ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ସମୟରେ ଅଙ୍କିତ ଶର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ, ଅଙ୍କିତଙ୍କ ଶରୀରରେ ୪ଶହରୁ ଉର୍ଦ୍ଧ୍ୱ ଛୁରୀ ଚିହ୍ନ ରହିଥିଲା । ଡାକ୍ତରଙ୍କ କହିବାନୁସାରେ, ଅଙ୍କିତଙ୍କ ଶରୀରର ପ୍ରତ୍ୟେକ ଅଙ୍ଗକୁ ଛୁରୀରେ ଆଘାତ କରାଯାଇଥିଲା । ଏପରିକି ତାଙ୍କର ଅନ୍ତନଳୀ ମଧ୍ୟ ବାହାର କରାଯାଇଥିଲା ।
Trending Photos
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସମୟରେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ଏହି ମାମଲାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏକ ବଡ ଅଭିଯୋଗ କରିଛନ୍ତି । ସେ ଟ୍ୱିଟ୍ କରି ସରକାରଙ୍କୁ ପଚାରିଛନ୍ତି, ''ବାଂଲାଦେଶୀ ଆତଙ୍କବାଦୀଙ୍କ ସହ ତାହିର ହୁସେନ୍ଙ୍କ ଲିଙ୍କ ଥିବା ନେଇ ଅନୁସନ୍ଧାନ କରୁଥିବାରୁ ଅଙ୍କିତ ଶର୍ମାଙ୍କୁ ତାହିରର ନିର୍ଦ୍ଦେଶରେ ହତ୍ୟା କରାଯାଇନାହିଁ ତ ? ଏହା ସରକାରଙ୍କୁ ସ୍ପଷ୍ଟ କରିବାକୁ ପଡ଼ିବ । ଯଦି ଏହା ସତ ତେବେ ଏହା ଏକ ଗମ୍ଭୀର ବିଷୟ ।''
The govt needs to clarify if IB officer Sharma was targeted and killed at the behest of Aap’s Tahir because Sharma was tailing him for Tahir’s Bangladesh terrorists connection. If true it becomes very very serious matter
— Subramanian Swamy (@Swamy39) February 28, 2020
ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ସମୟରେ ଅଙ୍କିତ ଶର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ, ଅଙ୍କିତଙ୍କ ଶରୀରରେ ୪ଶହରୁ ଉର୍ଦ୍ଧ୍ୱ ଛୁରୀ ଚିହ୍ନ ରହିଥିଲା । ଡାକ୍ତରଙ୍କ କହିବାନୁସାରେ, ଅଙ୍କିତଙ୍କ ଶରୀରର ପ୍ରତ୍ୟେକ ଅଙ୍ଗକୁ ଛୁରୀରେ ଆଘାତ କରାଯାଇଥିଲା । ଏପରିକି ତାଙ୍କର ଅନ୍ତନଳୀ ମଧ୍ୟ ବାହାର କରାଯାଇଥିଲା । ଅଙ୍କିତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ଅନୁଯାୟୀ, ସେ ପୂର୍ବରୁ କାହାର ଶରୀରରେ ମଧ୍ୟ ଏତେ କ୍ଷତ ଦେଖି ନ ଥିଲେ ।
କୁହାଯାଉଛି, ଅଙ୍କିତ ଶର୍ମା ଦୁଷ୍କର୍ମକାରୀଙ୍କୁ ଶାନ୍ତ କରିବା ପାଇଁ ଘଟଣା ଦିନ ଘରୁ ବାହାରକୁ ଯାଇଥିଲେ, କିନ୍ତୁ ସେ ନିଜେ ଭିଡ଼ ମଧ୍ୟରେ ଶିକାର ହୋଇଥିଲେ । ଭିଡ଼ ହିଂସା ବେଳେ ସେ ହିଂସା ଭିଆଉଥିବା ଲୋକଙ୍କ ଆଗରେ ପଡ଼ୋଶୀ ବୋଲି ପରିଚୟ ମଧ୍ୟ ଦେଇଥିଲେ । ଏହା ପରେ ମଧ୍ୟ ଅଙ୍କିତଙ୍କୁ ଛାଡ଼ି ନ ଥିଲେ ଦଙ୍ଗାକାରୀ ।
ଆହୁରି ପଢ଼ନ୍ତୁ; କହ୍ନେଆ କୁମାରଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା