Terrorist:ଆକ୍ରମଣ ପରେ ସାଧାରଣ ଲୋକଙ୍କ ଜୀବନ ଜିଅନ୍ତି ପାଫ୍ ଆତଙ୍କବାଦୀ,ଜାଣନ୍ତୁ ପାଫ୍ କେମିତି କରେ କାମ
Advertisement

Terrorist:ଆକ୍ରମଣ ପରେ ସାଧାରଣ ଲୋକଙ୍କ ଜୀବନ ଜିଅନ୍ତି ପାଫ୍ ଆତଙ୍କବାଦୀ,ଜାଣନ୍ତୁ ପାଫ୍ କେମିତି କରେ କାମ

  ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ରାଜୌରୀ ସେକ୍ଟରରେ ଗୁରୁବାର ଦିନ ସଶସ୍ତ୍ର ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ି ଉପରେ ଆକ୍ରମଣ କରିଥିଲେ।  ଏହି ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆକ୍ରମଣ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନେ ଗାଡ଼ିରୁ ଦୁଇ ଯବ

SOCIAL MEDIA

Pakistan Terrorist: 

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ରାଜୌରୀ ସେକ୍ଟରରେ ଗୁରୁବାର ଦିନ ସଶସ୍ତ୍ର ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ି ଉପରେ ଆକ୍ରମଣ କରିଥିଲେ।  ଏହି ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆକ୍ରମଣ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନେ ଗାଡ଼ିରୁ ଦୁଇ ଯବାନଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛନ୍ତି। ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍ଏଫ୍) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।  ପାଫ୍ ହେଉଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଏକ ଶାଖା।

୪ ବର୍ଷ ତଳେ କଶ୍ମୀରରେ ସକ୍ରିୟ ଅଛି ଆତଙ୍କବାଦୀ ସଂଗଠନ ପାଫ୍ । ବିଶେଷଜ୍ଞଙ୍କ ମତରେ ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଲସ୍କର-ଇ-ତୋଏବା ଏହି ସଂଗଠନକୁ ସକ୍ରିୟ କରିଥିଲା। ଗତ ୪ ବର୍ଷ ମଧ୍ୟରେ ଏହି ଆତଙ୍କବାଦୀ ସଂଗଠନ ଜମ୍ମୁ-କଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଛି। ସୂଚନାଯୋଗ୍ୟ, ଜମ୍ମୁରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗୃହ ମନ୍ତ୍ରଣାଳୟ ପାଫ୍  ଉପରେ ପ୍ରତିବନ୍ଧକ ଲଗାଇଥିଲା।

 

ଉପତ୍ୟକାକୁ ଆତଙ୍କି କରୁଛନ୍ତି ନୂଆ ଆତଙ୍କବାଦୀ ଗୋଷ୍ଠୀ

ଗତ କିଛି ବର୍ଷ ହେବ ଜମ୍ମୁ-କଶ୍ମୀରରେ ନୂଆ ନୂଆ ଆତଙ୍କବାଦୀ ସଂଗଠନଙ୍କ  ନାମ ସାମ୍ନାକୁ ଆସୁଛି। ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପାଫ୍ ହେଉଛି  ରେଜିଷ୍ଟେନ୍ସ ଫ୍ରଣ୍ଟ, ୟୁନାଇଟେଡ ଲିବରେସନ ଫ୍ରଣ୍ଟ ଏବଂ ଗଜନବୀ ଫୋର୍ସ ଭଳି ଏକ  ନୂଆ ଆତଙ୍କବାଦୀ ସଂଗଠନ।  ଗତ କିଛି ବର୍ଷ ମଧ୍ୟରେ ଏହି ସବୁ ସଂଗଠନ ପୁରୁଣା ସଂଗଠନଙ୍କ ସ୍ଥାନ ନେଇଛନ୍ତି। । ଉପତ୍ୟକାରେ ଲସ୍କର ଓ ଜୈଶ ଭଳି ଆତଙ୍କବାଦୀ ସଂଗଠନର ଦୁର୍ବଳ ହେବା  ପରଠାରୁ ଏହି ନୂଆ ଆତଙ୍କବାଦୀ ସଂଗଠନଗୁଡିକୁ ଆଇଏସଆଇ ତିଆରି କରିଛି। ଏମାନଙ୍କ ସମ୍ପର୍କ ପୁରୁଣା ସଂଗଠନଙ୍କ ସହିତ ରହିଛି। କିନ୍ତୁ ଏମାନେ ନୂଆ ନାମ ଓ ରୂପରେ ଉଭା ହୋଇଛନ୍ତି। ନୂଆ ଯୁବକଙ୍କୁ ନିଜ ଆଡକୁ ଟାଣିବା ପାଇଁ ତଥା ପାକିସ୍ତାନ ଉପରୁ ନଜର ହଟାଇବା ପାଇଁ ଏହା ଆଇଏସଆଇର ଚାଲ।

ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ହୋଇ  ସମଗ୍ର କାଶ୍ମୀରରେ ଗୁପ୍ତ ଭାବେ ଆକ୍ରମଣ କରୁଛନ୍ତି। କେବଳ ସେହି ଯୁବକମାନେ ଏହି ସଂଗଠନରେ ପ୍ରବେଶ କରନ୍ତି, ଯେଉଁମାନଙ୍କର କୌଣସି ପ୍ରକାରର ଅପରାଧିକ ପୃଷ୍ଠଭୂମି ନାହିଁ । ସେମାନଙ୍କୁ ହାଇବ୍ରିଡ୍ ଆତଙ୍କବାଦୀ କୁହାଯାଏ, ଯେଉଁମାନେ  ଗୁପ୍ତ ଭାବରେ ଆକ୍ରମଣ କରନ୍ତି । କୌଣସି ବଡ଼ ଘଟଣା ଘଟାଇବା ପରେ ଏହି ସମସ୍ତ ଆତଙ୍କବାଦୀ ସାଧାରଣ ଲୋକଙ୍କ ଭଳି ନିଜ ପୁରୁଣା  କାର୍ଯ୍ୟକ୍ଷେତ୍ରକୁ ଫେରିଯାଆନ୍ତି।  ଯେଉଁକାରଣରୁ ସେମାନଙ୍କୁ ଚିହ୍ନଟ କରିବା ସୁରକ୍ଷା ବାହିନୀଙ୍କ  ପାଇଁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହେଉଛି।

ରାଜୌରୀ ଓ ପୁଞ୍ଚରେ ଦ୍ରୁତ ଗତିରେ ବଢୁଛି ଆତଙ୍କବାଦୀ ଆକ୍ରମଣ

ଜମ୍ମୁ-କଶ୍ମୀରର ରାଜୌରୀ ଓ ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସବୁ ଅଞ୍ଚଳରେ ଚଳିତ ବର୍ଷ ୧୯ ଜଣ ଯବାନ ସହିଦ ହୋଇଥିବା ବେଳେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ୨୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ମାସରେ ରାଜୌରୀର ବାଜିମାଲା ଜଙ୍ଗଲରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିବାରୁ ଦୁଇ କ୍ୟାପଟେନ୍ଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ଆତଙ୍କବାଦୀଙ୍କ ସହ ଅପରେସନରେ ଲସ୍କର-ଇ-ତୋଏବାର ଶୀର୍ଷ କମାଣ୍ଡର କ୍ୱାରି ସହ  ୨ ଜଣ ନିହତ ହୋଇଥିଲେ। ଏହା ପୂର୍ବରୁ ଭାଟା ଧୁରିଆନ ଜଙ୍ଗଲରେ ମଧ୍ୟ ଆତଙ୍କବାଦୀମାନେ ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏପ୍ରିଲ ୨୦ ରେ ହୋଇଥିବା ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ ।