ଲୋକେ ବିବାହ କରୁଛନ୍ତି କାରଣ ଅର୍ଥ ବ୍ୟବସ୍ଥା ଭଲ ରହିଛି: କେନ୍ଦ୍ରମନ୍ତ୍ରୀ
Advertisement

ଲୋକେ ବିବାହ କରୁଛନ୍ତି କାରଣ ଅର୍ଥ ବ୍ୟବସ୍ଥା ଭଲ ରହିଛି: କେନ୍ଦ୍ରମନ୍ତ୍ରୀ

ଦେଶର ଦୁର୍ବଳ ଅର୍ଥ ବ୍ୟବସ୍ଥା ଉପରେ ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କ ବୟାନ ବିବାଦକୁ ଉତ୍ପନ କରିଛି । ଶୁକ୍ରବାର ରେଳ ରାଜ୍ୟମନ୍ତ୍ରୀ ସୁରେଶ ଅଙ୍ଗାଡ଼ି କହିଛନ୍ତି ଯେ ଏୟାରପୋର୍ଟରେ ଲୋକ ଭର୍ତ୍ତି ହୋଇ ରହିଛନ୍ତି, ରେଳୱେରେ ଟ୍ରେନ ଭରି ରହିଛି । ମିଡିଆରେ ଲୋକ ଆସୁଛନ୍ତି । କାହାର ବିବାହ ମଧ୍ୟ ଅଟକି ରହୁ ନାହିଁ । ଏହି ସମସ୍ତ ବିଷୟ କହୁଛି ଦେଶର ଅର୍ଥ ବ୍ୟବସ୍ଥା ବହୁତ ଭଲ ରହିଛି ।

 

ଲୋକେ ବିବାହ କରୁଛନ୍ତି କାରଣ ଅର୍ଥ ବ୍ୟବସ୍ଥା ଭଲ ରହିଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଦୁର୍ବଳ ଅର୍ଥ ବ୍ୟବସ୍ଥାକୁ ନେଇ ମୋଦି ସରକାରଙ୍କ ମନ୍ତ୍ରୀ ବିଭିନ୍ନ ସମୟରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଯାହା ପରବର୍ତ୍ତୀ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଗତ ଦିନରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦେଶର ଅର୍ଥ ବ୍ୟବସ୍ଥାର ତୁଳନା ହିନ୍ଦୀ ଫିଲ୍ମର ବ୍ୟବସାୟ ସହ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ବିବାଦର ଜନ୍ମ ଦେଇଥିଲା । ପରେ ବିବାଦ ବଢିବାରୁ ଏହା ଉପରେ କ୍ଷମା ମଧ୍ୟ ମାଗିଥିଲେ ସେ । 

ଏହି କ୍ରମରେ ଦେଶର ଦୁର୍ବଳ ଅର୍ଥ ବ୍ୟବସ୍ଥା ଉପରେ ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କ ବୟାନ ବିବାଦକୁ ଉତ୍ପନ କରିଛି । ଶୁକ୍ରବାର ରେଳ ରାଜ୍ୟମନ୍ତ୍ରୀ ସୁରେଶ ଅଙ୍ଗାଡ଼ି କହିଛନ୍ତି ଯେ ଏୟାରପୋର୍ଟରେ ଲୋକ ଭର୍ତ୍ତି ହୋଇ ରହିଛନ୍ତି, ରେଳୱେରେ ଟ୍ରେନ ଭରି ରହିଛି । ମିଡିଆରେ ଲୋକ ଆସୁଛନ୍ତି । କାହାର ବିବାହ ମଧ୍ୟ ଅଟକି ରହୁ ନାହିଁ । ଏହି ସମସ୍ତ ବିଷୟ କହୁଛି ଦେଶର ଅର୍ଥ ବ୍ୟବସ୍ଥା ବହୁତ ଭଲ ରହିଛି । କିଛି ଲୋକ ସରକାରଙ୍କୁ ବଦନାମ କରୁଛନ୍ତି । ପ୍ରତି ୩ ବର୍ଷରେ ଥରେ ଏପରି ଏକ ସମୟ ଆସେ ଯେତେବେଳେ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଦେଖା ଦେଇଥାଏ । କିନ୍ତୁ ଏହାର କିଛି ଦିନ ପରେ ସବୁ କିଛି ଠିକ ହୋଇ ଯାଏ । ଏହା ସବୁ ପ୍ରଧାନମନ୍ତ୍ରୀଙ୍କ ଛବି ଖରାପ କରିବାର ପ୍ରାୟ ମାତ୍ର ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ସୁରେଶ ଆଙ୍ଗାଡ଼ି କର୍ଣ୍ଣାଟକରୁ ବିଜେପିର ସାଂସଦ ଓ କେନ୍ଦ୍ର ସରକାରରେ ରେଳ ରାଜ୍ୟମନ୍ତ୍ରୀର ଦାୟିତ୍ୱ ନିର୍ବାହ କରୁଛନ୍ତି । ସେ ଟୁଣ୍ଡା ଖୁର୍ଜା ପୂର୍ବୀ ଫ୍ରେଡ କୋରିଡୋରର ନିରୀକ୍ଷଣ କରିବାକୁ ଆଜି ଆସିଥିଲେ । ଏହି ଅବସରରେ ସେ ଗଣମାଧ୍ୟମଙ୍କ ସହ ଆଲୋଚନା କରୁଥବା ବେଳେ କହିଛନ୍ତି ଯେ କିଛି ଲୋକ ଏହି ଦିଗରେ କିଛି କରନ୍ତି ନାହିଁ, କେବଳ ପିଏମ ମୋଦିଙ୍କ ଛବିକୁ ଖରାପ କରିବାକୁ ପ୍ରୟାସ କରିବାକୁ ଲାଗିଛନ୍ତି । ଲୋକମାନେ ବିବାହ କରୁଛନ୍ତି, ବିମାନ ବନ୍ଦର ଓ ଟ୍ରେନରେ ଭର୍ତ୍ତି ରହୁଛି । ଏପରି ପରିସ୍ଥିତି ମାନ୍ଦାବସ୍ଥା କେଉଁଠି ରହିଛି ।

କିଛି ଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦେଶର ଅର୍ଥ ବ୍ୟବସ୍ଥାର ତୁଳନା ହିନ୍ଦି ଫିଲ୍ମର ବିଜନେସ ସହ କରିଥିଲେ । ସେ ଫିଲ୍ମର ଆୟକୁ ଉଦାହରଣ ଦେଇ କହିଛନ୍ତି ଯେ ଏହି ଫିଲ୍ମ କିଛି ଦିନ ମଧ୍ୟରେ ୨୫୦ ରୁ ୩୦୦ କୋଟି ଟଙ୍କାର ବ୍ୟବସାୟ କରୁଛି । ଏପରି ପରସ୍ଥିତି କେଉଁଠି ମାନ୍ଦାବସ୍ଥା ରହିଛି । ପରେ ଏହା ଉପରେ ବିବାଦ ଦେଖା ଦେବାରୁ ସେ କ୍ଷମା ପ୍ରାର୍ଥନା କରିଥିଲେ ।