ଆମ ନିକଟରେ ରହିଛି ସତ୍ୟର ଶକ୍ତି, ଚୀନ ନିକଟରେ ଗନ ପାଓ୍ୱାର: ଦଲାଇଲାମା
ଅହିଂସା ଏବଂ କରୁଣା ଦୁନିଆ ପାଇଁ ଆବଶ୍ୟକ ହୋଇ ପଡ଼ିଛି। ଶାନ୍ତିର ପଥ ଆପଣେଇବାର ସମୟ ଆସିଯାଇଛି। ଶାନ୍ତି ଦ୍ୱାରା ହିଁ ଉନ୍ନତି ଏବଂ ପ୍ରଗତି କରାଯାଇ ପାରିବ ବୋଲି କହିଛନ୍ତି ତିବ୍ବତର ବୌଦ୍ଧଗୁରୁ ଦଲାଇଲାମା। ସେ ଆହୁରି ମଧ୍ୟ କହିଛନ୍ତି କି ଚାଇନିଜ କମ୍ୟୁନିଷ୍ଟଙ୍କ ନିକଟରେ ବନ୍ଧୁକର ଶକ୍ତି ରହିଛି। ଦଲାଇଲାମା ଆଜି ମହାବୋଧି ମନ୍ଦିରରେ ପ୍ରାୟ ଏକ ଘଣ୍ଟା ଧରି ପୂଜାର୍ଚ୍ଚନା କରିଥିଲେ। ସେ ମନ୍ଦିରର ଗର୍ଭଗୃହରେ ଭଗବାନ ବୁଦ୍ଧଙ୍କ ପୂଜା କରିବା ସହିତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଥିଲେ।
Trending Photos
)
ନୂଆଦିଲ୍ଲୀ: ଅହିଂସା ଏବଂ କରୁଣା ଦୁନିଆ ପାଇଁ ଆବଶ୍ୟକ ହୋଇ ପଡ଼ିଛି। ଶାନ୍ତିର ପଥ ଆପଣେଇବାର ସମୟ ଆସିଯାଇଛି। ଶାନ୍ତି ଦ୍ୱାରା ହିଁ ଉନ୍ନତି ଏବଂ ପ୍ରଗତି କରାଯାଇ ପାରିବ ବୋଲି କହିଛନ୍ତି ତିବ୍ବତର ବୌଦ୍ଧଗୁରୁ ଦଲାଇଲାମା। ସେ ଆହୁରି ମଧ୍ୟ କହିଛନ୍ତି କି ଚାଇନିଜ କମ୍ୟୁନିଷ୍ଟଙ୍କ ନିକଟରେ ବନ୍ଧୁକର ଶକ୍ତି ରହିଛି। ଦଲାଇଲାମା ଆଜି ମହାବୋଧି ମନ୍ଦିରରେ ପ୍ରାୟ ଏକ ଘଣ୍ଟା ଧରି ପୂଜାର୍ଚ୍ଚନା କରିଥିଲେ। ସେ ମନ୍ଦିରର ଗର୍ଭଗୃହରେ ଭଗବାନ ବୁଦ୍ଧଙ୍କ ପୂଜା କରିବା ସହିତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଥିଲେ।
ମନ୍ଦିରରେ ପହଞ୍ଚିବା ପରେ ଦଲାଇଲାମା ହାତ ହଲାଇ ଲୋକମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ପରେ ମହୋବୋଧି ମନ୍ଦିରରୁ ବାହାରକୁ ଆସି ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇଥିଲେ। ସେ କହିଥିଲେ କି, ଭାରତରେ ସର୍ବଧର୍ମ ସଦଭାବନାର ପରମ୍ପରା ରହି ଆସିଛି। ଅନେକ ଧର୍ମର ମୂଳ ପିଣ୍ଡ ହେଉଛି ଭାରତ। ଏଠାରୁ ଅନେକ ଧର୍ମ ସୃଷ୍ଟି ହୋଇଛି। ସମସ୍ତ ଧର୍ମକୁ ଉକ୍ତ କିପରି ସଂରକ୍ଷିତ ରଖାଯାଇ ପାରିବ ସେଥିପ୍ରତି ଧର୍ମଗୁରୁ ମାନଙ୍କୁ ଧ୍ୟାନ ଦେବାକୁ ହେବ ବୋଲି ସେ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ କି ପ୍ରାଚୀନ ଭାରତର ଜ୍ଞାନ ବହୁ ଉପଯୋଗୀ। ଅହିଂସା ଏବଂ କରୁଣା ସମଗ୍ର ଦୁନିଆକୁ ଆପଣେଇବାକୁ ପଡ଼ିବ। କେବଳ ବିଶ୍ୱକୁ ନୁହେଁ, ଭାରତକୁ ମଧ୍ୟ ଏହାକୁ ଆପଣେଇବାକୁ ପଡ଼ିବ। ତେବେ ଆଧୁନିକ ଭାରତରେ ଏହାକୁ ପୁନର୍ବାର ସ୍ଥାପନା କରିବାର ଆବଶ୍ୟକତା ରହିଛି। ଏହି ଜ୍ଞାନକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି। ଏହା ହେବା ଦ୍ୱାରା ଭାରତ ଉଭୟ ଆଧୁନିକ ଶିକ୍ଷା ଏବଂ ପୁରାତନ ଶିକ୍ଷାକୁ ଏକ ସଂଗେ ସଂଗେ ଗ୍ରହଣ କରାଯାଇପାରିବ। ଏହା ହେବା ଦ୍ୱାରା ମାନବ ଜାତିକୁ ଅନ୍ତରରୁ ଶାନ୍ତି ମିଳିପାରିବ ବୋଲି ଦଲାଇଲାମା କହିଥିଲେ।
More Stories