Advertisement
Photo Details/zeeodisha/odisha1641392
Zee OdishaPhotosBipasha Basu Daughter: ପ୍ରଥମ ଥର ଝିଅ ଦେବୀର ଫଟୋ ସେୟାର କଲେ ବିପାଶା ଓ କରଣ
photoDetails0hindi

Bipasha Basu Daughter: ପ୍ରଥମ ଥର ଝିଅ ଦେବୀର ଫଟୋ ସେୟାର କଲେ ବିପାଶା ଓ କରଣ

Bipasha Basu Daughter: ବଲିଉଡ଼ର ଚର୍ଚ୍ଚିତ ଯୋଡି଼ ଅଭିନେତ୍ରୀ ବିପାଶା ବସୁ ଓ ଅଭିନେତା କରଣ ସିଂ ଗ୍ରୋଭର ଗତ ବର୍ଷ ନଭେମ୍ବର ମାସରେ ଝିଅ ଦେବୀଙ୍କୁ ସ୍ୱାଗତ କରିଥିଲେ। ସେବେଠାରୁ ଫ୍ୟାନ୍ସ ମାନେ ବିପାଶାଙ୍କ ଲାଡ଼ଲିଙ୍କ ଝଲକ ଦେଖିବାକୁ ଚାହିୁଁଥିଲେ । ବିପାଶା ବସୁ ଓ କରଣ ସିଂ ଗ୍ରୋଭର ସୋସିଆଲ ମିଡି଼ଆ ପୋଷ୍ଟ କରୁଥିବା ଫଟୋରେ ଝିଅଙ୍କ ଚେହେରାକୁ ଲୁଚାଇ ରଖୁଥିଲେ। ତେବେ ପ୍ରଶଂସକମାନେ ଦେବୀଙ୍କ ଚେହେରା ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଶେଷରେ ଏହି ଦମ୍ପତି ସେମାନଙ୍କର ପ୍ରିୟ ଦେବୀଙ୍କ ଚେହେରା ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।

1/4

ବିପାଶା ବସୁ ବୁଧବାର ଦିନ ରାତିରେ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଝିଅ ଦେବୀଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି । ଝିଅ ଦେବୀଙ୍କ ଫଟୋ ସେୟାର କରି ବିପାଶା ଲେଖିଛନ୍ତି , ‘ହେଲୋ ଦୁନିଆ, ମୁଁ ଦେବୀ’।

2/4

ଫଟୋରେ ଦେବୀ ବସୁ ସିଂ ଗ୍ରୋଭର ଏକ ଏକ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳୁଛି । ଡ୍ରେସ ସହ ମ୍ୟାଚ କରି ମୁଣ୍ତରେ ସେ ଏକ ହେୟାର କ୍ଲିପ ମଧ୍ଯ ସେ  ଫଟୋରେ କୁନି ଦେବୀ ସ୍ମାଇଲ କରୁଥିବା ଦେଖିବାକୁ ମିଳୁଛି ।

3/4

ସେୟାର ହୋଇଥିବା ଆଉ ଏକ ଫଟୋରେ ଦେବୀ କ୍ୟାମେରାକୁ ଆର୍ଶ୍ଚଯ୍ୟ ହୋଇ ଦେଖୁଥିବା ଦେଖିବାକୁ ମିଳୁଛି ।

4/4

ବିପାଶା-କରଣଙ୍କ ଝିଅଙ୍କ ଚେହେରା ଦେଖିବା ପରେ ବହୁ ସେଲିବ୍ରେଟ ଓ ପ୍ରଶଂସକମାନେ ଭରପୂର ଭଲ ପାଇବା ଦେଉଥିବା ଦେଖିବାକୁ ମିଳିଛି ।  ଫଟୋରେ ବହୁ ଲୋକଙ୍କ କମେଣ୍ଟ କରୁଥିବା ଦେଖିବାକୁ ମିଳୁଛି ।