Guru Gochar 2025: ୨୦୨୫ ଶେଷ ଯାଏଁ ଏହିସବୁ ରାଶି ଉପରେ ରହିବ ବୃହସ୍ପତିଙ୍କ ଶୁଭଦୃଷ୍ଟି, ବର୍ଷସାରା ହେବ ଧନବର୍ଷା!

Written ByNarmada Behera
Published: Nov 29, 2024, 07:59 AM IST|Updated: Nov 29, 2024, 07:59 AM IST
Guru Gochar 2025: ବୌଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଧନ, ଜ୍ଞାନ, ଦାନ, ସନ୍ତାନ ଓ ପୁଣ୍ୟର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ  ଗତକାଲି ରାତି ୧ଟା ୧୦ ମିନିଟ୍ ସମୟରେ ବୃହସ୍ପତି ମୃଗଶିରା ନକ୍ଷତ୍ର ଛାତି ରୋହିଣୀ ନକ୍ଷତ୍ରକୁ ଚଳନ କରିଛନ୍ତି। ଦେବଗୁରୁଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକ ବା ରାଶିରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ରହିବ। ତେବେ, ବ୍ୟକ୍ତି ଜଣକ ଜୀବନରେ ସୁଖ -ସମୃଦ୍ଧି ଓ ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାଏ ବୋଲି ବିଶ୍ବାସ ରହିଛି। ୨୦୨୫ ପର୍ଯ୍ୟନ୍ତ ବୃହସ୍ପତିଙ୍କ ଶୁଭଦୃଷ୍ଟି ଏହିସବୁ ରାଶି ଉପରେ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି।...