ନ୍ୟୁଟ୍ରିଶନର ପାୱାର ହାଉସ୍ ଅଣ୍ଡା ଜଳଖିଆରେ ଖିଆଯାଉଥିବା ଖାଦ୍ୟ ମଧ୍ୟରେ ସବୁଠାରୁ ଭଲ ଜିନିଷ । ଅଣ୍ଡାକୁ ସିଝେଇ ଖାଇବା ସହ ଏହାକୁ ଅମଲେଣ୍ଟ ମଧ୍ୟ କରି ଖାଇହେବ । କିନ୍ତୁ ଅଣ୍ଡା ସହ କିଛି ଏପରି ଜିନିଷ ଖାଇବା ଉଚିତ ନୁହେଁ, ଯାହା ଶରୀରରକୁ ବହୁତ କ୍ଷତି ପହଞ୍ଚାଇବ । ଆସନ୍ତୁ ଜାଣିବା କେଉଁ ଜିନିଷ ସହ ଅଣ୍ଡା ଖାଇବା ଉଚିତ ନୁହେଁ....
ନୂଆଦିଲ୍ଲୀ: ଅଣ୍ଡା (Egg) ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ପ୍ରୋଟିନରେ ଭରପୂର ଅଣ୍ଡା ନା କେବଳ ଆମର ମାଂସପେଶୀକୁ ମଜଭୁତ କରିଥାଏ, ବରଂ ହୃଦୟ ସଞ୍ଚାଳନକୁ ମଧ୍ୟ ସାହାଯ୍ୟ କରିଥାଏ । ନ୍ୟୁଟ୍ରିଶନର ପାୱାର ହାଉସ୍ ଅଣ୍ଡା ଜଳଖିଆରେ ଖିଆଯାଉଥିବା ଖାଦ୍ୟ ମଧ୍ୟରେ ସବୁଠାରୁ ଭଲ ଜିନିଷ । ଅଣ୍ଡାକୁ ସିଝେଇ ଖାଇବା ସହ ଏହାକୁ ଅମଲେଣ୍ଟ ମଧ୍ୟ କରି ଖାଇହେବ । କିନ୍ତୁ ଅଣ୍ଡା ସହ କିଛି ଏପରି ଜିନିଷ ଖାଇବା ଉଚିତ ନୁହେଁ, ଯାହା ଶରୀରରକୁ ବହୁତ କ୍ଷତି ପହଞ୍ଚାଇବ । ଆସନ୍ତୁ ଜାଣିବା କେଉଁ ଜିନିଷ ସହ ଅଣ୍ଡା ଖାଇବା ଉଚିତ ନୁହେଁ....
ଅନେକ ଲୋକ ଅଣ୍ଡା ସହ ବାକେନ ବା ଭୋଜା ମାଂସର ମିଶ୍ରଣକୁ ଖାଆନ୍ତି । କାରଣ ଏଥିରୁ ପ୍ରୋଟିନ ପ୍ରଚୁର ପରିମାଣରେ ମିଳିଥାଏ । ଏହାସହ ଫ୍ୟାଟ୍ ମଧ୍ୟ ରହିଥାଏ । ଏହାର ମିଶ୍ରଣ ଆପଣଙ୍କ ଅଳସୁଆ କରିପାରେ । ଅଣ୍ଡା ଇନଷ୍ଟେଣ୍ଟ ଏନେର୍ଜି ଦେଇଥାଏ, କିନ୍ତୁ ବାକେନ ସହ ଖାଇବା ଦ୍ୱାରା ଆପଣଙ୍କୁ ଅଳସୁଆ କରିପାରେ ।
ଯଦି ଆପଣ ଅଣ୍ଡା ସହ ଚିନି ବ୍ୟବହାର କରିବା କଥା ଚିନ୍ତା କରୁଛନ୍ତି ତେବେ ଏହାର ସାଇଡ୍ ଇଫେକ୍ଟସ୍ ବିଷୟରେ ମଧ୍ୟ ଜାଣି ନିଅନ୍ତୁ । ଏହି ଦୁଇଟି ଜିନିଷର ମିଶ୍ରଣରୁ ବାହାରୁ ଥିବା ଅମିନୋ ଏସିଡ୍ ପରେ ଶରୀରର ପାଇଁ ଟକ୍ସିକରେ ପରିଣତ ହୁଏ । ଯାହା ରକ୍ତରେ କ୍ଲାଟ୍ ସମସ୍ୟା ବଢ଼ାଇ ଦେଇଥାଏ ।
ଜିମ୍ ଯାଉଥିବା ଅନେକ ଲୋକ ଅଣ୍ଡା ସହ ସୋୟା ମିଲ୍କର ସେବନ କରନ୍ତି । କ'ଣ ଆପଣ ଜାଣନ୍ତି କି ସୋୟା ମିଲ୍କ ସହ ଅଣ୍ଡା ଖାଇବା ଦ୍ୱାରା ଆମ ଶରୀରରେ ପ୍ରୋଟିନର ଅବଶୋଷଣ ପ୍ରକ୍ରିୟା ବାଧିତ ହୋଇଥାଏ ।
ଦୁନିଆର ଅନେକ ସ୍ଥାନରେ ଚା' ସହ ଅଣ୍ଡା ଖାଇବାର ପ୍ରଚଳନ ରହିଛି । ଆପଣ ହୁଏତ ଜାଣି ନଥିବେ ଯେ ଏହି ଦୁଇଟିର ମିଶ୍ରଣ କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି କରିଥାଏ । ଯାହା ଆଗକୁ ଯାଇ ସ୍ୱାସ୍ଥ୍ୟକୁ ଆହୁରି କ୍ଷତି ପହଞ୍ଚାଇଥାଏ ।
ଏହା ବି ପଢ଼ନ୍ତୁ:-କୋରୋନାର ଆସିବ କି ଚତୁର୍ଥ ଲହର! IIT କାନପୁରର ପ୍ରଫେସର କଲେ ଏହି ବଡ଼ ଦାବି
ଏହା ବି ପଢ଼ନ୍ତୁ:-ପ୍ରଶାନ୍ତ କିଶୋର ନା ଏ କୂଳର ନା ସେ କୂଳର...
ଏହା ବି ପଢ଼ନ୍ତୁ:-ଇମ୍ରାନଙ୍କୁ ଚାପୁଡ଼ା ମାରିଥିଲେ ISI ଚିଫ୍! ସାମ୍ନାକୁ ଆସିଲା ଏହାର କାରଣ
ଏପରି ଅନେକ ଜିନିଷ ରହିଛି ଯାହା ସହ ଆପଣଙ୍କୁ ଅଣ୍ଡା ଖାଇବା ଉଚିତ ନୁହେଁ । ଯେପରି ତରଭୁଜ ସହ କେବେବି ଅଣ୍ଡା ଖାଆନ୍ତୁ ନାହିଁ । ଏହା ବ୍ୟତୀତ ବିନ୍ସ, କ୍ଷୀର ବା ଏହା ସମ୍ୱନ୍ଧିତ ଜିନିଷ ସହ ଅଣ୍ଡା ଖାଆନ୍ତୁ ନାହିଁ । ନଚେତ୍ ଆପଣଙ୍କ ଶରୀରର ଉପରେ ଖରାପ ପ୍ରଭାବ ପକାଇପାରେ ।
ट्रेन्डिंग फोटोज़