ରାୟ ପ୍ରକାଶ ବେଳେ କ'ଣ କହିଲେ ସର୍ବୋଚ୍ଚ ଅଦାଲତ ?
Advertisement
Article Detail0/zeeodisha/odisha594611

ରାୟ ପ୍ରକାଶ ବେଳେ କ'ଣ କହିଲେ ସର୍ବୋଚ୍ଚ ଅଦାଲତ ?

ଆସିଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ଉଭୟ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିରୁ ବେଶ ଗୁରୁତ୍ୱବହନ କରୁଥିବା ଏହି ମାମଲାରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଶୁଣାଣି ବେଳେ ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି, ବାବ୍ରି ମସଜିଦ୍ ଖାଲି ଜମିରେ ତିଆରି ହୋଇନାହିଁ। ତେବେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସିଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ଉଭୟ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିରୁ ବେଶ ଗୁରୁତ୍ୱବହନ କରୁଥିବା ଏହି ମାମଲାରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଶୁଣାଣି ବେଳେ ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି, ବାବ୍ରି ମସଜିଦ୍ ଖାଲି ଜମିରେ ତିଆରି ହୋଇନାହିଁ। ତେବେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ନିଜ ଅଧ ଘଣ୍ଟାର ରାୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା ବୋଲି କହିଛନ୍ତି ଅଦାଲତ । ତେବେ ମନ୍ଦିର ଭାଙ୍ଗି ମସଜିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ । ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି । ହିନ୍ଦୁମାନଙ୍କ ଏହି ବିଶ୍ୱାସ ରହିଛି । ହିନ୍ଦୁମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇପାରିବନି । ମାତ୍ର କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ ବୋଲି କହିଥିଲେ ପ୍ରଧାନ ବିଚାରପତି । 

ଅଦାଲତ ଆହୁରି ମଧ୍ୟ କହିଛନ୍ତି, ଇଂରେଜ ଶାସନ ସମୟରେ ସେଠାରେ ନମାଜ ପାଠ କରାଯାଉଥିବା ନେଇ କୌଣସି ପ୍ରମାଣ ନାହିଁ । ସିଆ ୱାକଫ ବୋର୍ଡ ଏବଂ ନିର୍ମୋହି ଆଖଡ଼ାର ଆବେଦନ ମଧ୍ୟ ଖାରଜ ହୋଇଛି । ନିର୍ମୋହି ଆଖଡ଼ା ନିଜକୁ ସେବାୟତ ପାଇଁ ଦାବି କରୁଥିଲା। ତେବେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ମୋହି ଆଖଡ଼ା ସେବାୟତ ନୁହନ୍ତି ।

ପଢନ୍ତୁ, ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ।।।

  1. ସୁପ୍ରିମକୋର୍ଟଙ୍କ ବଡ଼ ରାୟ
  2. ମୁସଲମାନ ପକ୍ଷଙ୍କୁ ଅନ୍ୟସ୍ଥାନ ଯୋଗାଇ ଦେବାକୁ ନିର୍ଦ୍ଦେଶ
  3. ବିକଳ୍ପ ଜମି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  4. ୫ ଏକର ଜମି ପ୍ରଦାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  5. ମସଜିଦ୍ ନିର୍ମାଣରେ ସହାୟତା ପାଇଁ ନିର୍ଦ୍ଦେଶ
  6. କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
  7. ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  8. ମନ୍ଦିର ତିଆରି ପାଇଁ ଟ୍ରଷ୍ଟ ଗଠନ ହେବ
  9. ୩ ମାସ ମଧ୍ୟରେ ଟ୍ରଷ୍ଟ ବୋର୍ଡ ତିଆରି କରିବେ କେନ୍ଦ୍ର ସରକାର
  10. ବୋର୍ଡକୁ ବିବାଦୀୟ ଜମି ହସ୍ତାନ୍ତର କରିବେ କେନ୍ଦ୍ର ସରକାର
  11. ରାମ ଜନ୍ମଭୂମି ନ୍ୟାସକୁ ମିଳିବ ବିବାଦୀୟ ଜମି
  12. ୩ ମଧ୍ୟସ୍ଥିଙ୍କ ଭୂମିକାକୁ କୋର୍ଟଙ୍କ ପ୍ରଶଂସା