Advertisement
Photo Details/zeeodisha/odisha2385928
photoDetails0hindi

Amitabh Bachchan: ଅଲଗା ହେବେ ନା ହେବେନି ଅଭିଷେକ-ଐଶର୍ଯ୍ୟା, ଟେଲିଭିଜନରେ ମୁହଁ ଖୋଲିଲେ ବିଗ୍ ବି

Amitabh Bachchan: କୌନ ବନେଗା କରୋଡପତି (Kaun Banega Crorepati) ର ସିଜିନ ୧୬ ପ୍ରତିଥର ଭଳି ଏଥର ମଧ୍ୟ ଲୋକଙ୍କ ମନୋରଞ୍ଜନ କରୁଛି । ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡ଼ପତ୍ର ଖବର ମଧ୍ୟ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଛି । ଇତିମଧ୍ୟରେ ବିଗ୍ ବି ନିଜ ଶୋ'ରେ ବିବାହିତ ଦମ୍ପତିଙ୍କୁ ଏକ ବଡ଼ ଉପଦେଶ ଦେଇଛନ୍ତି। 

 

1/6

ବଲିଉଡ୍ ର ଚର୍ଚ୍ଚିତ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ମତଭେଦ ଖବର କିଛି ଦିନ ହେବ ଖୁବ୍ ଭାଇରାଲ ହେବାରେ ଲାଗିଛି। ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ନେଇ କେହି ମନ୍ତବ୍ୟ ଦେଇନାହାନ୍ତି।

 

2/6

ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କୁ ଅନେକ ଥର ଅଲଗା ଅଲଗା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ପୂରା ପରିବାର ଏକାଠି ଓ ହେଲେ ଐଶ୍ୱର୍ଯ୍ୟା ଅଲଗା ଦେଖିବାକୁ ମିଳୁଛନ୍ତି, ଏହା ପରେ ଦୁହିଁଙ୍କ ମଧ୍ୟରେ ମତଭେଦ ସହ ଦୁହେଁ ଅଲଗା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।

 

3/6

ନିକଟରେ ଏକ ଭିଡିଓରେ ଅଭିଷେକ ଏହି ଗୁଜବକୁ ସିଧାସଳଖ ଖଣ୍ଡନ କରିଛନ୍ତି, କିନ୍ତୁ ଏହି ଚର୍ଚ୍ଚା ମଧ୍ୟରେ ଅମିତାଭ ବଚ୍ଚନ ତାଙ୍କ କୁଇଜ୍ ସୋ' କୌନ ବନେଗା କରୋଡପତିର ସିଜିନ ୧୬ରେ ବିବାହିତ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି, ଯାହା ବହୁତ ଚର୍ଚ୍ଚାରେ ରହିଛି ।

4/6

କୌନ ବନେଗା କରୋଡପତି ୧୬ର ସଦ୍ୟତମ ଏପିସୋଡରେ ବିଗ୍ ବି ସମସ୍ତ ବିବାହିତ ଲୋକଙ୍କୁ ଏକ ଉପଦେଶ ଦେଇଛନ୍ତି । ଏହି ଏପିସୋଡରେ ଅମିତାଭଙ୍କ ବିପକ୍ଷରେ ହଟ୍ ସିଟ୍ ରେ ଥିଲେ ଦୀପାଲି ସୋନି ନାମକ ଜଣେ ପ୍ରତିଯୋଗୀ। ଲଭ୍ ଷ୍ଟୋରୀ ଉପରେ ଆଲୋଚନା ବେଳେ ସୋନିଙ୍କ ସ୍ୱାମୀ କହିଛନ୍ତି ଯେ ଯଦିଓ ସେମାନଙ୍କ ବିବାହ ହୋଇଥିଲା, କିନ୍ତୁ ଖୁବ୍ ଶୀଘ୍ର ସେମାନେ ପରସ୍ପରର ନିକଟତର ହୋଇଯାଇଥିଲେ ଏବଂ ବର୍ତ୍ତମାନ ସେମାନେ ୨୫ ବର୍ଷ ଧରି ଏକାଠି ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଯେଉଁଠି ବି ଯାଆନ୍ତି, ସେ ଏକାଠି ରିଲ୍ ତିଆରି କରନ୍ତି।

 

5/6

ଏହି ପ୍ରେମୀଯଗଳଙ୍କ ପୂରା କାହାଣୀ ଶୁଣିବା ପରେ ଅମିତାଭ ବଚ୍ଚନ ସମସ୍ତ ବିବାହିତ ଦମ୍ପତିଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଆପଣ ସ୍ୱାମୀ-ସ୍ତ୍ରୀଙ୍କୁ ବହୁତ ଭଲ ଆଇଡିଆ ଦେଇଛନ୍ତି । ଭାଇ, ମୋ କଥା ଶୁଣୁଥିବା ସମସ୍ତ ସ୍ୱାମୀ-ସ୍ତ୍ରୀ, ସେମାନେ ଯେଉଁଠି ବି ବୁଲୁଛନ୍ତି, ରିଲ୍ସ କରନ୍ତୁ।

6/6

ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବୈବାହିକ ଜୀବନକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଅମିତାଭ ବଚ୍ଚନ ଏହି ବୟାନ ଦେଇଛନ୍ତି। ଅଭିଷେକଙ୍କର ଏକ ପୁରୁଣା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଛନ୍ତି, ମୋର କହିବାକୁ କିଛି ନାହିଁ । ଆପଣମାନେ ହିଁ ଏହି ସବୁ ଜିନିଷକୁ ଖରାପ କରନ୍ତି।