ଭାବିଚିନ୍ତି ବୟାନ ଦିଅ: ସୁପ୍ରିମକୋର୍ଟ
Advertisement

ଭାବିଚିନ୍ତି ବୟାନ ଦିଅ: ସୁପ୍ରିମକୋର୍ଟ

ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କଲେ ସୁପ୍ରିମକୋର୍ଟ 

ଫାଇଲ ଫଟୋ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି । ତାଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲାକୁ ବନ୍ଦ କଲେ ଦେଶର ସର୍ବୋଚ୍ଚ ଅଦଲତ । ରାହୁଲଙ୍କ ପକ୍ଷରୁ କରାଯାଇଥିବା କ୍ଷମାପ୍ରାର୍ଥନାକୁ ଅଦାଲତ ଗ୍ରହଣ କରିଛନ୍ତି । ଚୌକିଦାର ଚୋର ବୋଲି ଖୋଦ ସୁପ୍ରିମକୋର୍ଟ ମଧ୍ୟ ସ୍ୱୀକାର କରିଥିବା ଏକ ଭାଷଣରେ କହିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ଯାହାକୁ ନେଇ ବିଜେପି ନେତା ମୀନାକ୍ଷୀ ଲେଖି ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ ।  

ଆଜି ସୁପ୍ରିମକୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ କ୍ଷମାପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି । ଫଳରେ ତାଙ୍କ ବିରୋଧରେ ଆଉ ଏହି ମାମଲା ନାହିଁ ବୋଲି ସ୍ପଷ୍ଟ ହୋଇଛି । ହେଲେ ରାହୁଲଙ୍କୁ କଡା ଚେତାବନୀ ଦେଇଛନ୍ତି ଅଦଳତ । କେହି ଜଣେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ସମୟରେ ନିଜ ବୟାନକୁ ନେଇ ଯତ୍ନବାନ ହେବା ଉଚିତ ବୋଲି କହି କହିଛନ୍ତି କୋର୍ଟ । ପରବର୍ତ୍ତୀ ସମୟରେ ଭାବିଚିନ୍ତି ବୟାନ ଦେବାକୁ ରାହୁଲଙ୍କୁ ଚେତାବନୀ ଦିଆଯାଇଛି । 

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌କେ କାଉଲ ଏବଂ ଜଷ୍ଟିସ୍‌ କେଏମ୍‌ ଯୋଶେଫ୍‌ ମଧ୍ୟ ସଦସ୍ୟ ଥିଲେ । ତେବେ କୋର୍ଟ କ୍ଷମା କରିଥିବାରୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କୁ ବଡ ଆଶ୍ୱସ୍ତି ମିଳିଛି । 

କଣ ଥିଲା ପୁରା ଘଟଣା ?

ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଖଲ କରାଯାଇଥିବା ମାନହାନି ମାମଲା ଉପରେ ଶୁଣାଣି କରିଛନ୍ତି । ତେବେ ତାଙ୍କ ବିରୋଧରେ ବିଜେପି ସାଂସଦ ମୀନାକ୍ଷୀ ଲେଖି ଯାଚିକା ଦାଖଲ କରିଥିଲେ । ଚୌକିଦାର ଚୋର ବୋଲି ଖୋଦ ସୁପ୍ରିମକୋର୍ଟ ମଧ୍ୟ ସ୍ୱୀକାର କରିଥିବା ଏକ ଭାଷଣରେ କହିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ମୀନାକ୍ଷୀ ଅଭିଯୋଗ କରିଥିଲେ, ହୁଲ କୋର୍ଟଙ୍କ ବୟାନକୁ ରାଜନୀତ ସହ ଜଡ଼ିତ କରିଛନ୍ତି ।