Advertisement
Photo Details/zeeodisha/odisha2027825
photoDetails0hindi

Atal Bihari Vajpayee Birthday: ଅଟଳ ବିହାରୀ ବାଜପେୟୀ କାହାକୁ କହିଥିଲେ- ଯୌତୁକରେ ମୋତେ ପୂରା ପାକିସ୍ତାନ ଦରକାର

Atal Bihari Vajpayee Jayanti 2023: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥା କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଆଲୋଚନା ହୋଇଛି । ତାଙ୍କ ଜନ୍ମ ବାର୍ଷିକୀରେ, ଆମେ ଆପଣଙ୍କୁ ତାଙ୍କ ସହ ଜଡିତ ଆଉ ଏକ ମଜାଦାର କାହାଣୀ କହୁଛୁ ।

 

1/6

ଗୋଟିଏ ପ୍ରଶ୍ନ ଯୋଗୁଁ ଛାଇଯାଇଥିଲା ନିରବତା: ମିଡିଆ ରିପୋର୍ଟ ଅନୁଯାୟୀ ୧୬ ମାର୍ଚ୍ଚ ୧୯୯୯ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ଗସ୍ତରେ ଯାଇଥିଲେ । ସେ ଅମୃତସରରୁ ଲାହୋରକୁ ବସ୍ ଯୋଗେ ଯାଇଥିଲେ । ଗଭର୍ଣ୍ଣର ହାଉସରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟ ମଧ୍ୟରେ ଜଣେ ମହିଳା ସାମ୍ବାଦିକ ଅଟଳ ବିହାରୀ ବାଜପେୟୀଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ, ଯେଉଁଥିପାଇଁ ସମଗ୍ର ହଲରେ ନୀରବତା ଛାଇ ଯାଇଥିଲା ।

 

2/6

ମହିଳା ଜଣକ ଖୋଲାଖୋଲି କାଶ୍ମୀର ମାଗିଥିଲେ: ପ୍ରକୃତରେ ପାକିସ୍ତାନର ଜଣେ ମହିଳା ସାମ୍ବାଦିକ ଅଟଳ ବିହାରୀ ବାଜପେୟୀଙ୍କୁ କହିଥିଲେ ଯେ “ଆପଣ ଅବିବାହିତ । ମୁଁ ଆପଣଙକୁ ବିବାହ କରିବାକୁ ପ୍ରସ୍ତାବ ଦେଉଛି, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି । ଯଦି ଆପଣ ମୋତେ ମୁହଁ ଦେଖା ସମୟରେ କାଶ୍ମୀର ଦିଅନ୍ତି, ତେବେ ମୁଁ ଆପଣଙ୍କୁ ବିବାହ କରିବି ।”

 

3/6

ଅଟଳଙ୍କ ଉତ୍ତର ସମସ୍ତଙ୍କୁ ହସାଇଥିଲା: ମହିଳା ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ଅଟଳ ବିହାରୀ ବାଜପେୟୀ କିଛି ସମୟ ଚୁପ୍ ରହି ହସି ହସି କହିଲେ, “ମ୍ୟାଡାମ୍, ମୁଁ ମଧ୍ୟ ଆପଣଙ୍କୁ ବିବାହ କରିବାକୁ ପ୍ରସ୍ତୁତ, କିନ୍ତୁ ମୋର ମଧ୍ୟ ଏକ ସର୍ତ୍ତ ଅଛି । ମୁଁ ଚାହୁଁଛି ଯୌତୁକରେ ମୋତେ ପୂରା ପାକିସ୍ତାନ ଦରକାର।” ଅଟଳ ବିହାରୀ ବାଜପେୟୀଙ୍କ ଏହି ଉତ୍ତର ଶୁଣି ସମସ୍ତ ସାମ୍ବାଦିକ ହସିବାକୁ ଲାଗିଥିଲେ । ପରଦିନ ଏହି ଖବର ଗଣମାଧ୍ୟମରେ ହେଡଲାଇନ୍ ସୃଷ୍ଟି କରିଥିଲା ।

 

4/6

ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା: ଯଦିଓ ଆପଣ ଅନେକ ଖବର ୱେବସାଇଟରେ ଅଟଳ ବିହାରୀ ବାଜପେୟୀଙ୍କ ସହ ଜଡିତ ଏହି ଘଟଣା ପାଇବେ, କିନ୍ତୁ କିଛି ସମୟ ପାଇଁ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହା ଅଟଳ ବିହାରୀ ବାଜପେୟୀଙ୍କ ପ୍ରକୃତ ଭିଡିଓ ନୁହେଁ, ବରଂ ରିଲ ସହ ଜଡିତ ଏକ ଭିଡିଓ ।

 

5/6

ଅଟଳ ଭୂମିକାରେ ପଙ୍କଜ ତ୍ରିପାଠୀ: ହଁ ଆଜ୍ଞା, ଆପଣ ଅଟଳ ବିହାର ବାଜପେୟୀଙ୍କ ଜୀବନ ଉପରେ ନିର୍ମିତ ଚଳଚ୍ଚିତ୍ର 'ମୈଁ ଅଟଳ ହୁଁ' ବିଷୟରେ କହୁଛୁ । ଏହି ଚଳଚ୍ଚିତ୍ରରେ ପଙ୍କଜ ତ୍ରିପାଠୀ ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଅଛନ୍ତି ଓ ଗୋଟିଏ ଦୃଶ୍ୟରେ ସେ ଜଣେ ମହିଳା ସାମ୍ବାଦିକଙ୍କଠାରୁ ଯୌତୁକ ପାଇଁ ପୂରା ପାକିସ୍ତାନ ଦାବି କରୁଥିବା ନଜର ଆସିଛନ୍ତି ।

 

6/6

(ଜଣେ ମହିଳା ସାମ୍ବାଦିକଙ୍କ ବିବାହ ପ୍ରସ୍ତାବ ଓ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିକ୍ରିୟାରେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଏବଂ ଫିଲ୍ମରେ ଦେଖାଯାଇଥିବା ଦୃଶ୍ୟକୁ ଆଧାର କରି ଏହି କାହାଣୀ କହିଛୁ । ଜୀ ଓଡ଼ିଶା ଏହାର ସତ୍ୟତାକୁ ନିଶ୍ଚିତ କରେ ନାହିଁ।)