'ଜଗନ୍ନାଥ'ଙ୍କ ଚାପୁଡ଼ା ମାଡ଼ରେ ଆଖି ବୁଜିଲେ ସୁକୁଟି !
Advertisement

'ଜଗନ୍ନାଥ'ଙ୍କ ଚାପୁଡ଼ା ମାଡ଼ରେ ଆଖି ବୁଜିଲେ ସୁକୁଟି !

 ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରା ଉଚାରା ଜାରି ରଖିଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ଦେବେନ୍ଦ୍ର କୁମାର ନାୟକ, ସୋର: ନିଶାସକ୍ତ ସ୍ୱାମୀର ଚାପୁଡ଼ା ମାଡ଼ରେ ସ୍ତ୍ରୀର ମୃତ୍ୟୁ ! ଘଟଣାଟି ଘଟିଛି ଖନ୍ତାପଡା ଥାନା ଜୟପୁର କସବା ପଞ୍ଚାୟତ ତିନିପଡ଼ା ଗାଁରେ । ଅଭିଯୁକ୍ତ ଜଗନ୍ନାଥ ସିଂର ଚାପୁଡ଼ା ମାଡ଼ରେ ସ୍ତ୍ରୀ ସୁକୁଟିଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରା ଉଚାରା ଜାରି ରଖିଛି । 

ସୂଚନା ମୁତାବକ, ଗତକାଲି ରାତିରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ଜଗନ୍ନାଥ ସିଂ ଓ ତା ସ୍ତ୍ରୀ ସୁକୁଟି ରାତିରେ ହାଣ୍ଡିଆ ପିଇ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିଥିଲେ । ଆଉ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଜଗନ୍ନାଥଙ୍କ ଚାପୁଡ଼ା ମାଡ଼ରେ ସ୍ତ୍ରୀ ସୁକୁଟିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । 

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଖନ୍ତାପଡା ପୋଲିସ । ଅଭିଯୁକ୍ତ ଜଗନ୍ନାଥ ସିଂକୁ ପୋଲିସ ଅଟକ ରଖିଛି । ସେହିପରି ମୃତ ମହିଳା ସୁକୁଟିଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।