ଉଦ୍ଧବ ନା ସଞ୍ଜୟ, କିଏ ହେବେ ମହାରାଷ୍ଟ୍ରର CM?
Advertisement

ଉଦ୍ଧବ ନା ସଞ୍ଜୟ, କିଏ ହେବେ ମହାରାଷ୍ଟ୍ରର CM?

ଯଦି ଉଦ୍ଧବ ଠାକରେ ସିଏମ ହେବାକୁ ମନା କରି ଦେବେ ତେବେ ଏହି ପରିସ୍ଥିତିରେ ସଞ୍ଜୟ ରାଉତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ପାରେ । ମିଳିତ ସୂଚନା ମୁତାବକ ରାଷ୍ଟ୍ରବାଦୀ କଂଗ୍ରେସର ପ୍ରମୁଖ ଶରଦ ପାୱାର ସଞ୍ଜୟ ରାଉତଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସିଏମ ହେବାର ପ୍ରଶ୍ନ ଉପରେ ସିଧାସଳଖ ମନା କରିଛନ୍ତି ସଞ୍ଜୟ ରାଉତ । 

ଉଦ୍ଧବ ନା ସଞ୍ଜୟ, କିଏ ହେବେ ମହାରାଷ୍ଟ୍ରର CM?

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଆଲୋଚନା । ରାଜ୍ୟରେ ସରକାର ଗଠନକୁ ନେଇ ଶିବସେନା, ଏନସିପି ଓ କଂଗ୍ରେସ ମିଶିରେ ହୋଇ ଯାଇଛି ସହମତି । ବର୍ତ୍ତମାନ କଥା ଆସି ଅଟକିଛି କିଏ ହେବେ ଏହି ମେଣ୍ଟର ମୁଖ୍ୟମନ୍ତ୍ରୀ । ତାହାକୁ ୩ ଦଳ ମଧ୍ୟରେ ଚାଲିଛି ମାରାଥନ ବୈଠକ ଚାଲିଛି । ଏହା ଭିତରେ ୨ ଜଣଙ୍କ ନାଁ ବାହାରି ଆସିଛି, ଜଣେ ହେଉଛନ୍ତି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଓ ଆଉଁ ଜଣେ ହେଉଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ । ଅନ୍ୟପକ୍ଷେ ଶିବସେନା କହିଛି ଯେ ମହାରାଷ୍ଟ୍ରର ଜନତାଙ୍କ ଇଚ୍ଛା ଉଦ୍ଧବ ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସୁ ।

ଯଦି ଉଦ୍ଧବ ଠାକରେ ସିଏମ ହେବାକୁ ମନା କରି ଦେବେ ତେବେ ଏହି ପରିସ୍ଥିତିରେ ସଞ୍ଜୟ ରାଉତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ପାରେ । ମିଳିତ ସୂଚନା ମୁତାବକ ରାଷ୍ଟ୍ରବାଦୀ କଂଗ୍ରେସର ପ୍ରମୁଖ ଶରଦ ପାୱାର ସଞ୍ଜୟ ରାଉତଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସିଏମ ହେବାର ପ୍ରଶ୍ନ ଉପରେ ସିଧାସଳଖ ମନା କରିଛନ୍ତି ସଞ୍ଜୟ ରାଉତ । ଶୁକ୍ରବାର ସନ୍ଧ୍ୟା ଯାଏ ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ସ୍ପଷ୍ଟ ହୋଇଯିବ । ଅପରାହ୍ନ ୪ଟାରୁ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି  । ଏହି ବୈଠକ ପରେ ୩ ଦଳର ନେତା ଆଜି ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଘୋଷଣା କରି ପାରନ୍ତି ।

ଅନ୍ୟପକ୍ଷେ ଗୁରୁବାର ରାତିରେ ଏନସିପି ମୁଖିଆ ଶରଦ ପାୱାରଙ୍କ ଘରରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଓ ନିଜ ପୁଅ ଆଦିତ୍ୟ ଠାକରେ ସହ ପହଞ୍ଚି ସାକ୍ଷାତ କରିଥିଲେ । ୨ ଦଳର ନେତାଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଆଲୋଚନା ହୋଇଥିଲା । ଏହି ବୈଠକରେ ପାୱାର ଓ ଉଦ୍ଧବ ଆଜି ହେବାକୁ ଥିବା ଘୋଷଣାର ବ୍ଲୁପ୍ରିଣ୍ଚ ପ୍ରସ୍ତୁତ କରିଛନ୍ତି । ଆଜି ମଧ୍ୟ ସରକାର ଗଢିବାକୁ ନେଇ ମୁମ୍ୱାଇରେ ମାରାଥନ ବୈଠକ ହେବାର ଅଛି । ସକାଳ ୧୦ଟାରେ ମାତୋଶ୍ରୀରେ ବିଧାୟକଙ୍କ ସହ ବୈଠକ କରିବେ ଉଦ୍ଧବ । ବୈଠକ ପରେ ସମସ୍ତ ବିଧାୟକ ଆଗାମୀ ୫ ଦିନ ପାଇଁ ଜୟପୁର ଚାଲିଯିବେ ବୋଲି ସୂଚନା ରହିଛି ।

ସେପଟେ ସୂଚନା ମିଳିଛି ଯେ, ଉଦ୍ଧବ ଠାକରେ ହିଁ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । କାରଣ କଂଗ୍ରେସ ଓ ଏନସିପି ତାଙ୍କ ନାଁ ଉପରେ ସହମତ ବ୍ୟକ୍ତ କରିଛି । ସେହିପରି କିଛି ମନ୍ତ୍ରାଳୟକୁ ନେଇ ଏନସିପି-କଂଗ୍ରେସ ଶିବସେନା ସହ ସହମତି ହେବାର ଅଛି । ଯେପରି ଶିବସେନା ଓ ଏନସିପି ଉଭୟ ଦଳ ଗୃହ ମନ୍ତ୍ରାଳୟ ନିଜ ପାଖରେ ରଖିବାକୁ ଚାହୁଁଛି । ଅର୍ଥ ମନ୍ତ୍ରାଳୟ ଉପରେ କଂଗ୍ରେସ ଓ ଏନିସିପିର ନଜର ରହିଛି । ଶିବସେନା ଓ କଂଗ୍ରେସ ଉଭୟ ଦଳ ସହର ବିକାଶ ମନ୍ତ୍ରାଳୟ ନେବାକୁ ଚାହୁଁଛି । ସେହିପରି ବିଧାନସଭାରେ ବାଚସ୍ପତି ପଦକୁ ନେଇ ଏନସିପି ଓ କଂଗ୍ରେସ ମଧ୍ୟରେ ସହମତି ହୋଇପାରି ନାହିଁ ।