ଓଲିଉଡର ଏହି ନାୟିକାଙ୍କୁ ମିଳିଛି ପ୍ରେମରେ ଧୋକା
Advertisement

ଓଲିଉଡର ଏହି ନାୟିକାଙ୍କୁ ମିଳିଛି ପ୍ରେମରେ ଧୋକା

ଜାଣନ୍ତୁ କିଏ ଓ କାହିଁକି ଦେଲା ଏହି ନାୟିକାଙ୍କୁ ଧୋକା

ଓଲିଉଡର ଏହି ନାୟିକାଙ୍କୁ ମିଳିଛି ପ୍ରେମରେ ଧୋକା

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର: ରୂପେଲି ପରଦାରେ ଦର୍ଶକଙ୍କର ମନୋରଞ୍ଜନ କରୁଥିବା ନାୟିକା ମାନେ ମଧ୍ୟ ପ୍ରେମରେ ପାଇଛନ୍ତି ଧୋକା, ତେବେ କେଉଁ ସିନେମାରେ କେଉଁ ନାୟିକା ଧୋକା ପାଇଛନ୍ତି ସେ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ...

ଅର୍ଚ୍ଚିତା ସାହୁ
 ନିଜର ନିଆରା ଅଭିନୟରେ ଦର୍ଶକଙ୍କୁ କିମିଆ କରିଥିବା ଅର୍ଚ୍ଚିତା ମଧ୍ୟ ପ୍ରେମରେ ପାଇଛନ୍ତି ଧୋକା , 'ତୋବିନା ମୋ କାହାଣୀ ଅଧା' ସିନେମାରେ ଅର୍ଚ୍ଚିତାଙ୍କ ସହ ଛଳନା କରି ତାଙ୍କୁ ବିବାହ କରିଥିଲେ ଅନୁଭବ । କିନ୍ତୁ ବିବାହର ପ୍ରଥମ ରାତିରେ ହିଁ ଅନୁଭବ ଅର୍ଚ୍ଚିତାଙ୍କୁ ସବୁ ସତକଥା କହି କନ୍ଦେଇ ଦେଇଥିଲେ । ସାରାଜୀବନ ସାଥୀହୋଇ ରହିବା ପାଇଁ ନୂହେଁ ବରଂ ପୂର୍ବ ଅପମାନର ପ୍ରତିଶୋଧ ନେବାପାଇଁ ସେ ଅର୍ଚ୍ଚିତାଙ୍କୁ ସିନେମାରେ ବିବାହ କରିଥିଲେ । ଏହାସହ 'ପାଗଳ କରିଛି ପାଉଁଜି ତୋର' ସିନେମାରେ ମଧ୍ୟ ଅର୍ଚ୍ଚିତା ସବ୍ୟସାଚୀଙ୍କୁ ଭଲପାଉଥିଲେ ମଧ୍ୟ ପରିସ୍ଥିତିରେ ପଡି ବୁଦ୍ଧାଦିତ୍ୟଙ୍କୁ ବିବାହ କରିଥିଲେ କିନ୍ତୁ ପରେ ଦୁହିଁଙ୍କର ଡିଭର୍ସ ହୋଇଯାଇଥିଲା ।

ଝିଲିକ୍ ଭଟାଚାର୍ଯ୍ୟ
ଓଲିଉଡର ସ୍ମାର୍ଟ ହିରୋଇନ୍ ଝିଲିକ୍ ମଧ୍ୟ ରିଲ୍ ଲାଇଫ୍ ପ୍ରେମରେ ପାଇଛନ୍ତି ଧୋକା, ବାବୁସାନଙ୍କ ସହ ସେ ଅଭିନୟ କରିଥିବା ସିନେମା 'ସୁପର ମିଛୁଆ' ରେ ପ୍ରଥମେ ମିଠାମିଠା କଥା ସହ ବଡ଼ ବଡ଼ ସ୍ୱପ୍ନ ଦେଖାଇ ଝିଲିକଙ୍କ ମନକୁ କିଣିନେଇଥିଲେ ବାବୁସାନ୍, କିନ୍ତୁ ବିବାହର ପ୍ରଥମ ରାତିରେ ଝିଲିକ୍ ଯେତେବେଳେ ସତ ଜାଣିଲେ ସେତେବେଳେ ସେ ଖୁବ୍ ଭାଙ୍ଗିପଡିବାସହ ବାବୁସାନଙ୍କୁ ଛାଡ଼ି ଚାଲିଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପୁଣିଥରେ ଏକାଠି ହୋଇଥିଲେ ଏହି ଯୋଡ଼ି ।

ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁ ଚୌଧୁରୀ

ଓଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଥିବା ଏହି ଦୁଇ ନାୟିକା ଗୋଟିଏ ଫିଲ୍ମରେ ଉଭୟ ଧୋକା ପାଇଥିବାର ଦେଖିବାକୁ ମିଳିଥିଲା । ସିନେମା 'ଟୋପାଏ ସିନ୍ଦୁର ଦିଟୋପା ଲୁହ'ରେ ବର୍ଷାପ୍ରିୟଦର୍ଶିନୀ ସିଦ୍ଧାନ୍ତଙ୍କୁ ଭଲପାଇଥିଲେ ଏବଂ ଅନୁ ଚୌଧୁରୀ ଭଲପାଉଥିଲେ ଅନୁଭବଙ୍କୁ  । କିନ୍ତୁ ହଠାତ୍ ପରବର୍ତ୍ତୀ ସମୟରେ ବଦଳିଯାଇଥିଲା ସ୍ଥିତି ଏବଂ ପରିସ୍ଥିତିରେ ପଡ଼ି ଅନୁ ଚୌଧୁରୀଙ୍କୁ ବାଧ୍ୟରେ ବିବାହ କରିଥିଲେ ସିଦ୍ଧାନ୍ତ, ଯାହା ବର୍ଷାଙ୍କୁ ଅନେକ କଷ୍ଟଦେଇଥିଲା ଏବଂ ଜଟିଳ ପରିସ୍ଥିତିର ସାମ୍ନା କରିଥିଲେ ବର୍ଷା ।

ରିୟା ଦେ
ନିଜର ନିଆରା ଅଭିନୟ ସହ ଆକର୍ଷଣୀୟ ନୃତ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ରିୟା ଦେ ପାଇଛନ୍ତି ପ୍ରେମରେ ଧୋକା । 'ଗୋଲାପି ଗୋଲାପି' ସିନେମାରେ ହିରୋ ଅମ୍ଳାନଙ୍କୁ ପ୍ରେମ କରି ବିବାହ କରିପାରିନଥିବା ରିୟା ଶେଷରେ ଅନ୍ୟତ୍ର ବିବାହ କରିଥିବା ଦେଖିବାକୁ ମିଳିଥିଲା ସିନେମାରେ । ଯାହାକୁ କିଛି ଦର୍ଶକ ସହଜରେ ଗ୍ରହଣ କରିପାରିନଥିଲେ ମଧ୍ୟ ବର୍ତ୍ତମାନର ଯୁବ ସମାଜକୁ ଏକ ଶିକ୍ଷଣୀୟ ବାର୍ତ୍ତା ଦେଇଥିଲା ସିନେମାଟି ।

ପୁନମ୍ ମିଶ୍ର
ଦୁଇଜଣ ନାୟିକା ଥିବା ଫିଲ୍ମ 'ଲଭ୍ ମାଷ୍ଟର'ରେ ବାବୁସାନଙ୍କ ପ୍ରେମରେ ପଡିଥିଲେ ପୁନମ୍ କିନ୍ତୁ ପରେ ସବୁକିଛି ହୋଇଯାଇଥିଲା ଓଲଟପାଲଟ୍ , ରିୟା ବାବୁସାନଙ୍କୁ ଭଲପାଉଥିବା ଜାଣି କଷ୍ଟ ପାଇଥିଲେ ପୁନମ୍ , କିନ୍ତୁ ଚଳଚିତ୍ରର ଶେଷରେ ରିୟାଙ୍କ ଦେହରେ ଗୁଳିବାଜିବାରୁ ଚଳଚିତ୍ରରେ ଆସିଥିଲା ନୂଆ ଟୁଇଷ୍ଟ୍ ।