Advertisement
Photo Details/zeeodisha/odisha1782623
photoDetails0hindi

Al-Hutaib Village: ବିଶ୍ୱର ସେହି ଗାଁ ଯେଉଁଠାରେ କେବେ ହୁଏ ନାହିଁ ବର୍ଷା; ଜାଣନ୍ତୁ ଏହା ପଛର କୌତୁହଳପ୍ରଦ କାରଣ

Al-Hutaib Village Yemen: କ'ଣ ଆପଣ ଜାଣିଛନ୍ତି ବିଶ୍ୱରେ ଏପରି ଏକ ଗାଁ ରହିଛି ଯେଉଁଠାରେ କେବେ ହେଲେ ବର୍ଷା ହୁଏ ନାହିଁ। ଏହି ଗ୍ରାମରେ ବର୍ଷା ନ ହେବା ସତ୍ତ୍ୱେ ଲୋକ ମଧ୍ୟ ବସବାସ କରୁଛନ୍ତି।

1/5

ବିଶ୍ୱରେ ଏପରି କିଛି ସ୍ଥାନ ଅବସ୍ଥିତ ରହିଛି ଯେଉଁଠାରେ ବର୍ଷସାରା ବର୍ଷା ହୋଇଥାଏ। ଉଦାହରଣ ସ୍ୱରୂପ, ମେଘାଳୟର ମାସିନରାମ ନାମକ ଗ୍ରାମରେ ବିଷୟରେ କୁହାଯାଏ ଯେ ବିଶ୍ୱରେ ସର୍ବାଧିକ ବର୍ଷା ଏଠାରେ ହୋଇଥାଏ। ହେଲେ ଆପଣ କେବେ ଏପରି ଏକ ସ୍ଥାନ ବିଷୟରେ ଶୁଣିଛନ୍ତି ଯେଉଁଠାରେ ବର୍ଷା ହୁଏ ନାହିଁ? ବର୍ଷା ନ ହେବା ସତ୍ତ୍ୱେ ଏଠାରେ ଲୋକେ ବସବାସ କରିଥାନ୍ତି।

2/5

ୟେମେନ ରାଜଧାନୀ ସାନା ସହରର ପଶ୍ଚିମ ମନାଖ ନିର୍ଦ୍ଦେଶାଳୟର ହାରାଜ ଅଞ୍ଚଳରେ ଅଲ-ହୁତୈବ ନାମକ ଏକ ଗାଁ ରହିଛି। ଯେଉଁଠାରେ ଗୋଟିଏ ବୁନ୍ଦା ବର୍ଷା ମଧ୍ୟ ହୁଏ ନାହିଁ। ପର୍ଯ୍ୟଟକ ଏଠାକୁ ଆସି ଚମତ୍କାର ଦୃଶ୍ୟ ଉପଭୋଗ କରିଥାନ୍ତି। ଏହି ଗ୍ରାମରେ ଅବସ୍ଥିତ ରହିଥିବା ପାହାଡରେ ମଧ୍ୟ ବହୁତ ସୁନ୍ଦର ଘର ନିର୍ମାଣ କରାଯାଇଛି। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି।

3/5

ଅଲ-ହୁତୈବ ଗ୍ରାମ ପୃଥିବୀ ପୃଷ୍ଠରୁ ୩୨୦୦ ମିଟର ଉଚ୍ଚତାରେ ଅବସ୍ଥିତ। ଏହି ଗ୍ରାମର ଚର୍ତୁପାର୍ଶ୍ୱର ପରିବେଶ ସବୁବେଳେ ଗରମ ରହିଥାଏ। ଶୀତଦିନେ ଏହାର ପରିବେଶ ଅତ୍ୟଧିକ ଥଣ୍ଡା ହୋଇଥାଏ। ହେଲେ ସୂର୍ଯ୍ୟ ବାହାରିବା ମାତ୍ରେ ଲୋକଙ୍କୁ ଗରମର ସାମ୍ନା କରିବାକୁ ପଡ଼ିଥାଏ।

4/5

ଅଲ-ହୁତୈବ ଗ୍ରାମ ପ୍ରାଚୀନ ଏବଂ ଆଧୁନିକ ସ୍ଥାପତ୍ୟର ଏକ ମିଳନସ୍ଥଳ। ଯାହା ଉଭୟ ଗ୍ରାମାଞ୍ଚଳ ଏବଂ ସହରୀ ବୈଶିଷ୍ଟ୍ୟକୁ ଏକତ୍ର କରିଥାଏ। ଏହାକୁ ଅଲ-ବୋହରା କିମ୍ବା ଅଲ-ମୁକରମା ଗ୍ରାମ ମଧ୍ୟ କୁହାଯାଏ। ୟେମେନ ସମ୍ପ୍ରଦାୟର ଲୋକେ ସେମାନଙ୍କ ବାସସ୍ଥାନ ଭାବରେ ଏହାକୁ ଚୟନ କରିଥିଲେ। ୟେମେନ ସମ୍ପ୍ରଦାୟର ଲୋକ ମୁମ୍ବାଇ ଠାରେ ରହୁଥିବା ମହମ୍ମଦ ବୁରହାନୁଦ୍ଦିନଙ୍କ ନେତୃତ୍ୱରେ ଇସମାଇଲୀ (ମୁସଲମାନ) ସମ୍ପ୍ରଦାୟରୁ ଆସିଥିଲେ। ଗତ ୨୦୧୪ ବର୍ଷରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ, ସେ ପ୍ରତି ୩ ବର୍ଷରେ ଏହି ଗ୍ରାମ ପରିଦର୍ଶନ କରୁଥିଲେ। 

5/5

ଏହି ଗ୍ରାର ଏକ ବିଶେଷତ୍ୱ ​​ହେଉଛି ଏଠାରେ କେବେ ବର୍ଷା ହୁଏ ନାହିଁ। ଏହାର କାରଣ ହେଉଛି ଏହି ଗାଁ ମେଘ ବାଦଲ ଉପରେ ଅବସ୍ଥିତ। ଏହି ଗ୍ରାମର ନିମ୍ନ ଭାଗରେ ମେଘ ସୃଷ୍ଟି ହେବା ସହ ବର୍ଷା ହୋଇଥାଏ। ଏଠାକାର ଭୌଗୋଳିକ ରହସ୍ୟ ବାବଦରେ ଆପଣ ବୋଧହୁଏ ବହୁତ କମ ଜାଣିଥିବେ।