Advertisement
Photo Details/zeeodisha/odisha2026665
photoDetails0hindi

Garuda Purana: ମାଆ ଲକ୍ଷ୍ମୀଙ୍କୁ କ୍ରୋଧିତ କରେ ଏହି କାମ, ଭୁଲରେ ବି କରନ୍ତୁନାହିଁ

ଗରୁଡ ପୁରାଣରେ ଜନ୍ମ, ମୃତ୍ୟୁ, ପାପ, ପୁଣ୍ୟ ବିଷୟରେ ଅନେକ କିଛି ତଥ୍ୟ ଉଲ୍ଲେଖ କରାଯାଇଛି । ଏଥିସହ ଏକଥା ମଧ୍ୟ ରହିଛି ଯେ, ମାଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ କେଉଁ କାର୍ଯ୍ୟ କରିବାକୁ ପଡେ । ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ କାମ ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

1/5

Garuda Purana: ଗରୁଡ ପୁରାଣ ଅନୁଯାୟୀ ମାଆ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ କ୍ରୋଧିତ ହେଲେ ବ୍ୟକ୍ତିର ଜୀବନରେ ଅନେକ ପ୍ରଭାବ ପଡିଥାଏ । ଧନର ଅଭାବ ଦେଖାଯିବା ସହିତ ଘରେ ସୁଖର ମଧ୍ୟ ଅଭାବ ଦେଖାଯାଏ । ଯେଉଁମାନେ ଅନ୍ୟମାନଙ୍କ ପ୍ରତି ଇର୍ଷା ମନୋଭାବ ରଖନ୍ତି କିମ୍ବା ଅନ୍ୟର ସୁଖକୁ ସହିପାରନ୍ତି ନାହିଁ ସେମାନଙ୍କ ଉପରେ ମାଆ ଲକ୍ଷ୍ମୀ ରାଗିଥାନ୍ତି । ତେଣୁ ଅନ୍ୟର ଖୁସିରେ ନିଜେ ମଧ୍ୟ ଖୁସି ହୋଇଥାନ୍ତି ସେମାନଙ୍କ ଉପରେ ମାଆ ଲକ୍ଷ୍ମୀ ଖୁସି ହୋଇଥାନ୍ତି । ଆପଣଙ୍କ ନିକଟରେ ଯେତିକି ଅଛି ଆପଣ ସେତିକିରେ ଖୁସି ହେବା ଆବଶ୍ୟକ ।

2/5

ଗରୁଡ ପୁରାଣରେ ଉଲ୍ଲେଖ ତଥ୍ୟ ଅନୁଯାୟୀ, ମାତା ଲକ୍ଷ୍ମୀ ସେହି ସ୍ଥାନରେ ବାସ କରନ୍ତି ନାହିଁ ଯେଉଁଠାରେ ମଇଳା ଥାଏ। ତେଣୁ, ଯଦି ଆପଣ ଆର୍ଥିକ କ୍ଷେତ୍ରରେ ଭଲରେ ରହିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଘର ସମେତ ଆଖପାଖ ପରିବେଶକୁ ସଫା ରଖିବା ପ୍ରତି ଧ୍ୟାନ ଦିଅନ୍ତୁ । ଏହା କରିବା ଦ୍ୱାରା ମାଆ ଲକ୍ଷ୍ମୀ ନିଶ୍ଚିତ ଭାବରେ ଆପଣଙ୍କ ପ୍ରତି କୃପା ବର୍ଷା କରିବେ ।

3/5

ଯଦି ଜଣେ ବ୍ୟକ୍ତି ପାଖରେ ଅଧିକ ଧନ ଥାଏ ଏବଂ ସେ ଧନକୁ ଭୁଲ୍ କାର୍ଯ୍ୟରେ ଲଗାଏ ତେବେ ଏହାଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।  କେବଳ ସେତିକି ନୁହେଁ ଅନ୍ୟକୁ ଅପମାନ ଦେଉଥିବା ଲୋକଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହେ ନାହିଁ ।

4/5

କଥାରେ ଅଛି ଅଳସୁଆ ଦୁଃଖ ପାଏ । ଯେଉଁ ବ୍ୟକ୍ତି ସର୍ବଦା ଚଳଚଞ୍ଚଳ ଓ ଭଲ କାମ କରନ୍ତି ସେମାନଙ୍କ ଉପରେ ମାଆ ଲକ୍ଷ୍ମୀ ଆଶୀର୍ବାଦ ବର୍ଷା କରିଥାନ୍ତି । ଯେଉଁମାନେ ସମୟ ନଷ୍ଟ କରନ୍ତି ସେମାନଙ୍କ ଜୀବନ ଦାରିଦ୍ରରେ ବିତିଥାଏ । କାରଣ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଆପଣଙ୍କ ଭଲ କାର୍ଯ୍ୟ ସହିତ କର୍ମ ପ୍ରତି ଯତ୍ନବାନ ହେବା ଆବଶ୍ୟକ ।

5/5

ସୂଚନାଯୋଗ୍ୟ, ଏହି ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଆପଣ ଅଧିକ ସୂଚନା ପାଇଁ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ ।