Advertisement
Photo Details/zeeodisha/odisha2581029
photoDetails0hindi

Baba Ramdev Tips: କିଡନୀ ସମସ୍ୟାରୁ ପାଇବେ ଆରାମ, ଆପଣାନ୍ତୁ ସ୍ୱାମୀ ରାମଦେବଙ୍କ ଏହି ଟିପସ୍

Baba Ramdev Health Tips: କିଡନୀ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା କାର୍ଯ୍ୟ କରିଥାଏ । ଆଜିକାଲି କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ସେଥିରୁ ନିଜକୁ ରକ୍ଷା କରିବା ପାଇଁ ଆପଣ ସ୍ୱାମୀ ରାମଦେବଙ୍କ ଏହି ପ୍ରତିକାର ସାହାଯ୍ୟ ନେଇପାରିବେ ।

1/5

କିଡନୀ ରୋଗର ଉପଶମ ପାଇଁ ଯୋଗଗୁରୁ ସ୍ୱାମୀ ରାମଦେବ ସ୍ୱଦେଶୀ ତଥା ଘରୋଇ ଉପଚାର ବିଷୟରେ ସୂଚନା ଦେଇଛନ୍ତି । ଯୋଗଗୁରୁ ସ୍ୱାମୀ ରାମଦେବ ତାଙ୍କ ୟୁଟ୍ୟୁବ ଏବଂ ସୋସିଆଲ ମିଡିଆ ପେଜରେ ସ୍ୱାସ୍ଥ୍ୟ ସହ ଜଡିତ ସ୍ୱଦେଶୀ ତଥା ଆୟୁର୍ବେଦିକ ପ୍ରତିକାର ବିଷୟରେ କୁହିଛନ୍ତି। କିଡନୀ ରୋଗରୁ ମୁକ୍ତି ପାଇବା ପାଇଁ ସେ ଏକ ପ୍ରଭାବଶାଳୀ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି।

2/5

ସ୍ୱାମୀ ରାମଦେବ କହିଛନ୍ତି ଯେ, ଅଶ୍ୱସ୍ଥ ପତ୍ରରେ ଅନେକ କିଡନୀ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ରାମଦେବ ଦୁଇଟି ପତ୍ର ବ୍ୟବହାର କରିବାକୁ କହିଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ଅଶ୍ୱସ୍ଥ ପତ୍ର ଏବଂ ଅନ୍ୟଟି ନିମ୍ୱ ପତ୍ର। ଏଥିସହ ଗୋଖରୁ, ପଳାଶ, ଆପାମର୍ଗ, ଅମରପୋଇ, କାସିନୀ ପତ୍ର ଏବଂ ପୁନର୍ନବା ନେବାକୁ ପଡିବ । ଏହି ସବୁ ଜିନିଷ ହେଉଛି ଆୟୁର୍ବେଦିକ ଔଷଧ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଏହି ସବୁ ପତ୍ର ଗ୍ରାଇଣ୍ଡ୍ କରି ସେଗୁଡିକୁ ବ୍ୟବହାର କରିବାକୁ ପଡିବ ।

3/5

ଆପଣ ସକାଳେ ଏହି ଔଷଧୀୟ ଗଛକୁ ଛେଚି ଚିପୁଡି ରସ ବାହାର କରିବେ । ମନେରଖନ୍ତୁ, ଏହି ସବୁ ଔଷଧୀୟ ବୃକ୍ଷ ସମସ୍ତଙ୍କ ଶରୀର ପାଇଁ ଅନୁକୂଳ ସାବ୍ୟସ୍ତ ନୁହେଁ । ପ୍ରଥମେ ଏହାକୁ ଅଳ୍ପ ପରିମାଣରେ ଖାଆନ୍ତୁ, ଯଦି ଆପଣ ଏହାକୁ ଖାଇବା ପରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାକୁ ଖାଇବାଠାରୁ ଦୂରେଇ ରହିବା ଭଲ ।

4/5

ଆପଣଙ୍କ କିଡନୀକୁ ସୁସ୍ଥ ରଖିବା ପାଇଁ ହରଡ ଡାଲି ଖାଇ ପାରିବେ । ଯଦି ଗୋଖରୁ ପାଣି ମାସରେ ୨ରୁ ୩ ଥର ସେବନ କରନ୍ତି, ତେବେ ଏହା କିଡନୀ ରୋଗରୁ ମୁକ୍ତି ଦେଇଥାଏ । ପ୍ରଚୁର ପାଣି ପିଇବା ଦ୍ୱାରା ମଧ୍ୟ କିଡନୀ ସମସ୍ୟାରୁ ଆଶ୍ୱସ୍ତି ମିଳିଥାଏ ।

 

        View this post on Instagram                      

A post shared by Swami Ramdev (@swaamiramdev)

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।