ଭିନ୍ନ ଜଣେ ମଣିଷ; ଅସହାୟଙ୍କ ପାଇଁ ସବୁବେଳେ ସହାୟତାର ହାତ ବଢାଉଥିବା ଜଣେ ଦରଦୀ ମଣିଷ
Advertisement

ଭିନ୍ନ ଜଣେ ମଣିଷ; ଅସହାୟଙ୍କ ପାଇଁ ସବୁବେଳେ ସହାୟତାର ହାତ ବଢାଉଥିବା ଜଣେ ଦରଦୀ ମଣିଷ

ଛୋଟ ଝିଅର କୋମଳ ଚେହେରା ଏବଂ ତା ଭିତରେ ଥିବା ପ୍ରତିଭା ଯେମତି ଭାସିଆସିଲା ସେହି ବ୍ୟକ୍ତିଙ୍କ ଆଗରେ। ସେହି କୋମଳମତି ଶିଶୁର କାହାଣୀ ପ୍ରଚ୍ଛଦପଟରେ ସୃଷ୍ଟି  'ଆଦୃତା ଶିଶୁ ସଦନ'।  ଆଉ ତାକୁ ନିଜର ସନ୍ତାନ ଭାବରେ ଗ୍ରହଣ କରିଥିବା ବ୍ୟକ୍ତି ହେଇଛନ୍ତି ପ୍ରଫେସର ଆଦିତ୍ୟ ମହାନ୍ତି

  • ଛୋଟ ଝିଅର କୋମଳ ଚେହେରା ଏବଂ ତା ଭିତରେ ଥିବା ପ୍ରତିଭା ଯେମତି ଭାସିଆସିଲା ସେହି ବ୍ୟକ୍ତିଙ୍କ ଆଗରେ
  • ସେହି କୋମଳମତି ଶିଶୁର କାହାଣୀ ପ୍ରଚ୍ଛଦପଟରେ ସୃଷ୍ଟି  'ଆଦୃତା ଶିଶୁ ସଦନ'
  • ଆଉ ତାକୁ ନିଜର ସନ୍ତାନ ଭାବରେ ଗ୍ରହଣ କରିଥିବା ବ୍ୟକ୍ତି ହେଇଛନ୍ତି ପ୍ରଫେସର ଆଦିତ୍ୟ ମହାନ୍ତି

Trending Photos

 ଭିନ୍ନ ଜଣେ ମଣିଷ; ଅସହାୟଙ୍କ ପାଇଁ ସବୁବେଳେ ସହାୟତାର ହାତ ବଢାଉଥିବା ଜଣେ ଦରଦୀ ମଣିଷ

ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ: ଦିନେ ଜଣେ ମହିଳା ଆସି ତାଙ୍କ ଘରେ ଗୋଟେ ଛୋଟ ଛୁଆକୁ ଛାଡି କହିଲେ- 'ସେ ଆପଣଙ୍କ ଘରେ କାମ ଧାମ କରିବ। ତାକୁ ଦି'ଓଳି ଦି'ମୁଠା ଖାଇବାକୁ ଦେବେ ଏବଂ ସେ ଆପଣଙ୍କ ପାଖରେ ରହିବ। ଛୋଟ ଝିଅର କୋମଳ ଚେହେରା ଏବଂ ତା ଭିତରେ ଥିବା ପ୍ରତିଭା ଯେମତି ଭାସିଆସିଲା ସେହି ବ୍ୟକ୍ତିଙ୍କ ଆଗରେ। ସେହି କୋମଳମତି ଶିଶୁର କାହାଣୀ ପ୍ରଚ୍ଛଦପଟରେ ସୃଷ୍ଟି  'ଆଦୃତା ଶିଶୁ ସଦନ'।  ଆଉ ତାକୁ ନିଜର ସନ୍ତାନ ଭାବରେ ଗ୍ରହଣ କରିଥିବା ବ୍ୟକ୍ତି ହେଇଛନ୍ତି ପ୍ରଫେସର ଆଦିତ୍ୟ ମହାନ୍ତି

