Advertisement
Photo Details/zeeodisha/odisha1820695
photoDetails0hindi

Airtelର ଜବରଦସ୍ତ ପ୍ଲାନ୍, ଗୋଟିଏ ରିଚାର୍ଜରେ ୫ଜଣ ଟେନସନ ଫ୍ରି, ମିଳିବ ନେଟଫ୍ଲିକ୍ସ-ଆମାଜନ ପ୍ରାଇମ

ଏୟାରଟେଲ ସିମ୍ ଯଦି ଆପଣ କିଣିବାକୁ ଚାହୁଁଛନ୍ତି ତେବେ ଆଉ ଆପଣଙ୍କୁ କୌଣସି ଏୟାରଟେଲ ଷ୍ଟୋର କିମ୍ୱା ରିଟେଲର ଦୋକାନକୁ ଯିବାର ଆବଶ୍ୟକତା ନାହିଁ । ଆପଣ ଘରେ ରହି ଆରାମରେ ଆପଣଙ୍କ ମୋବାଇଲ ପାଇଁ ସିମ୍ ଅର୍ଡର କରିପାରିବେ । ଏଥିପାଇଁ ଆପଣ ସମସ୍ତ ତଥ୍ୟ ଏୟାରଟେଲ ଆପ ଏବଂ ୱେବସାଇଟରେ ପାଇପାରିବେ । ଆପଣ ଚାହିଁଲେ ପ୍ରିପେଡରୁ ପୋଷ୍ଟପୋଡକୁ ପରିବର

1/5

ଏୟାରଟେଲର ଇନଫିନିଟି ଫ୍ୟାମିଲି ପ୍ୟାକ ରହିଛି ମାତ୍ର ୧୪୯୯ ଟଙ୍କାରେ । ଆପଣଙ୍କ ପରିବାର ସଦସ୍ୟଙ୍କ ପାଇଁ ୧ ନିୟମିତ ଏବଂ ୪ ମାଗଣା ଆଡ-ଅନ ନିୟମିତ ସଂଯୋଗ ମଧ୍ୟ ଉପଲବ୍ଧ । ଅର୍ଥାତ୍ ଏହି ଯୋଜନାରେ ଗ୍ରାହକଙ୍କୁ ମୋଟ ୫ ଟି ସଂଯୋଗ ପ୍ରଦାନ କରାଯାଇଛି । କହିବାକୁ ଗଲେ ଗୋଟିଏ କନେକ୍ସନ ପାଇଁ ମୂଲ୍ୟ ମାତ୍ର ୩୦୦ ଟଙ୍କା ।

2/5

ଏହି ପ୍ଲାନରେ ଆପଣ ଲୋକାଲ ଏସଟିଡି ସହିତ ରୋମିଂ କଲର ଅସୀମିତ ମଜା ଉଠାଇପାରିବେ । ଏହା ସହିତ ଉକ୍ତ ପ୍ଲାନରେ ଗ୍ରାହକମାନଙ୍କୁ ଗୋଟିଏ ମାସରେ ସମୁଦାୟ ୩୨୦ଜିବି ଡାଟା ପ୍ରଦାନ କରାଯାଇଥାଏ । ଏଥିରୁ ୨ଶହ ଜିବି ପ୍ରାଥମିକ ସଂଯୋଗ ପାଇଁ ଏବଂ ପ୍ରତ୍ୟେକ ଆଡ୍-ଅନ୍ ସଂଯୋଗ ପାଇଁ ଅତିରିକ୍ତ ୩୦ ଜିବି ଡାଟା ମିଳିଥାଏ ।

3/5

କେବଳ ସେତିକି ନୁହେଁ ଏହା ସହିତ ୨ଶହ ଜିବି ଡାଟା ରୋଲଭର ସୁବିଧା ମଧ୍ୟ ଉକ୍ତ ପ୍ଲାନରେ ଉପଲବ୍ଧ ରହିଛି । ଯଦି ଆପଣ ସମସ୍ତ ଡାଟା ବ୍ୟବହାର କରୁଛନ୍ତି ତେବେ ପରେ ଆପଣଙ୍କୁ ଏକ ଏମବିକୁ ମାତ୍ର ୨ ପଇସା ହିସାବରେ ଚାର୍ଜ କରାଯିବ । ଏୟାରଟେଲର ଏହି ପ୍ଲାନରେ ଆପମ ଉଭୟ ଲୋକାଲ ଓ ଏସଟିଡି ପାଇଁ ଦିନକୁ ୧୦୦ ଏସଏମଏସ ମାଗଣାରେ ଉପଲବ୍ଧ ଅଛି ।

4/5

ଏହା ଛଡା ଆପଣ ଏହି ପ୍ଲାନରେ ଆହୁରୀ ଅନେକ ଲାଭ ପାଇପାରିବେ । ସେଗୁଡିକ ମଧ୍ୟରେ ନେଟଫ୍ଲିକ୍ସ ଷ୍ଟାଣ୍ଡାର୍ଡର ମାସିକ ସବସ୍କ୍ରିପସନ୍, ୬ ମାସ ପାଇଁ ଆମାଜନ ପ୍ରାଇମ ସଦସ୍ୟତା, ଗୋଟିଏ ବର୍ଷ ପାଇଁ ଡିଜନି + ହଟଷ୍ଟାର ମୋବାଇଲ୍ ଏଣ୍ଟ୍ରୀ, ହ୍ୟାଣ୍ଡସେଟ୍ ସୁରକ୍ଷା, ଏକ୍ସଷ୍ଟ୍ରିମ୍ ପ୍ଲେ ମୋବାଇଲ୍ ପ୍ୟାକ୍ ଏବଂ ୱିଙ୍କରେ ଏଣ୍ଟ୍ରୀ ମଧ୍ୟ ପାଇବେ। ଏଥିରେ ଗ୍ରାହକଙ୍କୁ ପ୍ରିମିୟମ୍ ସୁବିଧା ଦିଆଯାଉଛି । ଗ୍ରାହକମାନେ ମାସକୁ ମାତ୍ର ୧୫୦ ଟଙ୍କା ଦେଇ ନେଟଫ୍ଲିକ୍ସ ପ୍ରିମିୟମକୁ ମଧ୍ୟ ଅପଗ୍ରେଡ୍ କରିପାରିବେ ।

5/5

ଏୟାରଟେଲର ଏହି ପ୍ଲାନରେ ଗ୍ରାହକମାନଙ୍କୁ ଭିଆଇପି ସୁବିଧା ମଧ୍ୟ ଦିଆଯାଇଥାଏ । ଏଭଳି ପରିସ୍ଥିତିରେ ଗ୍ରାହକମାନେ ଏୟାରଟେଲର ସମସ୍ତ ଗ୍ରାହକ ଯତ୍ନ ସେବା କେନ୍ଦ୍ର ଏବଂ ଏୟାରଟେଲ ଷ୍ଟୋର୍‌ରେ ସହାୟତା ପାଇପାରିବେ ।