ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ
topStories0hindi611825

ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ଅଙ୍ଗନବାଡି କର୍ମୀଙ୍କ ମନାମାନୀ  ଅଭିଯୋଗ ପ୍ରତିବାଦରେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଉଚ୍ଚବାହାଲି ଅଙ୍ଗନବାଡି କେନ୍ଦ୍ରରେ ।

ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ବୌଦ୍ଧ: ଅଙ୍ଗନବାଡି କର୍ମୀଙ୍କ ମନାମାନୀ  ଅଭିଯୋଗ ପ୍ରତିବାଦରେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଉଚ୍ଚବାହାଲି ଅଙ୍ଗନବାଡି କେନ୍ଦ୍ରରେ ।

ସୁଚନା ମୁତାବକ ଅଙ୍ଗନବାଡି କେନ୍ଦ୍ରରେ ନିଯୁକ୍ତି ହୋଇଥିବା କର୍ମୀ  ଜଣକ ବିଭିନ୍ନ ସମୟରେ କୋମଳମତି ଶିଶୁ ମାନଙ୍କୁ କେନ୍ଦ୍ର ଭିତରେ ତାଲା ପକାଇ ଦେଉଥିବା ସହିତ ଖାଦ୍ୟ ଦେବା ରେ ଅବହେଳା ଏବଂ ବିଭିନ୍ନ ସମୟରେ ଅନୁପସ୍ଥିତ ରହୁଥିବା ଏବଂ ପାଚିକା ସାହାଯ୍ୟରେ ଅଙ୍ଗନବାଡି କେନ୍ଦ୍ର ଚାଲୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ କରିବାର ୩ ମାସ ବିତିଯାଇଥିଲେ ବି ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲାପାଳ ଏଥିପ୍ରତି କୌଣସି ଦୃଷ୍ଟି ନ ଦେବାରୁ ଆଜି ଗ୍ରାମବାସୀ ମାନେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଦେଇଛନ୍ତି । ତୁରନ୍ତ ସମ୍ପୃକ୍ତ  ଅଙ୍ଗନବାଡି କର୍ମି ଙ୍କୁ ଅନ୍ୟତ୍ର ବଦଳି କରିବା ସହିତ ଏକ ନୁତନ କର୍ମି ଙ୍କୁ ନିଯୁକ୍ତି ଦିଆ ନଯିବା ପର୍ଯ୍ୟନ୍ତ କେନ୍ଦ୍ରରେ ତାଲା ଝୁଲିବ ବୋଲି କଡା ଚେତାବନି ଦେଇ ଆଜକୁ ଦୁଇଦିନ ହେଲା ଆନ୍ଦୋଳନ ଯାରି ରଖିଛନ୍ତି ଉଚ୍ଚବାହାଲି ର ଗ୍ରାମବାସୀ । ଏଥିରେ ବହୁ ସଂଖ୍ୟାରେ ଗ୍ରାମର ମହିଳା ଓ ପୁରୁଷ ଙ୍କ ସମେତ କୋମଳମତି ଶିଶୁ ମାନେ ସାମିଲ ହୋଇଛନ୍ତି ।  

Trending news