ଆସନ୍ତା ଦୁଇଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶା ଛାଡ଼ିବ ମୌସୁମୀ
Advertisement

ଆସନ୍ତା ଦୁଇଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶା ଛାଡ଼ିବ ମୌସୁମୀ

ମୌସୁମୀକୁ ବାଏ ବାଏ । ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ, ଆସନ୍ତା ଦୁଇ ଦିନରେ ସଂପୂର୍ଣ୍ଣ ଓଡ଼ିଶା ଛାଡିବ ମୌସୁମୀ । ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସୁନ୍ଦରଗଡ଼ରୁ ମୟୂରଭଂଜ ବାଙ୍ଗିରପୋଷି ଯାଏଁ ଥିବା ଷ୍ଟେସନ ଦେଇ ଚାରି ଜିଲ୍ଲା- ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର ଓ ମୟୂରଭଂଜ ଜିଲ୍ଲାର କିଛି ଅଂଚଳରୁ ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆସନ୍ତା ଦୁଇଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶା ଛାଡ଼ିବ ମୌସୁମୀ

ବିଭୂତି ଭୂଷଣ ଦାସ, ନୂଆଦିଲ୍ଲୀ: ମୌସୁମୀକୁ ବାଏ ବାଏ । ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ, ଆସନ୍ତା ଦୁଇ ଦିନରେ ସଂପୂର୍ଣ୍ଣ ଓଡ଼ିଶା ଛାଡିବ ମୌସୁମୀ । ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସୁନ୍ଦରଗଡ଼ରୁ ମୟୂରଭଂଜ ବାଙ୍ଗିରପୋଷି ଯାଏଁ ଥିବା ଷ୍ଟେସନ ଦେଇ ଚାରି ଜିଲ୍ଲା- ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର ଓ ମୟୂରଭଂଜ ଜିଲ୍ଲାର କିଛି ଅଂଚଳରୁ ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ରାଜ୍ୟରୁ ମୌସୁମୀ ଅପସରି ଯିବା ନେଇ ଘୋଷଣା କରିଛି ଆଂଚଳକି ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଚଳିତ ବର୍ଷ ୧୦ ଦିନ ବିଳମ୍ବରେ ଅର୍ଥାତ ଜୁଲାଇ ୨୧ରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିବା ସତ୍ତ୍ୱେ ଏହାର ପ୍ରଭାବରେ ଆବଶ୍ୟକ ଠାରୁ ରାଜ୍ୟରେ ୭ ପ୍ରତିବର୍ଷ ଅଧିକ ବର୍ଷା ରେକର୍ଡ ହୋଇଛି । ଏହାପରେ ଆସନ୍ତା ୧୭ ତାରିଖରେ ଉତ୍ତର ପୂର୍ବ ମୌସୁମୀ ବାୟୁ ଅନସେଟ୍ ହେବାର ସମ୍ଭାବନା ରହିଛି ।
 

ତେବେ ପାଖାପାଖି ଚାରି ମାସ ରାଜ୍ୟରେ ମୌସୁମୀ ନିଜର ଅବସ୍ଥିତି ଜାହିର କରିଥିବା ବେଳେ ଭଲ ବର୍ଷା ହୋଇଛି । ପାଣିପାଗ ବିଜ୍ଞାନୀଙ୍କ ମତରେ ବିଳମ୍ବରେ ଆସିଥିଲେ ସୁଦ୍ଧା ଏହା ବିଳମ୍ବରେ ମଧ୍ୟ ପ୍ରତ୍ୟାବର୍ତ୍ତନ ହୋଇଛି ଯାହା ୫୯ ବର୍ଷ ପରେ ପୁନରାବୃତ୍ତି ହୋଇଛି । ଏହାର ପ୍ରଭାବରେ ଚଳିତ ବର୍ଷ କ୍ରମାଗତ ଜୁନ୍, ଜୁଲାଇରେ ଅଭାବୀ ବର୍ଷା ହୋଇଥିବା ବେଳେ ଅଗଷ୍ଟ ଓ ସେପ୍ଟେମ୍ବରରେ ଏହାର ଭରଣା ହୋଇଥିଲା । ଏହାସହ ଏଥର ଗତ ବର୍ଷ ତୁଳନାରେ ମାତ୍ରିଧକ ଲଘୁଚାପ ଓ ଡିପ୍ରେସନ ହୋଇନାହିଁ । ସେପଟେ ଚଳିତ ବର୍ଷା ଫଳରେ କୌଣସି ଜଳାଶୟ ଖାଲି ନଥିବା ବେଳେ ସାରା ରାଜ୍ୟରେ ଭଲ ବର୍ଷିଛି ଏବଂ ଏହା ଚାଷ ଉପଯୋଗୀ ଥିବା କୃଷି ବିଶେଷଜ୍ଞଙ୍କ ମତ । 

ତେବେ ଆଗାମୀ ମାସେ ଦେଢ଼ ମାସ ହେବାକୁ ଥିବା ପାଣିପାଗଭିତ୍ତିକ ପରିବର୍ତ୍ତନ ହେତୁ ଚାଷ ପ୍ରତି ସତର୍କ ମୂଳକ ପଦକ୍ଷେପ ଅବଲମ୍ବନ କରିବା ସହ ନିକଟସ୍ଥ କୃଷି ଅଧିକାରୀଙ୍କ ପରାମର୍ଶ ନେବାକୁ କୁହାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏକ ବଡ଼ ବର୍ଷାର ସମ୍ଭାବନା ଥିବା ଜଣାପଡ଼ିଛି ।