ସଂସଦରେ ଆଜି ଶୀତ ଅଧିବେଶନର ତୃତୀୟ ଦିନ, ଏସପିଜି ପ୍ରସଙ୍ଗରେ କମ୍ପୁଛି ଗୃହ
Advertisement

ସଂସଦରେ ଆଜି ଶୀତ ଅଧିବେଶନର ତୃତୀୟ ଦିନ, ଏସପିଜି ପ୍ରସଙ୍ଗରେ କମ୍ପୁଛି ଗୃହ

ସଂସଦରେ ଆଜି ଶୀତ ଅଧିବେଶନର ତୃତୀୟ ଦିନ

file photo

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ସଂସଦରେ ଆଜି ଶୀତ ଅଧିବେଶନର ତୃତୀୟ ଦିନ । ଆଜି ମଧ୍ୟ ବେଶ ସରଗରମ ରହିଛି ଗୃହ । ଆଜି ରାଜ୍ୟସଭାରେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଶୂନ୍ୟକାଳରେ ଦେଶରେ ବଢୁଥିବା ଏସିଡ ଆଟାକକୁ ନେଇ ନୋଟିସ ଦେଇଛନ୍ତି । ପ୍ରଶ୍ନକାଳରେ ଏହି ପ୍ରସଙ୍ଗରେ ଆଲେଚନା ହେବ ।

ଅପରପକ୍ଷରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଏବଂ ସରକାର ଗଠନ ନେଇ ଗୃହମନ୍ତ୍ରୀ ଅମିତ ଶାହ ଗୃହରେ ମତ ରଖିପାରନ୍ତି । ଗତକାଲି ଲୋକସଭାରେ ଗାନ୍ଧୀ ପରିବାରରୁ ଏସପିଜି ହଟେଇବା ନେଇ ହୋହାଲ୍ଲ ହୋଇଥିବା ବେଳେ ଆଜି ଏହି ପ୍ରସଙ୍ଗରେ ଅମିତ ଶାହା ଉତ୍ତର ରଖିବେ ।ଏସପିଜି ପ୍ରସଙ୍ଗ ନେଇ ବର୍ତ୍ତମାନ କମ୍ପୁଛି ଗୃହ । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ  ଆପ ପକ୍ଷରୁ ରାଜ୍ୟସଭାରେ ନୋଟିସ ଦିଆଯାଇଛି । ଅନ୍ୟପଟେ ଧାନର ମୂଲ୍ୟ ବୃଦ୍ଧି ଏବଂ ଚାଷୀ ପ୍ରସଙ୍ଗରେ ଲୋକ ସଭାରେ କଂଗ୍ରେସ ପକ୍ଷରୁ ନୋଟିସ ଦିଆଯାଇଛି ।

ଗତକାଲିର ଅଧିବେଶନରେ ଜାନିୱାଲାବାଗ ନ୍ୟାସନାଲ ମେମୋରିଆଲ ବିଲ ୨୦୧୯ ପାର୍ଲାମେଣ୍ଟରେ ପାସ ହୋଇଛି । ଏହି ବିଲ ଲୋକସଭାରେ ଅଗଷ୍ଟ ମାସ ୨ ତାରିଖରେ ପାସ ହୋଇଥିଲା ।