ଜାଣନ୍ତୁ ଇଂଲଣ୍ଡର ବଙ୍କା ଝରକାର ରହସ୍ୟ ସମ୍ପର୍କରେ
Advertisement
Article Detail0/zeeodisha/odisha595142

ଜାଣନ୍ତୁ ଇଂଲଣ୍ଡର ବଙ୍କା ଝରକାର ରହସ୍ୟ ସମ୍ପର୍କରେ

ସଫଳତା, ସୌନ୍ଦର୍ଯ୍ୟ, ଉନ୍ନତି ଉପରେ ଖରାପ ନଜର ଲାଗିଯାଏ । ଖରାପ ନଜର ଲାଗିଲେ ମଣିଷ ବହୁ ଅସୁବିଧାର ସମ୍ମୁଖୀନ ହୁଏ । ପିଲା ଠାରୁ ବୁଢା , ଘର ହେଉ କିମ୍ବା ବ୍ୟବସାୟ ସବୁଠାରେ ଲାଗେ ଖରାପ ନଜର । ଯାହାଦ୍ୱାରା ସଫଳତା , ପାଠପଢା , ଉନ୍ନତି , ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଦେଖାଦିଏ ସମସ୍ୟା । 

ଜାଣନ୍ତୁ ଇଂଲଣ୍ଡର ବଙ୍କା ଝରକାର ରହସ୍ୟ ସମ୍ପର୍କରେ

ଶୁଭଦ୍ରା ବେହେରା, ଭୁବନେଶ୍ୱର: ସଫଳତା, ସୌନ୍ଦର୍ଯ୍ୟ, ଉନ୍ନତି ଉପରେ ଖରାପ ନଜର ଲାଗିଯାଏ । ଖରାପ ନଜର ଲାଗିଲେ ମଣିଷ ବହୁ ଅସୁବିଧାର ସମ୍ମୁଖୀନ ହୁଏ । ପିଲା ଠାରୁ ବୁଢା , ଘର ହେଉ କିମ୍ବା ବ୍ୟବସାୟ ସବୁଠାରେ ଲାଗେ ଖରାପ ନଜର । ଯାହାଦ୍ୱାରା ସଫଳତା , ପାଠପଢା , ଉନ୍ନତି , ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଦେଖାଦିଏ ସମସ୍ୟା । 

ଖରାପ ନଜରରୁ ନିଜକୁ ବଞ୍ଚାଇବା ପାଇଁ ଲୋକେ କେତେ କଣ ଉପାୟ ଅବଲମ୍ବନ କରନ୍ତି । କିଛି ଲୋକ ଘରେ ପୂଜାର୍ଚ୍ଚନା କରନ୍ତି, କିଛି ଲୋକ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରନ୍ତି , କିଛି ଲୋକେ ଘରେ ଲେମ୍ବୁ ଟଙ୍ଗାନ୍ତି ତ କିଛି ଲୋକ ନିଜ ଘର ଆଗରେ ବିଭିନ୍ନ ବାସ୍ତୁ ସମ୍ପର୍କିତ ଜିନିଷ ରଖନ୍ତି । ହେଲେ ଏ ଦୁନିଆରେ ଏମିତି କିଛି ସ୍ଥାନ ରହିଛି ଯେଉଁଠାରେ ଲୋକ ମାନେ ଖରାପ ନଜର ତଥା ନକରାତ୍ମକ ଶକ୍ତିରୁ ବଞ୍ଚିବା ପାଇଁ ନିଜ ଘରର ଝରକାକୁ ବଙ୍କା କରି ନିର୍ମାଣ କରନ୍ତି ।

