ନିର୍ଭୟା ମାମଲା: ଶେଷ ସାକ୍ଷାତ ପାଇଁ ଗଲା ଚିଠି...
Advertisement

ନିର୍ଭୟା ମାମଲା: ଶେଷ ସାକ୍ଷାତ ପାଇଁ ଗଲା ଚିଠି...

ପଟିଆଲା ହାଉସ କୋର୍ଟ ତୃତୀୟ ଥର ପାଇଁ ଫାଶୀର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୩ ତାରିଖ ସକାଳ ପ୍ରାୟ ୪ଟା ସମୟରେ ନିର୍ଭୟା ଅଭିଯୁକ୍ତମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଫଳରେ ଏଥିପାଇଁ ତିହାର ଜେଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।  

ନିର୍ଭୟା ମାମଲା: ଶେଷ ସାକ୍ଷାତ ପାଇଁ ଗଲା ଚିଠି...

ନୂଆଦିଲ୍ଲୀ: ପଟିଆଲା ହାଉସ କୋର୍ଟ ତୃତୀୟ ଥର ପାଇଁ ଫାଶୀର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୩ ତାରିଖ ସକାଳ ପ୍ରାୟ ୪ଟା ସମୟରେ ନିର୍ଭୟା ଅଭିଯୁକ୍ତମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଫଳରେ ଏଥିପାଇଁ ତିହାର ଜେଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।  

ତିହାର ଜେଲ ପ୍ରଶାସନ ପୁଣି ଥରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଉତ୍ତର ପ୍ରଦେଶ ଜେଲ ପ୍ରଶାସନକୁ ଜଲ୍ଲାଦକୁ ପଠାଇବା ପାଇଁ ଚିଠି ମଧ୍ୟ ଲେଖି ସାରିଛି। ଫାଶୀ ତାରିଖର ଦୁଇ ଦିନ ପୂର୍ବରୁ  ଜଲ୍ଲାଦଙ୍କୁ ତିହାର ପହଞ୍ଚିବାକୁ କହିଛି ତିହାର ଜେଲ ପ୍ରଶାସନ।  

ଜେଲ ଅଧିକାରୀଙ୍କ କହିବା ମୁତାବକ ଫାଶୀ ତାରିଖ ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଦୋଷୀମାନଙ୍କୁ ଶେଷ ଦେଖା କରିବାକୁ ସେମାନଙ୍କ ପରିବାରମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଏପରିକି ଶେଷ ସାକ୍ଷାତ ପାଇଁ ଜଣାଇବାକୁ ମଧ୍ୟ ସୂଚନା ଦିଆଯାଇଛି। ତେବେ ଏହି ଶେଷ ସାକ୍ଷାତ ଗୋଟିଏ ଦିନରେ ହେବ କିମ୍ବା ଭିନ୍ନ ଭିନ୍ନ ଦିନରେ ହେବ ସେ ନେଇ କୌଣସି ସଠିକ ସୂଚନା ଦିଆଯାଇନାହିଁ। କିନ୍ତୁ ପରିବାରବର୍ଗ ଯେଉଁ ଦିନ ଚାହିଁବେ ସେହିଦିନ ସେମାନଙ୍କୁ ସାକ୍ଷାତ କରାଇ ଦିଆଯିବ ବୋଲି ଜେଲ ପ୍ରଶାସନ ସୂଚନା ଦେଇଛି।  

ଜେଲ କର୍ତ୍ତୃପକ୍ଷ କହିଛନ୍ତି କି, ନିର୍ଭୟା ଦୋଷୀମାନେ ସପ୍ତାହକ ମଧ୍ୟରେ ଦୁଇଥର ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ। ତେବେ ଅନ୍ତିମ ସାକ୍ଷାତ ପରେ ଦୋଷୀମାନେ କେବଳ ଜେଲ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କୁ ହିଁ ସାକ୍ଷାତ କରିପାରିବେ।  

ସେପଟେ ନିର୍ଭୟାଙ୍କ ମା' ଆଇନଜୀବୀମାନଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି ବିନୟର ଓକିଲ ଏପି ସିଂଙ୍କୁ ଆରାମର ଆବଶ୍ୟକତା ରହିଛି। ନିର୍ଭୟାଙ୍କ ମା' ଆଶାଦେବୀ କହିଛନ୍ତି କି, ଏପି ସିଂ କୋର୍ଟରେ ଭୁଲ ତଥ୍ୟ ଉପସ୍ଥାପନ କରୁଛନ୍ତି। ଏପରିକି ଅଦ୍ଭୁତ ଯୁକ୍ତି ମାଧ୍ୟମରେ କୋର୍ଟକୁ ଭୁଲ ରାସ୍ତା ଦେଖାଉଥିବା ସେ ଯୁକ୍ତି କରିଥିଲେ।