Advertisement
Photo Details/zeeodisha/odisha1154256
photoDetails0hindi

କଙ୍ଗନାଙ୍କୁ କପି କରି ଆଲିଆ ଟ୍ରୋଲ! ବିବାହ ଫଟୋ ଭାଇରାଲ

ସୋସିଆଲ ମିଡିଆ ହେଉ ବା ବି-ଟାଉନ ସବୁଠି ଏବେ କେବଳ ଆଲିଆ-ରଣବୀର ଚର୍ଚ୍ଚାର ବିଷୟ ପାଲଟିଛି। ବିବାହର ଲୁକଠୁ ଆରମ୍ଭ କରି ଫଟୋ ସୁଟ୍ ସବୁଥିରେ କପି ହୋଇଥିବା ଅଭିଯୋଗ ହେଉଛି।

1/5

ରଣବୀର-ଆଲିଆଙ୍କ ବିବାହ ସରିଛି। ଉଭୟ ସାତ ଜନ୍ମର ସାଥୀ ହୋଇଛନ୍ତି। ପରସ୍ପରର ହାତ ଧରି ଆଗକୁ ବଢିବାର ନିଷ୍ପତ୍ତି ନେଇଛନ୍ତି। ଆଲିଆ ଭଟ୍ଟ ଏବେ କପୁର ଖାନଦାନର ନୂଆ ବୋହୂ ପାଲଟିଯାଇଛନ୍ତି। କ୍ୟୁଟ କପଲ୍ ଆଲିଆ ଭଟ୍ଟ (Alia Bhatt) ଓ ରଣବୀର କପୁର (Ranbir Kapoor)  ବିବାହ ପରେ ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି। ସୋସିଆଲ ମିଡିଆ ୟୁଜର୍ସ ଏହି ଗ୍ରାଣ୍ଡ ୱେଡିଂର ବହୁତ କିଛି ନୋଟିସ୍ କରିଛନ୍ତି। ଆଉ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ରାଲିଆଙ୍କ ଗ୍ରାଣ୍ଡ ୱେଡିଂ ଗସିପ୍ ଛଇଯାଇଛି।

2/5

ସୋସିଆଲ ମିଡିଆରେ କ୍ୟୁଟ୍ କପଲ ରାଲିଆଙ୍କ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି। ଆଉ ସୋସିଆଲ ମିଡିଆ ୟୁଜର୍ସ ରଣବୀର-ଆଲିଆଙ୍କ ଫଟୋକୁ ନେଇ କିଛି ନୋଟିସ୍ କରିଛନ୍ତି। କେବେ ରଣବୀର-ଆଲିଆଙ୍କ ବିବାହ ଫଟୋ ପୋଜ୍  ଦୀପିକା-ରଣବୀର (Deepika-Ranveer) ଙ୍କ ବିବାହ ପୋଜ ସହ ତୁଳନା କରୁଛନ୍ତି, ତ କେତେବେଳେ କଙ୍ଗନା (Kangana) ଙ୍କ ଆଉଟଫିଟ୍ ସହ ଆଲିଆଙ୍କ ଆଉଟଫିଟ୍ ମ୍ୟାଚ୍ ହେଉଥିବା ନେଇ ଚର୍ଚ୍ଚା କରୁଛନ୍ତି।

3/5

ବଲିଉଡର ଏହି ପାୱାର କପଲ ନିଜ ବିବାହରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଉଭୟ ବହୁତ ସୁନ୍ଦର ଆଉଟଫିଟରେ ନଜର ଆସିଥିଲେ। ଖାସ୍ କଥା ହେଲା ରଣବୀର-ଆଲିଆ ନିଜ ବିବାହ ପାଇଁ ପୁରା ଅଲଗା ରଙ୍ଗର ଆଉଟଫିଟକୁ ବାଛିଥିଲେ। ଆଲିଆ ଅଫ୍ ହ୍ୱାଇଟ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ରଣବୀର ମଧ୍ୟ ଅଫ୍ ହ୍ୱାଇଟ୍ କଲର ସେରୱାନୀ ପିନ୍ଧିଥିଲେ। କିନ୍ତୁ ଆଲିଆଙ୍କ ଆଉଟଫିଟ୍ ନେଇ ଚର୍ଚ୍ଚା ଟିକେ ଅଧିକ ହେଉଛି। ଅନେକ ୟୁଜର୍ସ ଦାବି କରୁଛନ୍ତି ଯେ, ଆଲିଆ ନିଜ ଗ୍ରାଣ୍ଡ ୱେଡିଂରେ ଯେଉଁ ଆଉଟଫିଟ୍ ପିନ୍ଧିଥିଲେ, ତାହା କଙ୍ଗନାଙ୍କ ରଣାୱତଙ୍କ ଲୁକ୍ ସହ ମେଳ ଖାଉଛି।

4/5

ସୋସିଆଲ ମିଡିଆରେ ଅନେକ ୟୁଜର୍ସ କଙ୍ଗନା ରଣାୱତଙ୍କ ସହ ଆଲିଆଙ୍କୁ ତୁଳନା କରିଛନ୍ତି। ଏପରିକି କଙ୍ଗନାଙ୍କ ସହ ଆଲିଆଙ୍କ ମିମ୍ସ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଇଥିବା ଫଟୋରେ ଆଲିଆଙ୍କ ଆଉଟଫିଟ୍ ଉପରେ ବନିଥିବା ଡିଜାଇନ, ଆଉ କଙ୍ଗନା ରଣାୱତଙ୍କ ଶାଢୀ ଉପରେ ବନିଥିବା ଡିଜାଇନ ମ୍ୟାଚ୍ କରୁଥିବା ୟୁଜର୍ସ ଚର୍ଚ୍ଚା କରୁଛନ୍ତି। ଏହା ବ୍ୟତୀତ ଆଲିଆ ପିନ୍ଧିଥିବା ନେକଲେସ ବି କଙ୍ଗନାଙ୍କ ନେକପିସ୍ ସହିତ ପ୍ରାୟ ମ୍ୟାଚ କରୁଥିବା ଦେଖିବାକୁ ମିଳିଛି।  

5/5

ଆଲିଆ ଭଟ୍ଟ ନିଜ ୱେଡିଂରେ ଡିଜାଇନର ସବ୍ୟସାଚୀ ଡିଜାଇନ କରିଥିବା ଆଉଟଫିଟ୍ ପିନ୍ଧିଥିଲେ। ରିପୋର୍ଟ ମୁତାବକ କଙ୍ଗନା ରଣାୱତଙ୍କ ଶାଢୀ ବି ସବ୍ୟସାଚୀ ଡିଜାଇନ କରିଥିଲେ। ଆଲିଆଙ୍କ ଲେହେଙ୍ଗା ଆଉ କଙ୍ଗନାଙ୍କ ଶାଢୀରେ ସମାନ ପ୍ରକାରର ଗୋଲ୍ଡେନ ଡିଜାଇନ କରାଯାଇଛି। କେବଳ ଏତିକି ନୁହେଁ ଉଭୟଙ୍କ ଆଉଟଫିଟ୍ ମଧ୍ୟ ସମାନ ରଙ୍ଗର ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଡିଜାଇନର ସବ୍ୟସାଚୀ ନିଜ ସୁବିଧା ପାଇଁ ଉଭୟ ଅଭିନେତ୍ରୀଙ୍କ ଆଉଟଫିଟ୍ ଡିଜାଇନ ସମାନ ରଖିଲେ ନା ଆଲିଆ ଜାଣିଶୁଣି କଙ୍ଗାନାଙ୍କୁ କପି କରିଛନ୍ତି?