ମୟୂର ପ୍ରାଦୂର୍ଭାବ ଯୋଗୁଁ ହଇରାଣ ହେଉଛନ୍ତି ମଧୁପୁର ଗାଁ ଲୋକେ
Advertisement

ମୟୂର ପ୍ରାଦୂର୍ଭାବ ଯୋଗୁଁ ହଇରାଣ ହେଉଛନ୍ତି ମଧୁପୁର ଗାଁ ଲୋକେ

ମୟୂର ଓ ବାରହାଙ୍କ ଯୋଗୁ ଫସଲ କ୍ଷତି ହେଲେ ବନ ବିଭାଗ କୌଣସି କ୍ଷତିପୂରଣ ହେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମୟୂର ପ୍ରାଦୂର୍ଭାବ ଯୋଗୁଁ ହଇରାଣ ହେଉଛନ୍ତି ମଧୁପୁର ଗାଁ ଲୋକେ

ଖୋର୍ଦ୍ଧା: ଦିନକୁ ଦିନ ମୟୂରଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଚନ୍ଦକା ଅଭୟାରଣ୍ୟ ନିକଟବର୍ତ୍ତୀ ମଧୁପୁର ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ରହୁଥିବା ମୟୂର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନାୟସରେ ଗାଁ ବିଲ ଓ ଖାଲି ସ୍ଥାନରେ ବୁଲି ଖାଦ୍ୟ ସଂଗ୍ରହ କରିଥାନ୍ତି । ଏବେ କ୍ଷେତରେ ଧାନ ପାଚିବା ସମୟରେ ମୟୂରମାନେ ଧାନ ଖୁଣ୍ଟି ଖାଉଛନ୍ତି । ଫଳରେ ଚାଷୀମାନେ ବ୍ୟାପକ କ୍ଷତି ହେଉଛି । ଗ୍ରାମବାସୀଙ୍କ ଉଦ୍ୟମରେ ମୟୂରମାନେ ସୁରକ୍ଷିତ ରହୁଛନ୍ତି । ହେଲେ ବନ ବିଭାଗ ପକ୍ଷରୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ପ୍ରତ୍ୟେକ ବର୍ଷ ଧାନ ଅମଳ ସମୟରେ ମୟୂରଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଚାଷୀମାନେ ଅତିଷ୍ଟ ହୋଇଗଲେଣି ।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ନିକଟରେ ଥିବା ଜଙ୍ଗଲରେ ବହୁ ସଂଖ୍ୟାରେ ମୟୂରଙ୍କ ସମେତ ହରିଣ, ବାରହା , କୁଟୁରା, ସିଂଘାଳ ଆଦି ଜୀବଜନ୍ତୁ ରହିଛନ୍ତି । ଜଙ୍ଗଲ ନିକଟରେ ଥିବା ମଧୁପୁର, ମହୁଲ, ମାଜଣା, ଅଙ୍ଗାରପଡ଼ା, ପଳାଶପୁର, କରଡ଼ାପଲ୍ଲୀ, ପାଣିଓରା ଗାଁରେ ହାତୀ ଫସଲ ନଷ୍ଟ କଲେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ମିଳୁଛି । ହେଲେ ମୟୂର ଓ ବାରହାଙ୍କ ଯୋଗୁ ଫସଲ କ୍ଷତି ହେଲେ ବନ ବିଭାଗ କୌଣସି କ୍ଷତିପୂରଣ ହେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ଦିନ ଧରି ମୟୂରଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ମଧୁପୁର ଗ୍ରାମବାସୀଙ୍କୁ ସରକାର କ୍ଷତିପୂରଣ ଦେବା ସହ ସଚେତନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।