Ananya Pandey: ବଲିଉଡ଼ ଅଭିନେତ୍ରୀ ଅନନ୍ୟା ପାଣ୍ତେ ଓ ଅଭିନେତା ଆଦିତ୍ୟ ରୟ କପୁରଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏହିସବୁ ଭିତରେ ନିଜ ବିବାହକୁ ନେଇ ମୁହଁ ଖୋଲିଛନ୍ତୁ ଅନନ୍ୟା।
ଗତବର୍ଷ ଅଭିନେତ୍ରୀ କ୍ରିତି ସାନନଙ୍କ ଦିୱାଲି ପାର୍ଟିରେ ଏକାଠି ନଜର ଆସିଥିଲେ ଅନନ୍ୟା ଓ ଆଦିତ୍ୟ ରୟ କପୁର ।
ଏହି ଦିୱାଲି ପାର୍ଟିରୁ ହିଁ ଉଭୟଙ୍କ ଡ଼େଟିଂ ଖବର ସାମ୍ନାକୁ ଆସିଥିଲା । ତେବେ ଏହି ଚର୍ଚ୍ଚା ମଧ୍ଯରେ ବିବାହକୁ ନେଇ କିଛି ଏପରି କହିଛନ୍ତି ଅନନ୍ୟା ।
ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି ଯେ, 'ଏବେ ମୁଁ ବହୁତ୍ ୟଙ୍ଗ ଅଛି, ବର୍ତ୍ତମାନ ବିବାହ ନେଇ କୌଣସି ପ୍ଲାନ୍ ନାହିଁ । ଏବେ ମୁଁ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହିୁଁଛି' ।
ଅନନ୍ୟା ପାଣ୍ତେ ବର୍ତ୍ତମାନ ନିଜର ଅପକମିଙ୍ଗ ଫିଲ୍ମ ଡ୍ରିମ୍ ଗାର୍ଲ-୨ର ସୁଂଟିରେ ବ୍ୟସ୍ତ ଅଛନ୍ତି ।
ଏହି ସିନେମାରେ ପ୍ରଥମର ଥର ପାଇଁ ଅନନ୍ୟା ଓ ଆୟୁଷ୍ମାନ୍ ଖୁରାନାଙ୍କୁ ଏକାଠି ଦେଖିବାକୁ ମିଳିବ ।
ट्रेन्डिंग फोटोज़