ ଅଭିଯାନ ଜାରି ରହିଛି । 

ଘରୋଇ ମାଟିରେ ଲଗାତର ଟେଷ୍ଟ ସିରିଜ ଜିତିବାର ରେକର୍ଡ
ଭାରତ: ଲଗାତର ୧୧ଟି ସିରିଜ ଜିତିଛି, ଫେବୃଆରୀ ୨୦୧୩ରୁ ବର୍ତ୍ତମାନ ଯାଏ ଜାରି
ଅଷ୍ଟ୍ରେଲିଆ: କ୍ରମାଗତ ୧୦ଟି ସିରିଜ ଜିତିଥିଲା, ନଭେମ୍ବର ୧୯୯୪ରୁ ନଭେମ୍ବର ୨୦୦୦
ଅଷ୍ଟ୍ରେଲିଆ: ପୁଣି କ୍ରମାଗତ ୧୦ଟି ସିରିଜ ଜିତିଥିଲା,  ଜୁଲାଇ ୨୦୦୪ରୁ ନଭେମ୍ବର ୨୦୦୮
ୱେଷ୍ଟଇଣ୍ଡିଜ: ଲଗାତର ୮ଟି ସିରିଜ ଜିତିଥିଲା, ମେ ୨୦୦୯ରୁ ମେ ୨୦୧୨
ସାଉଥ ଆଫ୍ରିକା: କ୍ରମାଗତ ୭ଟି ସିରିଜ ଜିତିଥିଲା, ମାର୍ଚ୍ଚ ୧୯୯୮ରୁ ନଭେମ୍ବରରୁ ୨୦୦୧