ଆମେ କହୁଛୁ ନ୍ୟୁ ଇଂଲଣ୍ଡର ଭର୍ମୋଣ୍ଟ ରାଜ୍ୟ ବିଷୟରେ । ଏଠାରେ ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ଲୋକେ ନିଜ ଘରର ଝରକାକୁ ୪୫ ଡିଗ୍ରୀ ବଙ୍କା କରି ନିର୍ମାଣ କରିଥାନ୍ତି । ଏପରି କରିବା ଦ୍ୱାରା ଡାହାଣୀ ତାଙ୍କ ଘର ଭିତରକୁ  ପଶିପାରିବ ନାହିଁ  କିମ୍ବା କୌଣସି ଖରାପ ଦୃଷ୍ଟି ତାଙ୍କ ଘର ଉପରେ ପଡ଼ିବ ନାହିଁ ବୋଲି ବିଶ୍ୱାସ ରହିଛି । ଏହାକୁ ଡାହାଣୀ ଝରକା ( ୱିଚ୍ ୱିଣ୍ଡୋ ) ମଧ୍ୟ କୁହାଯାଏ । ଏହାସହ ଏହାକୁ ମଧ୍ୟ କଫିନ୍ ୱିଣ୍ଡୋ ଆଳସ୍ୟ ଝରକା, ପାଖ ଝରକା ତଥା ବର୍ମୋଣ୍ଟ ଝରକା ମଧ୍ୟ କୁହାଯାଏ । କାହିଁକି ନା ଏହା ବର୍ମୋଣ୍ଚ ରାଜ୍ୟରେ ଅଧିକାଂଶ ସଂଖ୍ୟାରେ ଦେଖିବାକୁ ମିଳେ ।

ଏହି ଝରକାକୁ ଘରକାନ୍ଥର ଶେଷ ଭାଗରେ ନିର୍ମାଣ କରାଯାଇଥାଏ । ଏହାକୁ ୪୫ ଡିଗ୍ରୀ ବଙ୍କା କରି ନିର୍ମାଣ କରାଯାଇଥିବାରୁ ଏହା ଛାତର ଢଳେଇ ସହ ସମାନ୍ତରାଳ ହୋଇରହିଥାଏ । ଏଠାରେ ବିଶ୍ୱାସ ରହିଛି ଝରକାକୁ ବଙ୍କା କରି ନିର୍ମାଣ କରା ନ ଗଲେ ଝାଡୁ ଧରି ଉଡୁଥିବା ଡାହାଣୀ ଘର ଭିତରକୁ ପଶି ଆସିବ । ଏହାର ଖରାପ ଦୃଷ୍ଟି ଘର ଉପରେ ପଡ଼ିବ ।

ଏହି ୱିଚ୍ ୱିଣ୍ଡୋ ବା ଡାହାଣୀ ଝରକା ନିର୍ମାଣ କରିବାର ମୁଖ୍ୟ କାରଣ ହେଉଛି ବର୍ମୋଣ୍ଟ ରାଜ୍ୟର ପାଣିପାଗ । ଭର୍ମୋଣ୍ଟରେ ବହୁତ ଥଣ୍ଡା ତଥା ଅଧିକ ଶୀତ ଅନୁଭୂତ ହୋଇଥାଏ । ପାରମ୍ପିରକ ଝରକା  ଦ୍ୱାରା ଘରେ ଅଧିକ ଥଣ୍ଡା ଅନଭୂତ ହୋଇଥାଏ । ଘରର ଭିତରର ଉଷ୍ମତା ବଜାୟ ରଖିବା ପାଇଁ ୱିଚ୍ ୱିଣ୍ଡୋକୁ ନିର୍ମାଣ କରାଯାଏ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ଏହି ଝରକା ଦ୍ୱାରା ସୂର୍ଯ୍ୟାଲୋକ ଏବଂ ଭେଣ୍ଟିଲେସନ ସାଧାରଣତଃ ଅଧିକ ହୋଇଥାଏ । ଭର୍ମୋଣ୍ଟରେ ପ୍ରାୟତଃ ପାରମ୍ପରିକ ଝରକା ଦେଖିବାକୁ ମିଳେନାହିଁ । ଏହା ଖୁବ ବିରଳ ଦେଖିବାକୁ ମିଳେ ।