'ଆଦୃତା ଶିଶୁ ସଦନ' ଅବହେଳିତ, ନିର୍ଯାତିତ ଶିଶୁଙ୍କୁ ଆଣି ସେମାନଙ୍କୁ ପାଠ ପଢେଇବା ସହ ଖାଇବା ଓ ରହିବାର ସମସ୍ତ ବ୍ୟବସ୍ଥା କରୁଛି । ୧୯୯୮ ମସିହାରୁ ଖୋଲିଥିବା ଏହି ସଂସ୍ଥାର ମୁଖ୍ୟ ହେଉଛନ୍ତି ପ୍ରଫେସର ଆଦିତ୍ୟ ମହାନ୍ତି । ବର୍ତ୍ତମାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ତ୍ରିପୁରାରେ ଦର୍ଶନ ଶାସ୍ତ୍ର ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ। ନିଜ ଦରମାର ଅର୍ଦ୍ଧାଧିକ ସେ ଏହି ସଂସ୍ଥା କୁ ଦେଇଥାନ୍ତି। ଉତ୍କଳ ବିଶ୍ଵବିଦ୍ୟାଳୟରୁ ଶିକ୍ଷା ଶେଷ ପରେ ଏଠାରେ ସେ ଅଧ୍ୟାପନା କରନ୍ତି  ।
 
ସମାଜରେ ଶିଶୁମାନଙ୍କ ପାଇଁ କିଛି କରିବାର ମନୋବୃତ୍ତି ତାଙ୍କୁ ଆଗେଇ ନେଇଥିଲା ଏହି ପଥରେ। ସରକାରଙ୍କ ବିନା ସାହାର୍ଯ୍ୟ ଓ ସହଯୋଗରେ ପ୍ରାୟ ୪୫୦ ଶିଶୁଙ୍କ ସମସ୍ତ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ନିଜକୁ ସମର୍ପିତ କରିଛନ୍ତି। ୨୦୦୬ରେ ଆଦୃତା ପରିବାରକୁ ଜାତୀୟ ପୁରସ୍କାର ମିଳିଛି । ଏହି ସଂସ୍ଥା ଏବେ ଭୁବନେଶ୍ୱର, ରାୟଗଡା, ବଲାଙ୍ଗୀର, ଅନୁଗୁଳ, ପୁରୀ, କେନ୍ଦୁଝର, ସୁନ୍ଦରଗଡ, ଢେଙ୍କାନାଳ ଏବଂ ମୟୁରଭଞ୍ଜ ଆଦି ୧୧ଟି ସ୍ଥାନ ରେ କାର୍ଯ୍ୟ କରିଛି । ଏହି ସଦନରେ ରହୁଥିବା ପୂର୍ଣ୍ଣିମା ଜଣେ ନାମକରା ଓଡିଶୀ ନୃତ୍ୟଶିଳ୍ପୀ ।ଏହାସହ ଢେଙ୍କାନାଳର ଦୁଇ ଭାଇ ଗୋପୀନାଥ ମୁଣ୍ଡା, ଶୁକ ମୁଣ୍ଡା ରାଜ୍ୟ ଚେସ ବିଜେତା। ଦେଶ ବିଦେଶର ବହୁ ସଙ୍ଗଠନ ସହାୟତାର ହାତ ବଢାଇଦେଇଛନ୍ତି ଏହି ଅନୁଷ୍ଠାନର ସଦସ୍ୟମାନେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରି ସମ୍ମାନିତ ହେଉଛନ୍ତି ।
ଏହି ଅନୁଷ୍ଠାନରେ ଅନେକ ସମସ୍ୟା ରହିଛି। କେତେବେଳେ ଅର୍ଥର ସମସ୍ୟା ତ ଆଉ କେତେବେଳେ ଛୋଟ କିଛି ସମସ୍ୟା, ହେଲେ  ଏଥିରେ ପ୍ରଫେସର ମହାନ୍ତି ବିଚଳିତ ହୋଇନାହାନ୍ତି ଦୃଢତାର ସହ ସବୁ ସାମ୍ନା କରିଛନ୍ତି। ଦର୍ଶନଶାସ୍ତ୍ର ରେ ପ୍ରାୟ ୧୦ରୁ ଅଧିକ ପୁସ୍ତକ ଲେଖିସାରିଛନ୍ତି । ସମାଜସେବା ପାଇଁ ୧୯୮୩ ମସିହାରେ ଜନସେବା ପୁରସ୍କାର, ୨୦୧୩ରେ ସମାଜରତ୍ନ ପୁରସ୍କାର ପାଇଛନ୍ତି । ରାବା ଏକାଡେ଼ମୀର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ସେ ଏବେ  କାର୍ଯ୍ୟ କରୁଛନ୍ତି ।